Kangana Ranaut at Ayodhya: ଅଯୋଧ୍ୟାରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନିଜକୁ ସାମିଲ କରିବାକୁ କଙ୍ଗନା ଆସିଛନ୍ତି । ଅଯୋଧ୍ୟାରେ ପହଞ୍ଚିବା ପରେ ଗଣମାଧ୍ୟମ ସହ ଆଲୋଚନା କରି କଙ୍ଗନା କହିଛନ୍ତି ଯେ, ଅଯୋଧ୍ୟା ଧାମକୁ ଆସୁଥିବା ପ୍ରତିଟି ଲୋକଙ୍କ ଖୁବ ସୌଭାଗ୍ୟ ଯେ, ସେମାନେ ଏହି ବିଶେଷ ମୁହୂର୍ତ୍ତରେ ନିଜକୁ ସାମିଲ କରିପାରୁଛନ୍ତି । ଏଥିସହ ସେ କହିଛନ୍ତି 'ଅଯୋଧ୍ୟା ରାମ ମନ୍ଦିରରେ ନିଜକୁ ସାମିଲ କରିବା ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ପ୍ରତିନିଧିମାନେ କଙ୍ଗନାଙ୍କୁ ପଚାରିଥିଲେ ଯେ, ନିମନ୍ତ୍ରଣ ପାଇବା ପରେ ମଧ୍ୟ କିଛି ଲୋକ ଅଯୋଧ୍ୟା ଆସିବାକୁ ମନା କରୁଛନ୍ତି ସେନେଇ ଆପଣ କଣ କହିବେ? ଏହାର ଉତ୍ତରରେ ଅଭିନେତ୍ରୀ କଙ୍ଗନା କହିଥିଲେ ଯେ, ଆମର ସୌଭାଗ୍ୟ ଯେ, ଆମକୁ ଭଗବାନ ଉଚିତ ଜ୍ଞାନ ଦେଇଛନ୍ତି ଯାହାଦ୍ୱାରା ଆମେ ଏଠାରେ ସାମିଲ୍ ହୋଇପାରୁଛନ୍ତି । ସେହିପରି କିଛି ଲୋକ ବୋକା ଅଛନ୍ତି ଯେଉଁମାନେ ଏଠାକୁ ଆସିବାକୁ ଚାହୁଁନାହାନ୍ତି ।


ଭୋଟ ପାଇବା ତଥା ନିର୍ବାଚନ ପାଇଁ ସରକାର ଏହା କରୁଛନ୍ତି ବୋଲି କିଛି ଦିନ ପୂର୍ବରୁ MIM ମୁଖ୍ୟ କହିଥିଲେ। ତାଙ୍କ ମତ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା କହିଛନ୍ତି ଯେ, ଏହା ହେଉଛି ଭଗବାନ ଶ୍ରୀରାମଙ୍କ ସ୍ଥାନ । ହଜାର ହଜାର ବର୍ଷ ପୂର୍ବରୁ ଏହି ସ୍ଥାନର ସ୍ୱତନ୍ତ୍ର ରହସ୍ୟ ରହିଛି । ପ୍ରଭୁ ଶ୍ରୀ ରାମଙ୍କ ଚରିତ୍ର  ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜୀବନ୍ତ । ଜାନୁଆରୀ ୨୨ ତାରିଖ ଏକ ପବିତ୍ର ଦିନ । ପ୍ରଭୁ ଶ୍ରୀରାମ ଆମକୁ ଦର୍ଶନ ଦେବେ । ଜୟ ଶ୍ରୀ ରାମ। '


Post- 



କଙ୍ଗନା ରଣାୱତ ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପିତ ରାମ ଲାଲାଙ୍କ ପ୍ରତିମୂର୍ତ୍ତିକୁ ଖୁବ ପ୍ରଶଂସା କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ପ୍ରଶଂସା କରି କଙ୍ଗନା କହିଥିଲେ ଯେ, ସେ ସବୁବେଳେ ଭଗବାନ ଶ୍ରୀ ରାମଙ୍କ ଶିଶୁ ରୂପକୁ ମନରେ ଚିନ୍ତା କରିଆସୁଛନ୍ତି । ଏହି ପ୍ରତିମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ମଧ୍ୟ କଙ୍ଗନା ଖୁବ୍ ପ୍ରଶଂସା କରିଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଗୁରୁବାର ଦିନ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଅଯୋଧ୍ୟାରେ ପହଞ୍ଚିବା ପରେ କଙ୍ଗନା ରଣାୱତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିର ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ, 'ମୁଁ ସବୁବେଳେ ପ୍ରଭୁ ଶ୍ରୀ ରାମ ପିଲାଦିନ କଥା ଚିନ୍ତା କରିବା ସମୟରେ ଯେଉଁ ଚେହେରା ଆଖି ସାମ୍ନାକୁ ଆସେ ଅବିକଳ ସେହି ଚେହାରର ପ୍ରତିମା ନିର୍ମାଣ ହୋଇଛି । ଏହି ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଟ୍ୟାଗ୍ କରି କଙ୍ଗନା ଲେଖିଛନ୍ତି, 'ଆପଣଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ମିଳିଛି। ପ୍ରଭୁ ଶ୍ରୀରାମ ଆପଣଙ୍କୁ ଦର୍ଶନ ଦେଇଛନ୍ତି ଯେଉଁ କାରଣରୁ ଆପଣ ଏତେ ସୁନ୍ଦର ଆକର୍ଷଣୀୟ ମୂର୍ତ୍ତି ତିଆରି କରିପାରିଲେ ।


କଙ୍ଗନାଙ୍କୁ ମିଳିଥିଲା ନିମନ୍ତ୍ରଣ
ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ଅନେକ ବଲିଉଡ ସେଲିବ୍ରେଟିଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି । କଙ୍ଗନା ରଣାୱତଙ୍କୁ ମଧ୍ୟ ଅଯୋଧ୍ୟାକୁ ଆସିବା ପାଇଁ ନିମନ୍ତ୍ରଣ ମିଳିଥିଲା । ଅନ୍ୟପଟେ ଆଗକୁ କଙ୍ଗନାଙ୍କ ନୂଆ ସିନେମା ଏମୋରଜେନ୍ସି ଆସିଛି ।ଏହି ସିନେମାରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱର ଭାର କଙ୍ଗନାଙ୍କ କାନ୍ଧରେ ରହିଛି ।


Also Read- Vigilance Raid: ଲାଞ୍ଚ ନେଉଥିଲେ ଭଦ୍ରକ କେନ୍ଦୁଆପଦା RI, ଠିକ୍ ସମୟରେ ମାଡିବସିଲା ଭିଜିଲାନ୍ସ


Also Read- ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଅଯୋଧ୍ୟା ଧାମ