Armaan Malik News: ପୂର୍ବେ ଯେତେବେଳେ ଆପଣ ଅରମାନ ମଲିକ (Armaan Malik) ଙ୍କ ନାମ ଶୁଣୁଥିଲେ ତ ସେତେବେଳେ ବଲିଉଡ ଗାୟକ (Bollywood Singer) ଅରମାନ ମଲିକ (Armaan Malik) ଙ୍କ ନାମ ମନକୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ଗୁଗୁଲ (Google) ରେ ଆପଣ ଅରମାନ ମଲିକଙ୍କୁ ସର୍ଚ୍ଚ କଲେ ମଧ୍ୟ ଗାୟକଙ୍କା ନାମ ପରିବର୍ତ୍ତେ ସେହି ୟୁଟ୍ୟୁବର୍ ତଥା ତଥାକଥିତ ଇନଫ୍ଲୁଏନ୍ସର ଅରମାନ ମଲିକ (Youtuber Armaan Malik) ଙ୍କ ନାମ ସାମ୍ନାକୁ ଆସେ, ଯିଏ ୨-୨ ଜଣ ପତ୍ନୀଙ୍କୁ ନେଇ ଘୁରି ବୁଲନ୍ତି । ବର୍ତ୍ତମାନ ୟୁଟ୍ୟୁବର ଅରମାନ ମଲିକଙ୍କ ଉଭୟ ପତ୍ନୀ (Youtuber Armaan Malik Wife) ଗର୍ଭବତୀ ଅଛନ୍ତି । ବଲିଉଡ ଗାୟକ ଅରମାନ ମଲିକ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହି ଅରମାନ ମଲିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବଲିଉଡ ଗାୟକ (Bollywood Singer) ଅରମାନ ମଲିକ (Armaan Malik) ଏକ ମିଡିଆ ଟ୍ୱିଟକୁ କୋଟ୍ କରି ଲେଖିଛନ୍ତି ଯେ, "ତାଙ୍କୁ ଅରମାନ ମଲିକ (Youtuber Armaan Malik) ବୋଲି କହିବା ବନ୍ଦ କରନ୍ତୁ, ତାଙ୍କର ପ୍ରକୃତ ନାମ ସନ୍ଦୀପ । ଭଗବାନଙ୍କ ପାଇଁ ଏହା ବହୁତ ହୋଇସାରିଛି ମୋ ନାମର ଅପବ୍ୟବହାର । କ୍ରୋଧ ହେଲା ସକାଳେ ଉଠିବା ପରେ ମୁଁ ଏହିପରି ଆର୍ଟିକାଲ ପଢ଼ି...ଓ ଖବର ପଢ଼ି ଏବଂ ଘୃଣା ଆସୁଛି ।"



ସେପଟେ ବଲିଉଡ ଗାୟକ (Bollywood Singer) ଅରମାନ ମଲିକ (Armaan Malik) ଙ୍କୁ ତାଙ୍କ ଫ୍ୟାନ୍ସ ସପୋର୍ଟ କରିଛନ୍ତି ଓ ଏହି ଟ୍ୱିଟର ଜବାବ ଦେଇ ଇନଫ୍ଲୁଏନ୍ସର ଅରମାନ ମଲିକଙ୍କୁ ଟ୍ରୋଲ କରିଛନ୍ତି । ଲୋକମାନେ କହିଛନ୍ତି ଯେ,  ଯେତେବେଳେ ବି ସେମାନେ ସେମାନଙ୍କର ପ୍ରିୟ ଗାୟକ ବିଷୟରେ ସର୍ଚ୍ଚ କରିବାକୁ ଚେଷ୍ଟା କରନ୍ତି, ଏହି ଅରମାନ ମଲିକ ସମ୍ବନ୍ଧୀୟ ଖବର ଆସିବା ଆରମ୍ଭ କରେ ।


ଏହା ବି ପଢ଼ନ୍ତୁ-ଯିଏ ଥିଲେ କେବେ ବାନ୍ଧବୀ ସେ ଏମିତି ହେଲେ ସଉତୁଣୀ…ୟୁଟ୍ୟୁବର୍ ଅରମାନ୍ ମଲିକଙ୍କ ଧୋକା ଯୋଗୁଁ ଭାଙ୍ଗି ପଡ଼ିଥିଲେ ପ୍ରଥମ ପତ୍ନୀ


ଏହା ବି ପଢ଼ନ୍ତୁ-ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...


ଏହା ବି ପଢ଼ନ୍ତୁ-ନିଜ ପତ୍ନିଙ୍କ ବାନ୍ଧବୀଙ୍କ ପ୍ରେମରେ ପଡ଼ିଲେ ୟୁଟ୍ୟୁବର୍ ଅରମାନ୍ ମଲିକ, ପ୍ରଥମ ପତ୍ନୀ ଆତ୍ମହତ୍ୟା କରିବାକୁ କଲେ ପ୍ରୟାସ; ଜାଣନ୍ତୁ କେମିତି ବଦଳିଲା ଭାଗ୍ୟ​


ସୂଚନାଯୋଗ୍ୟ, ୟୁଟ୍ୟୁବର ଅରମାନ ମଲିକ (Armaan Malik) ଙ୍କ ପ୍ରକୃତ ନାମ ହେଉଛି ସନ୍ଦୀପ (Sandeep), ଯିଏ ପୂର୍ବରୁ ଟିକଟୋକର ଥିଲେ । ଅରମାନ ମଲିକ ପାୟଲଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । ପରେ ସେ ତାଙ୍କ ପତ୍ନୀଙ୍କ ବାନ୍ଧବୀ କୃତିକାଙ୍କ ପ୍ରେମରେ ପଡ଼ିଥିଲେ । ଅରମାନ ମଲିକ ଇସଲାମ ଧର୍ମ ଗ୍ରହଣ କରି ଦ୍ୱିତୀୟ ଥର ପାଇଁ କୃତିକାଙ୍କୁ ବିବାହ କରି ନିଜକୁ ଅରମାନ ମଲିକ ନାମ ଦେଇଛନ୍ତି । ସମ୍ପ୍ରତି ଉଭୟ ଅରମାନର ପତ୍ନୀ ଗର୍ଭବତୀ ଅଛନ୍ତି ଓ ତାଙ୍କର ପ୍ରଥମ ପତ୍ନୀ ପାୟଲ ଯାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ନିକଟ ଅତୀତରେ ପାୟଲ ଓ କୃତିକାଙ୍କ ଗୋଦ୍ ଭରାଇ ହୋଇଛି ।