ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଅଯୋଧ୍ୟା ଧାମ
Advertisement
Article Detail0/zeeodisha/odisha2069416

ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଅଯୋଧ୍ୟା ଧାମ

ଦୃଢ ଇଚ୍ଛା ଶକ୍ତି ନେଇ ଜଣେ କାରିଗର ଅତି କ୍ଷୁଦ୍ର କାରିଗରୀ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଏକ ଅଦ୍ଵିତୀୟ କଳାକୃତି। 

ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଅଯୋଧ୍ୟା ଧାମ

ବ୍ରହ୍ମପୁର: କୁହାଯାଏ ମନରେ ଇଚ୍ଛା ଥିଲେ ସଫଳତା ହାତ ପାହାନ୍ତାକୁ ଆସିଥାଏ । ସେହି ଦୃଢ ଇଚ୍ଛା ଶକ୍ତି ନେଇ ଜଣେ କାରିଗର ଅତି କ୍ଷୁଦ୍ର କାରିଗରୀ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଏକ ଅଦ୍ଵିତୀୟ କଳାକୃତି। 

ଦିଲୀପ ଏମିତି ଏକ କଳାକୃତ୍ତି ନିର୍ମାଣ କରିଛନ୍ତି ଯେଉଁଥିରେ ଶ୍ରୀ ଜଗନ୍ନାଥ ପୁରୀ ଧାମର ଉଚ୍ଚତା ୨ ଇଞ୍ଚ, ଶ୍ରୀ ବଦ୍ରୀନାଥ ଧାମର ଉଚ୍ଚତା ୨.୨୫ ଇଞ୍ଚ, ଶ୍ରୀ ଦ୍ବାରିକା ଧାମର ଉଚ୍ଚତା ୨.୨୫ ଇଞ୍ଚ, ଶ୍ରୀ ରାମେଶ୍ବର ଧାମର ଉଚ୍ଚତା ୨ ଇଞ୍ଚ, ଶିବ ଲିଙ୍ଗର ଉଚ୍ଚତା ୧ ସେ.ମି., ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଉଚ୍ଚତା ୨.୬ ଇଞ୍ଚ, ଓସାର ୦.୭୫ ଇଞ୍ଚ ଏବଂ ମାତା ସୀତାଙ୍କ ମୂର୍ତ୍ତି ଉଚ୍ଚତା ୨.୫ ଇଞ୍ଚ, ଓସାର ୦.୫ ଇଞ୍ଚ, ଲକ୍ଷ୍ମଣଙ୍କ ମୂର୍ତ୍ତି ଉଚ୍ଚତା ୨.୫ ଇଞ୍ଚ, ଓସାର ୦.୭୫ ଇଞ୍ଚ, ହନୁମାନଙ୍କ ମୂର୍ତ୍ତି ଉଚ୍ଚତା ୧.୫ ଇଞ୍ଚ, ଓସାର ୦.୭୫ ଇଞ୍ଚ । ଏଭଳି ଉଚ୍ଚତାର ମାପ ବିଷୟରେ ଯେ କୌଣସି ଶୁଣିବେ ବାସ୍ତବରେ ଏହା ଅସମ୍ଭବ କୁହାଯାଇପାରିବ । କିନ୍ତୁ ଅସମ୍ଭବକୁ ନିଜ ନିଖୁଣ ହାତ କାରିଗରୀରେ ବାସ୍ତବ ରୁପ ଦେଇପାରିଛନ୍ତି ଦିଲୀପ ।

