ଭାରତ ବନାମ ଇଣ୍ତିଆ ତର୍କ ଭିତରେ ଫିଲ୍ମର ନାଁ ବଦଳାଇଲେ ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ନାମ…
Advertisement
Article Detail0/zeeodisha/odisha1859347

ଭାରତ ବନାମ ଇଣ୍ତିଆ ତର୍କ ଭିତରେ ଫିଲ୍ମର ନାଁ ବଦଳାଇଲେ ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ନାମ…

Mission Raniganj: ବର୍ତ୍ତମାନ ଦେଶର ନାମ ଇଣ୍ତିଆରୁ ଭାରତ (Bharat vs India) କରିବା ନେଇ ଆଲୋଚନା ଜୋର ଧରିଛି। ଅନେକ ରାଜନେତା ଏହି ପ୍ରସଙ୍ଗରେ ନିଜର ମତାମତ ଦେଉଥିବାବେଳେ କେତେକ ନେତା ଦେଶର ନାମ ପରିବର୍ତ୍ତନକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଚର୍ଚ୍ଚା ମଧ୍ଯରେ ନିଜ ନାମ ଫିଲ୍ମର ନାମ ପରିବର୍ତ୍ତନ କରିଛନ୍ତି ଖିଲାଡ଼ି କୁମାର । 

ସୌ(ସୋସିଆଲ ମିଡିଆ)

Mission Raniganj: The Great Bharat Rescue: ଜି-୨୦ ସମ୍ମିଳନୀ (G20 summit) ପାଇଁ ରାଜଧାନୀ ଦିଲ୍ଲୀରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏନେଇ ଶନିବାର ଦିନ ଅତିଥିମାନଙ୍କ ଉଦ୍ଦେଶ୍ୟରେ ଏକ ଡ଼ିନର ପାର୍ଟରେ ଆୟଜନ କରାଯିବ । ଏନେଇ ଛପାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ ଇଣ୍ତିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଉଲ୍ଲେଖ କରାଯାଇଥିଲା । ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜନୀତି । ବର୍ତ୍ତମାନ ଦେଶର ନାମ ଇଣ୍ତିଆରୁ ଭାରତ (Bharat vs India) କରିବା ନେଇ ଆଲୋଚନା ଜୋର ଧରିଛି। ଅନେକ ରାଜନେତା ଏହି ପ୍ରସଙ୍ଗରେ ନିଜର ମତାମତ ଦେଉଥିବାବେଳେ କେତେକ ନେତା ଦେଶର ନାମ ପରିବର୍ତ୍ତନକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଚର୍ଚ୍ଚା ମଧ୍ଯରେ ନିଜ ନାମ ଫିଲ୍ମର ନାମ ପରିବର୍ତ୍ତନ କରିଛନ୍ତି ଖିଲାଡ଼ି କୁମାର । ବୁଧବାର ଦିନ ଅକ୍ଷୟ କୁମାରଙ୍କ ଅପକମିଂ ଚଳଚ୍ଚିତ୍ର 'ମିଶନ ରାଣୀଗଞ୍ଜ: ଦି ଗ୍ରେଟ୍ ଭାରତ ରେସକ୍ୟୁ' ( Mission Raniganj: The Great Bharat Rescue) ର ମୋସନ ପୋଷ୍ଟର ରିଲିଜ୍ ହୋଇଥିଲା। ଏହାପୂର୍ବରୁ ଏହି ଚଳଚ୍ଚିତ୍ରର ନାମ 'ମିଶନ ରାଣୀଗଞ୍ଜ: 'ଦି ଗ୍ରେଟ୍ ଇଣ୍ଡିଆନ୍ ରେସକ୍ୟୁ' ଥିଲା। କିନ୍ତୁ ଅକ୍ଷୟ କୁମାର ଭାରତ ବନାମ ଇଣ୍ତିଆ ବିତର୍କ ମଧ୍ୟରେ ନିଜ ଚଳଚ୍ଚିତ୍ରର ନାମ ପରିବର୍ତ୍ତନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ଅକ୍ଷୟ କୁମାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ମିଶନ୍ ରାନିଗଞ୍ଜ: ଦି ଗ୍ରେଟ୍ ଭରତ ରେସକ୍ୟୁ' ର ମୋସନ୍ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟରେ ଫିଲ୍ମର ଅନେକ ଝଲକ ଦେଖିବାକୁ ମିଳିଛି । ଫିଲ୍ମଟି ଅକ୍ଟୋବର ୬ ତାରିଖରେ ରିଲିଜ ହେବ। ଏହି ଚଳଚ୍ଚିତ୍ରଟି ବିହାର ରାଣୀଗଞ୍ଜ ଘଟଣା (Raniganj Rescue Story) ଓ ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର (Akshay kumar) ଜସୱନ୍ତ ସିଂ ଭୂମିକାରେ ନଜର ଆସିବ। ଚଳଚ୍ଚିତ୍ରର କାହାଣୀ ୧୯୮୯ ମସିହା ନଭେମ୍ବର ମାସରେ ରାଣୀଗଞ୍ଜ କୋଇଲା ଖଣି ଉଦ୍ଧାର କାର୍ଯ୍ୟ ଉପରେ ଆଧାରିତ । ଖଣି ଖନନ ବେଳେ ୬୫ ଜଣ ଶ୍ରମିକ ୩୫୦ ଫୁଟ ତଳେ ଫସି ରହିଥିଲେ। ଏହି ସମୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଜସୱନ୍ତ ସିଂ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନେକ ପ୍ରତିକୂଳ ପରିସ୍ଥିତିରେ ପରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା । ନିକଟରେ ଅକ୍ଷୟ କୁମାର OMG 2 ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଥିଲେ। ତେବେ ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ ବେଶ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ଖିଲାଡ଼ି କୁମାରଙ୍କ ସହ ପଙ୍କଜ ତ୍ରିପାଠୀ ଓ ୟାମୀ ଗୌତମ ​ନଜର ଆସିଥିଲେ ।

