Armaan Malik Lifestyle: ଅରମାନ ମଲିକ (Armaan Malik) ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍ (Famous YouTuber) । ଅରମାନ ମଲିକ (Armaan Malik) ନିଜ ଦୁଇ ପତ୍ନୀ (Armaan Malik Wife) ଯୋଗୁଁ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି । ନିଜର ବାନ୍ଧବୀଙ୍କ ପତିଙ୍କୁ ନିଜର କରିବା ପାଇଁ କୃତିକା ମଲିକ (Kritika Malik) ଙ୍କୁ ଲୋକମାନେ ଟ୍ରୋଲ କରନ୍ତି ଓ ଦୁର୍ବ୍ୟବହାର କରନ୍ତି । ଆଜିକାଲି ଉଭୟ ପତ୍ନୀ ଗର୍ଭବତୀ ଅଛନ୍ତି, ଯାହା ପରେ ଲୋକମାନେ ଅରମାନ ମଲିକ (Armaan Malik) ଙ୍କୁ ବହୁତ ଟ୍ରୋଲ କରୁଛନ୍ତି । ବର୍ତ୍ତମାନ ୨ ନୂତନ ଅତିଥି ମଧ୍ୟ ଅରମାନ ମଲିକ (Armaan Malik) ଙ୍କ ଘରକୁ ଆସିବାକୁ ଯାଉଛି । 


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହି ରଖୁଛୁ ଯେ, ଏହି ପ୍ରଶ୍ନ ପ୍ରାୟତଃ ଲୋକଙ୍କ ମନରେ ଉଠିଥାଏ ଯେ କୃତିକା ମଲିକ ବିବାହିତ ଅରମାନ ମଲିକ (Armaan Malik)ଙ୍କ ପ୍ରେମରେ କାହିଁକି ପଡ଼ିଥିଲେ? ତେବେ ଆସନ୍ତୁ ଜାଣିବା ଅରମାନ ମଲିକ (Armaan Malik) କିପରି କୃତିକା ମଲିକ (Kritika Malik) ଙ୍କୁ ବିବାହ କରିଥିଲେ । ଏଠାରେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ଅରମାନ ମଲିକଙ୍କ ପ୍ରକୃତ ନାମ (Armaan Malik Real Name) ହେଉଛି ସନ୍ଦୀପ (Sandeep) । ୨୦୧୧ ମସିହାରେ ଅରମାନ ମଲିକ (Armaan Malik) ପାୟଲ (Payal Malik) ନାମକ ଜଣେ ଝିଅକୁ ବିବାହ କରିଥିଲେ । ଅରମାନ ଓ ପାୟଲଙ୍କ ପ୍ରଥମ ସାକ୍ଷାତ ବ୍ୟାଙ୍କର କାର୍ଯ୍ୟରେ ହୋଇଥିଲା । ଦୁହେଁ ନମ୍ବର ଏକ୍ସଚେଞ୍ଜ କରିଥିଲେ, ଏହା ପରେ ଦୁହେଁ ୭ ଦିନର ପ୍ରେମ ସମ୍ପର୍କ ପରେ ଘର ଛାଡ଼ି ବିବାହ କରିଥିଲେ ।


ପାୟଲ ମଲିକ (Payal Malik) ଙ୍କ ସହିତ ଅରମାନ ମଲିକ (Armaan Malik) ବିବାହ କରିବା ପରେ ସେମାନଙ୍କର ଜୀବନ ସଂପୂର୍ଣ୍ଣ ଭାବେ ହସଖୁସିରେ ଚାଲୁଥିଲା । ସେହି ସମୟରେ ପାୟଲ ମଲିକଙ୍କ ଜଣେ ସାଧାରଣ ବାନ୍ଧବୀ କୃତିକା (Kritika Malik) ସେମାନଙ୍କ ଜୀବନରେ ଆସିଥିଲେ । ପାୟଲ ମଲିକଙ୍କ ସହ ବନ୍ଧୁ ହୋଇ କୃତିକା ସେମାନଙ୍କ ଘର ବୁଲିବା ଆରମ୍ଭ କରିଥିଲେ । ଏହି ସମୟରେ ଅରମାନ ମଲିକ  (Armaan Malik) କୃତିକାଙ୍କ ପ୍ରେମରେ ପଡିଥିଲେ।


ଏହା ବି ପଢ଼ନ୍ତୁ-ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...


ଅଧିକ ପଢ଼ନ୍ତୁ-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?


ଆପଣଙ୍କୁ କହି ରଖୁଛୁ ଯେ, ଅରମାନ ମଲିକ  (Armaan Malik) ପାୟଲଙ୍କ  (Payal Malik) ସହ କୋର୍ଟ ମ୍ୟାରେଜ କରିଥିଲେ, ଯାହା ପରେ ସେମାନେ ହସଖୁସିରେ ସଂସାର କରୁଥିଲେ । କିନ୍ତୁ କୃତିକା (Kritika Malik) ଆସିବା ପରେ ସବୁକିଛି ବଦଳି ଗଲା । ଯେତେବେଳେ କୃତିକା ଅରମାନ ମଲିକଙ୍କ ଜୀବନରେ ଆସିଲେ, ସେହି ସମୟରେ ପାୟଲ ମଲିକ ଅରମାନ ମଲିକଙ୍କ ଘର ଛାଡ଼ି ଚାଲିଯାଇଥିଲେ । ସେହି ସମୟରେ ଅନେକ ଲୋକଙ୍କ କଥା ଶୁଣିବାକୁ ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ଦୁହେଁ ହସଖୁସିରେ ଗୋଟିଏ ଘରେ ରୁହନ୍ତି । ଯେତେବେଳେ ଅରମାନ ମଲିକ (Armaan Malik) ଦ୍ୱିତୀୟ ଥର ବିବାହ କଲେ, ପାୟଲ ମଲିକ (Payal Malik) ତାଙ୍କୁ ଛାଡି ଚାଲିଗଲେ କିନ୍ତୁ କିଛି ସମୟ ପରେ ସେ ଅନୁଭବ କଲେ ଯେ ସେ ତାଙ୍କ ବିନା ବଞ୍ଚି ପାରିବେ ନାହିଁ । ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ନିକଟକୁ ଆସିଗଲେ ।