୧୪ ଇଞ୍ଚ ଉଚ୍ଚତା ଏବଂ ୧୧ ଇଞ୍ଚ ଓସାର ବିଶିଷ୍ଠ ଏହି କଳାକୃତି ସମ୍ପୂର୍ଣ୍ଣ ଉତ୍କଳୀୟ କଳା ଭାସ୍କର୍ଯ୍ୟର ଝଲକ ସଂଶ୍ଳିଷ୍ଟ ଏହି କଳାକୃତିର ମଧ୍ୟ ଭାଗରେ ଶ୍ରୀରାମ ସୀତା ଲକ୍ଷ୍ମଣ ଏବଂ ରାମଦୂତ ହନୁମାନଙ୍କ ସମେତ ଚାରି କୋଣରେ ଚାରି ଧାମ ସହିତ ଅତି ନିଖୁଣ ଏବଂ ସୁନ୍ଦର ଭାବରେ କାଠରେ ଏକ ବିସ୍ମୟ କଲାଭଳି ଗଜ ମୁଖ ସହିତ ଅନେକ କଳାକୃତି ନିର୍ମାଣ କରିଛନ୍ତି। ତେବେ ଭାରତର ଚାରି ଧାମ ସହିତ ଅଯୋଧ୍ୟା ମଧ୍ୟ ଆଜି ସାରା ହିନ୍ଦୁ ସନାତନୀ ମାନଙ୍କର ପାଇଁ ଏକ ତୀର୍ଥ ଧାମଠୁ କିଛି ପତିମାଣରେ କମ ନୁହେଁ। ତେବେ ଏହି କଳାକୃତିକୁ ତିଆରି କରିବା ପାଇଁ ଦିଲୀପଙ୍କୁ ପାଖା ପାଖି ୧୫ ଦିନରୁ ମଧ୍ୟ ଅଧିକା ସମୟ ଲାଗିଥିବା ବେଳେ ଏହି କଳାକୃତିକୁ ସେ ଭାରତର ଜସସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପହାର ଭାବରେ ଦେବା ପାଇଁ ମନସ୍ତ କରିଛନ୍ତି। ଅଯୋଧ୍ୟା ଶ୍ରୀରାମଙ୍କର ମନ୍ଦିର ଯେତେବେଳେ କୋଟି କୋଟି ହିନ୍ଦୁ ମାନଙ୍କର ଅସ୍ମିତାର ପରିଚୟ ସେତେବେଳେ ଏହା ସହିତ ଚାରି ଧାମଙ୍କୁ ଏକତ୍ର କରି ଏଭଳି କଳାକୃତି କରି ଆମ ହିନ୍ଦୁ ଭାଇଙ୍କର ମନୋବଳ ଓ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ତାଙ୍କର ଏହି କଳାକୃତି ସମସ୍ତ କଳାକାର କାରିଗର ଓ ରାମ ମନ୍ଦିର ନିର୍ମାଣରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ଆଶା ପ୍ରକଟ କରିଛନ୍ତି। ଏହି କଳାକୃତି ନିର୍ମାଣରେ ଦିଲୀପଙ୍କୁ ତାଙ୍କ ମାମୁଁ ବାସ୍ତୁବିତ୍ ଡ଼ଃ ସନ୍ୟାସୀ ମହାରଣା, ବାପା ଭଗବାନ ମହାରଣା, ଭାଇ ମନୋଜ ମହାରଣା ପ୍ରମୁଖ ସହଯୋଗ କରିଥିଲେ ଏବଂ ତାଙ୍କ ମାମୁଁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି କଳାକୃତି ନିର୍ମାଣ କରିବାପାଇଁ ପ୍ରେରଣା ଦେଇଥିଲେ ।

ଏହା ପୂର୍ବରୁ ୨୦୨୧ରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିଥିଲେ ଯାହାକି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛି। ଏପ୍ରିଲ ୫ ତାରିଖ ୨୦୨୨ ମସିହାରେ ମାଆ ତାରାତାରିଣୀଙ୍କ ମନ୍ଦିରର କଳାକୃତି ପାଇଁ ଦିଲୀପଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ସମ୍ମାନିତ କରିଥିଲେ।

ରିପୋର୍ଟ- ପ୍ରେମାନନ୍ଦ ପୁଜାରୀ (ବ୍ରହ୍ମପୁର)

Also Read- ମାଲକାନାଗିରି ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ମୃତ

Also Read- Surya Gochar 2024: ମାତ୍ର ୪ଦିନ ପରେ ଫିଟିବ ଏହି ରାଶିର ଭାଗ୍ୟ, ହେବ ଧନର ବର୍ଷା !