ତେବେ ଭାରତ ନାମକରଣକୁ ସର୍ମଥନ କରୁଥିବା ଅକ୍ଷୟ କୁମାର ପ୍ରଥମ ସେଲିବ୍ରେଟି ନୁହଁନ୍ତି । ଏହା ପୂର୍ବରୁ ସୁପରଷ୍ଟାର ଅମିତାଭ ବଚ୍ଚନ (Amitabh Bachchan) ମଙ୍ଗଳବାର ଦିନ ନିଜ ଟ୍ବିଟର ଆକାଉଣ୍ଟରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଲେଖି ଏକ ପୋଷ୍ଟରେ ସେୟାର କରିଛନ୍ତି । କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଇଣ୍ଡିଆ’ ଲେଖିଥିବାବେଳେ ଅନ୍ୟ କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଭାରତ’ ଲେଖିଥିବା ଦେଖିବାକୁ ମିଳିଛି । କେତେକ ୟୁଜର୍ସଙ୍କ ଏହି ପୋଷ୍ଟ୍‌କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ସେହିପରି ବୀରେନ୍ଦ୍ର ସେହୱାଗ (virender sehwag) ମଧ୍ଯ ଭାରତ ନାମକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଟିମ ଇଣ୍ତିଆ ଜର୍ସିରେ (Team India Jersey) ଇଣ୍ତିଆ ବଦଳରେ ଭାରତ ଲେଖାଯିବା ଉଚିତ୍ ବୋଲି ସେ ନିଜ ଟ୍ବିଟରେ ନେଇ ଏକ ପୋଷ୍ଟ କରିଛନ୍ତି । ପୋଷ୍ଚ କରି ସେହୱାଗ ଲେଖିଛନ୍ତି, ‘ମୁଁ ସର୍ବଦା ଏହା ଗ୍ରହଣ କରେ ଯେ ନାମ ଏଭଳି ହେବା ଉଚିତ୍ ଯାହା ଆମ ଭିତରେ ଗର୍ବ ସୃଷ୍ଟି କରିବ। ଆମେ ଭାରତୀୟ, ଇଣ୍ଡିଆ ନାମ ଆମକୁ ଇଂରେଜମାନେ ଦେଇଛନ୍ତି। ଆମର ମୂଳ ନାମ ଭାରତକୁ ପାଇବା ପାଇଁ ଆମକୁ ଲମ୍ବା ସମୟ ଲାଗିଯାଇଛି’।