Entertainment News: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ(Anuska Shetty) ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ସାଉଥର ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି।ତାଙ୍କର ଫ୍ୟାନ୍ସ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥାନ୍ତି। ଆଜି ହେଉଛି ଏହି ଅଭିନେତ୍ରୀଙ୍କ ଜନ୍ମଦିନ। ଅନୁଷ୍କା ନଭେମ୍ବର ୭ ତାରିଖ, ୧୯୮୧ ମସିହାରେ ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ୪୨ ବର୍ଷ ବୟସରେ ପାଦ ଥାପିଛନ୍ତି। ତେବେ ଅନୁଷ୍କାଙ୍କ ନାମ କ୍ରିକେଟରଙ୍କ ସମେତ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତାଙ୍କ ସହ ଯୋଡ଼ା ହୋଇଛି, କିନ୍ତୁ ତାଙ୍କର ଫ୍ୟାନମାନେ ତାଙ୍କୁ ଅଭିନେତା ପ୍ରଭାସଙ୍କ ସହ ଏକାଠି  ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି।


COMMERCIAL BREAK
SCROLL TO CONTINUE READING

ତେବେ 'ବାହୁବଳୀ' (Bahubali) ଫିଲ୍ମରେ ସେମାନଙ୍କ ଯୋଡିକୁ ଅଧିକ ପସନ୍ଦ କରାଯାଇଥିଲା, ଯାହା ପରେ ସେମାନଙ୍କ ବିବାହ ଖବର ମଧ୍ୟ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏହି ଖବରକୁ ନେଇ ଉଭୟ କହିଥିଲେ ଯେ ସେମାନଙ୍କ ମଧ୍ୟରେ କେବଳ ଭଲ ବନ୍ଧୁତ୍ୱ ଅଛି ଆଉ କିଛି ନୁହେଁ। ଏହି ଅଭିନେତ୍ରୀଙ୍କୁ ଆଜି ୪୧ ବର୍ଷ ପୁରି ୪୨ ବର୍ଷ ଚାଲିଲା ତାଙ୍କର ଫ୍ୟାନ୍ସମାନେ କେବଳ ତାଙ୍କ ବିବାହ ତାରିଖକୁ ଅନେଇ ବସିଛନ୍ତି। ତେବେ ତାଙ୍କ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ କାହିଁକି ଅଭିନେତ୍ରୀ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ?


କାହିଁକି ବିବାହ କରିନାହାଁନ୍ତି ଅନୁଷ୍କା ଶେଟ୍ଟୀ?


ଯଦିଓ, ଅନୁଷ୍କା ଶେଟ୍ଟୀଙ୍କ ନାମ ଜଣେ ଛାଡ଼ପତ୍ର ନେଇ ସାରିଥିବା ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ କଳାକାରଙ୍କ ସହ ତାଙ୍କ ନାଁ ଯୋଡ଼ା ହୋଇଛି, କିନ୍ତୁ ପ୍ରଶଂସକମାନେ କେବଳ ପ୍ରଭାସଙ୍କ ସହ ତାଙ୍କୁ ପସନ୍ଦ କରନ୍ତି। ଆଜି ବି ତାଙ୍କ ଫ୍ୟାନ୍ସମାନେ ସେମାନଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରିଥାନ୍ତି।ଅନେକ ଥର ସେମାନଙ୍କର ଡେଟିଂ ଖବର ମଧ୍ୟ ଗଣମାଧ୍ୟମରେ ହେଡଲାଇନ ପାଲଟିଛି। କେବଳ ଏତିକି ନୁହେଁ, ପ୍ରଭାସ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବିବାହ କରିବାକୁ ମଧ୍ୟ ଅନୁମତି ଦେଇ ନ ଥିବା ଖବର ଆସିଥିଲା। ତେବେ ଉଭୟ ସାକ୍ଷାତକାର ସମୟରେ ଏହି ଖବରକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ଦୁହେଁ କୁହନ୍ତି ଯେ ସେମାନେ କେବଳ ଭଲ ବନ୍ଧୁ ।


କେବଳ ପ୍ରଭାସ ନୁହନ୍ତି ପ୍ରଭାସଙ୍କ(Prabhash) ବ୍ୟତୀତ ଅନୁଷ୍କା ଶେଟ୍ଟୀଙ୍କ ନାମ ଜଣେ ଛାଡପତ୍ର ହୋଇଥିବା ନିର୍ଦ୍ଦେଶକଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା। କେବଳ ଏତିକି ନୁହେଁ, ସେମାନଙ୍କ ବିବାହ ବିଷୟରେ ମଧ୍ୟ ଚର୍ଚ୍ଚା ଖୁବ୍ ଜୋରସୋରରେ ଚାଲିଥିଲା, କିନ୍ତୁ ଯେତେବେଳେ ଏହି ଖବର ଅଭିନେତ୍ରୀଙ୍କ କାନରେ ପହଞ୍ଚିଲା ସେତେବେଳେ ସେ ରାଗିଯାଇ ଏହି ଖବରକୁ ଗୁଜବ ବୋଲି କହିଥିଲେ ଏବଂ ପ୍ରଶଂସକମାନଙ୍କୁ ଏହାକୁ ବିଶ୍ୱାସ ନକରିବାକୁ କହିଥିଲେ। ଅନୁଷ୍କା କହିଥିଲେ, 'ଏହିପରି ଖବର କିପରି ଭାଇରାଲ୍ ହୋଇପାରିବ? ଏହିପରି ମିଥ୍ୟା ଖବର ଲେଖିବା ପୂର୍ବରୁ, ସେମାନେ ମଧ୍ୟ ମନେ ରଖିବା ଉଚିତ୍ ଯେ ସେମାନଙ୍କ ପରିବାର ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି।


Also Read: School Close: ଆଜିଠୁ ନଭେମ୍ବର ୧୨ ତାରିଖ ଯାଏ ବନ୍ଦ ରହିବ ସ୍କୁଲ୍, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀଙ୍କୁ ମନା...