Jawan box office collection day 1: ରିଲିଜ୍ ହେବାର ପ୍ରଥମ ଦିନ ଶାହରୁଖ ଖାନଙ୍କ (Shah Rukh Khan) ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୱାନ୍' (Jawan) ରେକର୍ଡ ଭାଙ୍ଗିବା ସହ ଏକ ବମ୍ପର ଓପନିଂ କରିଛି । ଯାହା ଦ୍ବାରା ଏହି ଫିଲ୍ମ ବଲିଉଡର ସବୁଠୁ ଅଧିକ ଓପନିଂ କରିଥିବା ଫିଲ୍ମ ପାଲଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଶାହରୁଖ ଖାନ୍ (Shah Rukh Khan) ଓ ନୟନତାରାଙ୍କ (Nayanthara) ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୱାନ' ସେପ୍ଟେମ୍ବର ୭ ତାରିଖ ଅର୍ଥାତ୍ ଗୁରୁବାର ଦିନ ବଡ଼ ପରଦାରେ ରିଲିଜ ହୋଇଛି। ତେବେ ରିଲିଜର ପ୍ରଥମ ଦିନ 'ଜୱାନ୍' ରେକର୍ଡ କରିଥିବା ବେଳେ ଇଣ୍ଡଷ୍ଟ୍ରିର ଇତିହାସକୁ ମଧ୍ୟ ବଦଳାଇ ଦେଇଛି  । ଅନେକ ସହରରେ 'ଜୱାନ୍'ର ‘ଫ୍ୟାଷ୍ଟ ଡ଼େ ଫ୍ୟାଷ୍ଟ ସୋ’ (Jawan First Day First Show) ରାତି ୨ଟାରୁ ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ଭୋର ୫ଟାରେ ଆରମ୍ଭ ହୋଇଥିଲା । ଯାହା ପୂର୍ବରୁ କେବେ ମଧ୍ଯ ଦେଖିବାକୁ ମିଳିନଥିଲା । ତେବେ ଯଦି ଫିଲ୍ମର ଓପନିଂ ଡ଼େ କଲେକ୍ସସନ୍ କଥା କହିବା ତାହାଲେ କିଙ୍ଗ ଖାନଙ୍କ 'ଜୱାନ୍' ପ୍ରଥମ ଦିନରୁ ହିଁ ଦମଦାର ବକ୍ସ ଅଫିସ କଲେକ୍ସସନ୍ କରିଥିବା ଦେଖିବାକୁ ମିଳିଛି ।


 



ସାଉଥର ସିନେମାର ସୁପର ନିର୍ଦ୍ଦେଶକ ଆଟଲିଙ୍କ (Atlee) ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖ ଖାନ (Shah Rukh Khan), ନୟନତାରା (Nayanthara )ଙ୍କ ବ୍ୟତୀତ ବିଜୟ ସେଥୁପଥୀ (vijay sethupathi) ମଧ୍ଯ ନଜର ଆସିଛନ୍ତି । ଏଥିରେ ଦୀପିକା ପାଦୁକୋନଙ୍କର (Deepika Padukone) ଏକ ବିଶେଷ ଦୃଶ୍ୟ ରହିଛି । ଫିଲ୍ମକୁ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଥିବା ଦେଖିବାକୁ ମିଳିଛି । ତେବେ ଫିଲ୍ମ ଦେଖି ସିନେମା ହଲରେ ପ୍ରଶଂସକମାନେ ନାଚୁଥିବାର ଅନେକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ।


​Also Read-​ ଭାରତ ବନାମ ଇଣ୍ତିଆ ତର୍କ ଭିତରେ ଫିଲ୍ମର ନାଁ ବଦଳାଇଲେ ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ନାମ…