Actress Urvashi Rautela: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ଉର୍ବଶୀ ରୌତେଲା ।  ଗତ କିଛି ଦିନ ହେବ ଭାରତୀୟ କ୍ରିକେଟର ଋଷଭ ପନ୍ଥଙ୍କ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି ଉର୍ବଶୀ । ଅନେକ ସମୟରେ ଉର୍ବଶୀ ନିଜ ସୋସିଆଲ ମିଡିଆରେ ପନ୍ଥଙ୍କ ପାଇଁ କିଛିନା କିଛି ପୋଷ୍ଟ କରିଥାନ୍ତି । ଆଉ ଯାହାକୁ ନେଇ ସେ ଟ୍ରୋଲର ଶୀକାର ହୁଅନ୍ତି । ନିକଟରେ ଦୁବାଇରେ ଅନୁଷ୍ଠିତ ଫିଲ୍ମଫେୟାର ମିଡିଲ୍‌  ଇଷ୍ଟ ଆୱାର୍ଡରେ ପହଞ୍ଚିଥିଲେ ବଲିଉଡ୍‌ ବିଉଟି ଉର୍ବଶୀ ରୌତେଲା । ଗୋଲାପି ଟ୍ୟୁବ୍‌ ବଡିକନ୍‌ ଡ୍ରେସ୍‌ରେ  ଆସିଥିଲେ ନଜର । ଏହି ପୋଷାକର ମୂଲ୍ୟ ୫୦ ଲକ୍ଷ ଟଙ୍କା  ବୋଲି ଚର୍ଚ୍ଚା ହେଉଛି । କାର୍ଯ୍ୟକ୍ରମର ଫଟୋ ସାମ୍ନାକୁ ଆସିବା  ପରେ ଉର୍ବଶୀଙ୍କ ଫ୍ୟାନ୍‌  ଖୁବ୍‌  ପ୍ରଶଂସା କରୁଛନ୍ତି । କେବଳ ସେତିକି ହିଁ ନୁହେଁ ଅନେକ ତାଙ୍କୁ ଋଷଭ ପନ୍ତଙ୍କ ନାଁରେ  ମଧ୍ୟ ଟ୍ରୋଲ୍‌ କରୁଛନ୍ତି ।  ଗତ ୧୯ ତାରିଖରେ ହୋଇଥିବା ଏହି ଆୱାର୍ଡ ଶୋ’ରେ ଉର୍ବଶୀଙ୍କର ଜଲ୍‌ୱା  ଦେଖିବାକୁ ମିଳିଥିଲା। ସ୍ମୋକି ଆଖି ମେକ୍‌ଅପ,  ହୀରା କାନଫୁଲ ସହିତ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଏନେଇ ସେ ସୋସିଆଲ ମିଡିଆରେ ନିଜର  କିଛି ଫଟୋ ସେ ସେୟାର କରିଛନ୍ତି । ତାଙ୍କୁ  ଦେଖିବା ମାତ୍ରେ ଲୋକେ ଋଷଭ ପନ୍ତଙ୍କୁ ମନେ ପକାଇଛନ୍ତି । ତା’ପରଠୁ ଉର୍ବଶୀଙ୍କୁ  ସମାଲୋଚନା ଥମିବାର ନାଁ ଧରୁନି ।ଜଣେ  ୟୁଜର୍‌ର୍ସ ତାଙ୍କ ପୋଷ୍ଟ୍‌ରେ କମେଣ୍ଟ ଦେଇ  କହିଛନ୍ତି 'ଋଷଭ ପନ୍ତ ଇମ୍ପ୍ରେସ୍‌ ହେବେ  ନାହିଁ, ବିଲକୁଲ୍‌ ଚେଷ୍ଟା କରନାହିଁ ।' ଆଉ ଜଣେ  ଲେଖିଛନ୍ତି 'ଋଷଭ ପନ୍ତଙ୍କ ପିଛା  ଛାଡ଼ିଦିଅ। ଏମିତି ଅନେକ ୟୁଜର୍ସ  ତାଙ୍କୁ ଟ୍ରୋଲ୍‌ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

୨୦୧୩ ରେ 'ସିଂ ସାବ୍ ଦି ଗ୍ରେଟ୍'(Singh Saab the Great) ମୁଭିରେ ସେ ବଲିଉଡରେ ଡେବ୍ୟୁ କରିଥିଲେ ଉର୍ବଶୀ ।  ଉର୍ବଶୀ ଏପର୍ଯ୍ୟନ୍ତ ଅନେକ ତାମିଲ, ତେଲୁଗୁ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିକଟରେ ଅଭିନେତ୍ରୀ 'ରାଜ ଜୀ' ଗୀତ ସହିତ ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି। ଏହି ଗୀତଟି ପ୍ରାୟ ତିନି ସପ୍ତାହ ପୂର୍ବରୁ ମୁକ୍ତିଲାଭ କରିଥିଲା ​​ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୧.୨ ମିଲିୟନ୍ ଭ୍ୟୁ ପାଇଛି। ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ପୂର୍ବେ ଏହାର ମୁଖ୍ୟ ଟ୍ରାକ୍ ମୁକ୍ତିଲାଭ କରିଥିଲା ​​ଏବଂ ଏହା ବର୍ତ୍ତମାନ ଭୋଜପୁରୀରେ ଏହାକୁ ରିମେକ୍ କରାଯାଇଛି । ତେବେ ଭୋଜପୁରୀ ଇଣ୍ତଷ୍ଟ୍ରିରେ ଉର୍ବଶୀଙ୍କ ଏଣ୍ଟ୍ରିକୁ ନେଇ ବେଶ ଖୁସ୍ ଅଛନ୍ତି ତାଙ୍କର ପ୍ରଶଂସକ । ଏବଂ ଏହି ଭୋଜପୁରୀ ଗୀତରେ ତାଙ୍କର ଅନ୍ଦାଜକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ। 



ଯଦି ଆମେ ଉର୍ବଶୀଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ନିକଟରେ ସେ ପୁଷ୍ପା ୨ ମେକର୍ସଙ୍କ ସହ ଏକ ଫିଲ୍ମ ସାଇନ୍ କରିଛନ୍ତି । ସେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ' ଓ୍ବାଲ୍ଟଟର ଭିରାୟା'(Waltair Veeerayya) ରେ ନଜର ଆସିବେ । ଏହାସହ  ସେ ରାମ ପୋଥିନେନିଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ।  ଏହି ଅଭିନେତ୍ରୀ 'ଇନ୍ସପେକ୍ଟର ଅବିନାଶ'ରେ ରଣଦୀପ ହୁଡ୍ଡାଙ୍କ ସହ ମଧ୍ୟ ଦେଖିବାକୁ ମିଳିବ। ସେ ମଧ୍ୟ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କୁ '୩୬୫ ଡେଜ୍ ' ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ । ହଲିଉଡ୍ ଷ୍ଟାର ମିଚେଲ ମୋରେନଙ୍କ ସହ ସେ ନଜର ଆସିବେ । ଯାହା ନେଟଫ୍ଲିକ୍ସ, ଟୋମାସ ମେଣ୍ଡେସଙ୍କ ଦ୍ବାରା ନିର୍ମିତ ହେବ।  ଏବଂ ଏହାକୁ ନିର୍ଦ୍ଦେଶକନା ଦେଉଛନ୍ତି ବାବରା ବିୟାଲୋଭାସ।