Hollywood Actress Angelina Jolie : ପାକିସ୍ତାନରେ ଆସିଛି ଭୟଙ୍କର ବନ୍ୟା । ମୃତ୍ୟୁ ସଂଖ୍ୟା ୧୫୫୯କୁ ବୃଦ୍ଧି ପାଇଛି । ବନ୍ୟାସ୍ଥିତି ପରଖିବା ପାଇଁ  ପାକିସ୍ତାନରେ ପହଞ୍ଚିଛନ୍ତି ହଲିଉଡ ଅଭିନେତ୍ରୀ ଆଞ୍ଚେଲିନା ଜୋଲି(Angelina Jolie) । ବର୍ତ୍ତମାନ ପାକିସ୍ତାନ ବନ୍ୟା ବିଭିଷିକା ଭିତରେ ବୁଡି ରହିଛି।  ମଙ୍ଗଳବାର ହଲିଉଡ ଅଭିନେତ୍ରୀ ଆଞ୍ଚେଲିନା ଜୋଲି ସାଉଥ ପାକିସ୍ତାନରେ ପହଞ୍ଚିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏକ ଫୁଟେଜରେ ଦେଖିବାକୁ ମିଳିଛିଯେ,  ଜୋଲି ଦକ୍ଷିଣ ସିନ୍ଧ ପ୍ରଦେଶର ରାଜଧାନୀ କରାଚିର ଏକ ବିମାନବନ୍ଦରରେ ପହଞ୍ଚିଥିଲେ । ଯେଉଁଠାରେ ଜୁନ୍ ମଧ୍ୟଭାଗରୁ ବନ୍ୟାରେ 692 ଜଣଙ୍କର ମୃତ୍ୟୁ ଘଟିଥିଲା । ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା ବେଳେ ଲକ୍ଷାଧିକ ଲୋକେ ବାସହୀନ ହୋଇଯାଇଥିଲେ। ପରେ ସେ ବନ୍ୟା ପ୍ରଭାବିତ କେତେକ ଅଞ୍ଚଳ ପରିଦର୍ଶନ କରିଥିଲେ। IRC ଅନୁଯାୟୀ, ଭୟଙ୍କର ବନ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ଗସ୍ତ କରିବା ସହ ବନ୍ୟା ପ୍ରପୀଡିତଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ତେବେ, ଜୋଲିଙ୍କ ଗସ୍ତ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ସେଭଳି କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । 



ତେବେ, ବନ୍ୟାର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପାକିସ୍ତାନର ଦାଦୁ (Dadu) ଜିଲ୍ଲା । ଜୁଲାଇ ମାସରେ ବନ୍ୟା ପର ଠାରୁ ଜିଲ୍ଲାରେ ଏକ ପ୍ରକାର ଜଳଜନିତ ରୋଗ (waterborne diseases) ବ୍ୟାପିଥିଲା। ଯେଉଁଥିରେ ୩୦୦ ଲୋକେ ପ୍ରାଣ ହରାଇଥିଲେ।  ବର୍ତ୍ତମାନ ସେଠାରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଜାତିସଂଘ ସାଧାରଣ ସଭାର 77 ତମ ଅଧିବେଶନ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ(Pakistan’s Prime Minister Shahbaz Sharif)  ନ୍ୟୁୟର୍କ ଗସ୍ତ କରିଥିଲେ। ଏ ସଭାରେ ସରିଫ ନିଜ ଅଭିଭାଷଣରେ କହିଥିଲେ ଯେ,ଦେଶର ଜଳବାୟୁ ପରିବର୍ତ୍ତନ କାରଣରୁ ବନ୍ୟା ହୋଇଛି। ଏଥିରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି। ଏଥିରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ 30 ବିଲିୟନ ଡଲାର କ୍ଷତି ହୋଇଛି। 


 


ପାକିସ୍ତାନରେ ନିକଟରେ ହୋଇଥିବା ବିନାଶକାରୀ ବନ୍ୟା ଯୋଗୁଁ ଦେଶର ୧.୬୦ କୋଟି ଶିଶୁ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ମିଳିତ ଜାତିସଂଘ ଅନୁସାରେ, ଏଥିରୁ ୩୪ ଲକ୍ଷ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ତତ୍କାଳ ସାହାଯ୍ୟର ଆବଶ୍ୟକତା ରହିଛି। ୟୁନିସେଫର ପ୍ରତିନିଧି ଅବଦୁଲା ଫାଦିଲ କହିଛନ୍ତି, ପାରିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅତି ଭୟଙ୍କର ରହିଛି । ଏଠାରେ କୁପୋଷଣର ଶିକାର ଶିଶୁ ବହୁ ରୋଗରେ ଆକ୍ରାନ୍ତ ଅଛନ୍ତି । ବନ୍ୟାରେ ପ୍ରଭାବିତ ସିନ୍ଧ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୫୨୮ ଶିଶୁଙ୍କୁ ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ଗୁଡିକୁ ଏଡାଇ ଯାଇପାରିଥାନ୍ତା ବୋଲି ସେ କହିଛନ୍ତି। ଜାପାନ ସରକାର ଶୁକ୍ରବାର ପାକିସ୍ତାନକୁ ୭୦ ଲକ୍ଷ ଆମେରିକୀୟ ଡଲାରର ସାହାଯ୍ୟ ଘୋଷଣା କରିଛି । ଅନ୍ୟପଟେ କାନାଡା ୩୦ ଲକ୍ଷ କାନାଡାଇ ଡଲାର ଦେବାକୁ ଘୋଷଣା କରିଛି । ଏହାରି ଭିତରେ ସିନ୍ଧୁର ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ଗୋଟିଏ ଦିନରେ ୯୦,୦୦୦ରୁ ଅଧିକ ଲୋକଙ୍କ ସଂକ୍ରମିତ ଏବଂ ଜଳ ଜନିତ ରୋଗର ଚିକିତ୍ସା କରାଯାଇଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଲୋକଙ୍କ ବନ୍ୟାରେ ମୃତ୍ୟୁ ହୋଇଛି।