ମୁମ୍ବାଇ: ଲାଗୁଛି ଖୁବଶୀଘ୍ର ବଲିଉଡ ଆଉ ଏକ ନୂତନ ଶିଶୁଙ୍କୁ ସ୍ୱାଗତ କରିବ। ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ସେମାନଙ୍କର ସନ୍ତାନ ଆସିବା ନେଇ ଘୋଷଣା କରିଥିଲେ। ବର୍ତ୍ତମାନ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ଇନଷ୍ଟାଗ୍ରାମରେ ଏକ ବଡ ଘୋଷଣା କରିଛନ୍ତି। ଏହି ସେଲିବ୍ରିଟି ଦମ୍ପତି ଅଭିଭାବକ ହେବେ ବୋଲି ମଙ୍ଗଳବାର ଘୋଷଣା କରିବା ସହ ଏହାର ଫଟୋ ସେୟାର କରିଥିଲେ।


COMMERCIAL BREAK
SCROLL TO CONTINUE READING

ବିପାଶା ବସୁ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଏକ ନୂତନ ସମୟ, ଏକ ନୂତନ ପର୍ଯ୍ୟାୟ, ଏକ ନୂତନ ଆଲୋକ ଆମ ଜୀବନରେ ଆଉ ଏକ ଅନନ୍ୟ ଛାୟା ଆଣିଦେଉଛି। ଆମେ ଏହି ଜୀବନକୁ ପୃଥକ ଭାବରେ ଆରମ୍ଭ କରିଥିଲୁ ଏବଂ ତା’ପରେ ଆମେ ପରସ୍ପରକୁ ଭେଟିଥିଲୁ ଏବଂ ସେବେଠାରୁ ଆମେ ଦୁଇଜଣ ଥିଲୁ। କେବଳ ଦୁଇଜଣଙ୍କ ପାଇଁ ଅତ୍ୟଧିକ ପ୍ରେମ, ଦେଖିବା ଆମ ପାଇଁ ଟିକିଏ ଅନ୍ୟାୟ ପରି ଲାଗିଲା... ଆମେ ଦୁଇ ହୋଇଥିଲୁ ବର୍ତ୍ତମାନ ତିନି ହୋଇଯିବା ।”


Also Read: ଏହି ଦିନ 'ବାହୁବଳୀ' ଓ 'କ୍ରିସ୍' ମଧ୍ୟରେ ହେବ ଲଢ଼େଇ


ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର ଶିଶୁ ଶୀଘ୍ର ସେମାନଙ୍କ ସହ ଘରକୁ ଆସିବ। ନିଃସର୍ତ୍ତମୂଳକ ପ୍ରେମ, ପ୍ରାର୍ଥନା ଏବଂ ଶୁଭେଚ୍ଛା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମ ଜୀବନର ଏକ ଅଂଶ ହୋଇଥିବାରୁ ଏବଂ ଆମ ସହିତ ଆଉ ଏକ ସୁନ୍ଦର ଜୀବନ ଦେଖାଇଥିବାରୁ ଧନ୍ୟବାଦ। ଦୁର୍ଗା ଦୁର୍ଗା ବୋଲି ସେ ଲେଖିଛନ୍ତି। ଅଭିନେତ୍ରୀ ସେୟାର କରିଥିବା ଦୁଇଟି ଫଟୋରେ ସ୍ୱାମୀ କରଣ ଗ୍ରୋଭର ଧଳା ରଙ୍ଗର ପୋଷାକ ପିନ୍ଧିଥିବାବେଳେ ରାଜ୍ ଅଭିନେତ୍ରୀ ତାଙ୍କ ବେବି ବମ୍ପ ଦେଖାଉଛନ୍ତି।


 


ଭୂଷଣ ପଟେଲଙ୍କ ୨୦୧୫ ହରର୍ ଫିଲ୍ମ 'ଏଲୋନ'ର ସୁଟିଂ ସେଟରେ ବିପାଶା ଓ କରଣଙ୍କ ସାକ୍ଷାତ ହୋଇଥିଲା। ଏହାର ଗୋଟିଏ ବର୍ଷ ପରେ ସେମାନେ ବଙ୍ଗୀୟ ପାରମ୍ପାରାରେ ବିବାହ କଲେ। ବଙ୍ଗୀୟ ସୁନ୍ଦରୀଙ୍କ ଠାରୁ କରଣ ବୟସରେ ୪ ବର୍ଷ ଛୋଟ। ଏହି ଦମ୍ପତିଙ୍କୁ ଶେଷରେ ବିକ୍ରମ ଭଟ୍ଟଙ୍କ କ୍ରାଇମ-ଥ୍ରୀଲର ୱେବ୍ ସିରିଜ୍ 'ଡେଞ୍ଜେର' ସ୍କ୍ରୀନ୍ ସେୟାର କରିଥିବା ଦେଖିବାକୁ ମିଳିଥିଲା। ଏକ କାର୍ଯ୍ୟକ୍ରମରେ ବିପାଶା କହିଥିଲେ ଯେ, ତାଙ୍କ ପତି କରଣ ତାଙ୍କୁ ଲିଟିଲ୍ ବେବେ ବମ୍ବି କିମ୍ବା ମଙ୍କି ବୋଲି ଡାକନ୍ତି।