BJP Leader On Urfi Javed: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ । ସେ ସବୁବେଳେ ବୋଲ୍ଡ ଡ୍ରେସିଂ ଷ୍ଟାଇଲ୍ ପାଇଁ ଲାଇମ ଲାଇଟରେ ରୁହନ୍ତି । କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ତ କେବେ ସାଇକେଲ ଚେନ୍‌, କେବେ ମୋବାଇଲ ଚାର୍ଜରରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଆଉ କେବେ ନଖରେ ତିଆରି ହୋଇଥିବା ପୋଷାକ ପିନ୍ଧି ଅଙ୍ଗ ପ୍ରଦର୍ଶନ କରନ୍ତି । ଏଭଳି ଅତରଙ୍ଗୀ ଡ୍ରେସ୍‌ ପିନ୍ଧି ସେ ସାଧାରଣତଃ ମୁମ୍ବାଇ ରାସ୍ତା କିମ୍ବା ବିମାନବନ୍ଦରରେ ବୁଲୁଥିବାର ନଜର ଆସନ୍ତି। 


COMMERCIAL BREAK
SCROLL TO CONTINUE READING


ତେବେ, ଉର୍ଫିଙ୍କ ଏଭଳି ବୋଲ୍ଡ ଫ୍ୟାସନକୁ ନେଇ ଅନେକ ତାଙ୍କୁ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରନ୍ତି । ଏପରିକି ତାଙ୍କୁ ଟ୍ରୋଲ କରିବା ଲୋକଙ୍କ ସଂଖ୍ୟା କିଛି କମ୍ ନାହିଁ। ଏଭଳି ପରିସ୍ଥିତିରେ ନିକଟରେ ଦିଲ୍ଲୀ ପୋଲିସ ନିକଟରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ସେ ସମାଜରେ ଅଶ୍ଲିଳତା କିମ୍ବା ନଗ୍ନତା ବିସ୍ତାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।  ଉର୍ଫିଙ୍କ ପୋଷାକଙ୍କୁ ନେଇ ଜଣେ ବିଜେପି ନେତ୍ରୀ ଚିତ୍ରା କୁମାର ଓ୍ବାଘ (BJP leader Chitra Kishor Wagh)ମଧ୍ୟ ମୁହଁ ଖୋଲିଛନ୍ତି । 


ଏହାବି ପଢନ୍ତୁ : Ranbir Kapoor: ନୂଆବର୍ଷରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ରଣବୀର


 



ଉର୍ଫି ଜାଭେଦଙ୍କ ଉପରେ ରାଗିଲେ ବିଜେପି ନେତ୍ରୀ :


ବିଜେପି ନେତ୍ରୀ ଚିତ୍ରା କିଶୋର ୱାଘ କେବଳ ସୋସିଆଲ ମିଡିଆରେ ଉର୍ଫି ଜାଭେଦଙ୍କ ଉପରେ କେବଳ ବର୍ଷି ନାହାଁନ୍ତି । ବରଂ ଏକ ପୋଷ୍ଟ ସେୟାର କରି  ମୁମ୍ବାଇ ପୋଲିସକୁ ଟାର୍ଗେଟ କରିଛନ୍ତି। ମୁମ୍ବାଇ ପୋଲିସ ଉପରେ ମଧ୍ୟ  ପ୍ରଶ୍ନ ଉଠାଇଛନ୍ତି। ଚିତ୍ରା ଟ୍ୱିଟରରେ ଉର୍ଫିଙ୍କର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଅଭିନେତ୍ରୀ ଏକ ବୋଲ୍ଡ ଲୁକରେ ନଜର ଆସିଛନ୍ତି।  ଚିତ୍ରା ଏହି ଭିଡିଓ ସେୟାର କରି କ୍ୟାପସନ ମଧ୍ୟ ଲେଖିଛନ୍ତି, 'ହେ… ମୁମ୍ବାଇରେ କଣ ଘଟୁଛି। ଏହି ମହିଳାଙ୍କୁ ରାସ୍ତାରେ ସର୍ବସାଧାରଣ ନଗ୍ନତା ରୋକିବା ପାଇଁ ମୁମ୍ବାଇ ପୋଲିସ ପାଖରେ କୌଣସି ଆଇପିସି କିମ୍ବା ସିଆପିସି ଆଇନ ଅଛି ନା ନାହିଁ ? ଗୋଟିଏ ପଟେ ନିରୀହ ମହିଳା ଓ ଝିଅମାନେ ଖରାପ ମାନଷିକ ଲୋକଙ୍କର ଶିକାର ହେଉଛନ୍ତି, ଅନ୍ୟପଟେ ଏହି ମହିଳା ଏସବୁ ଜିନିଷକୁ ପ୍ରୋତ୍ସାହିତ କରୁଛନ୍ତି। ଉର୍ଫି ଜାଭେଦଙ୍କୁ ଖୁବଶିଘ୍ର ଗିରଫ କରିବା ଉଚିତ୍ ବୋଲି ସେ ଦାବି କରିଛନ୍ତି ।'


ବିଜେପି ନେତ୍ରୀଙ୍କୁ କଡା ଜବାବ ଦେଲେ ଉର୍ଫି :


ଉର୍ଫି ଜାଭେଦ ଚିତ୍ରାଙ୍କୁ ଉତ୍ତର ଦେଇ କହିଛନ୍ତି, “ତୁମ ପରି ରାଜନେତାମାନେ ମହିଳାଙ୍କ ସୁରକ୍ଷା ଦେବାରେ ବିଫଳ,କେବଳ ମୋ ବିଷୟରେ ତୁମେମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛ,ସାହାଯ୍ୟର ଆବଶ୍ୟକତା ଥିବା ମହିଳାମାନଙ୍କ ପାଇଁ ତୁମେ ପ୍ରକୃତରେ କିଛି କରୁ ନାହଁ କାହିଁକି ? ମହିଳା ଶିକ୍ଷା, ଲକ୍ଷ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ଅଛି ,ଆପଣମାନେ କାହିଁକି ଏହି ପ୍ରସଙ୍ଗ ଉଠାଉ ନାହାଁନ୍ତି? " ଏହି ଘଟଣା ପ୍ରଥମ ଥର ଉର୍ଫିଙ୍କ ସହ ହୋଇ ନାହିଁ । ତାଙ୍କ ପୋଷାକକୁ ନେଇ ଏକାଧିକ ରାଜନେତାଙ୍କ ଠାରୁ ଆରମ୍ଭ କରି ଲେଖକ ମଧ୍ୟ ଟାଙ୍କୁ ସମାଲୋଚନା କରିଛନ୍ତି। କିନ୍ତୁ ଉର୍ଫି ସେମାନଙ୍କୁ କଡା ଜବାବ ଦେଇଛନ୍ତି ।