Ira Khan Wedding: ବଲିଉଡ ଅଭିନେତା ଆମୀର ଖାନ (aamir khan)ଙ୍କ ଝିଅ ଇରା ଖାନ କୌଣସି ବଲିଉଡ ଫିଲ୍ମରେ ଅଭିନୟ କରିନାହାଁନ୍ତି ସତ କିନ୍ତୁ ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଲୋକପ୍ରିୟ । ସୋସିଆଲ ମିଡିଆର ଇରା (ira khan) କିଛି ପୋଷ୍ଟ କରିବା ପରେ ସେଥିରେ ଲକ୍ଷ ଲକ୍ଷ ଲୋକ ଲାଇକ୍ ଓ କମେଣ୍ଟ କରୁଥିବା ଦେଖିବାକୁ ମିଳିଥାଏ । ଇରାଙ୍କ ଫଲୋୟର୍ସ ମଧ୍ୟ ଦିନକୁ ଦିନ ଖୁବ ଅଧିକ ମାତ୍ରାରେ ବଢିବାରେ ଲାଗିଛି । ସେ ନିଜର ସବୁ କିଛି ଅପଡେଟ୍ ସୋସିଆଲ ମିଡିଆ (Social Media) ମାଧ୍ୟମରେ ଲୋକଙ୍କ ସହ ବାଣ୍ଟିଥାନ୍ତି । ତେବେ ବର୍ତ୍ତମାନ ଇରାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । କାରଣ ଇରା ନିଜର ବୟଫ୍ରେଣ୍ଡ୍ ନୁପୁର ଶିଖରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ କରିବାକୁ ଯାଉଛନ୍ତି । ଆସନ୍ତା ବର୍ଷରେ ଆମୀର ଖାନ ଏବଂ ରେନା ଦତ୍ତଙ୍କ ଅଲିଅଳି ଝିଅ ଇରାଙ୍କର ବିବାହ (Marriage) ହେବାକୁ ଯାଉଛି ।


COMMERCIAL BREAK
SCROLL TO CONTINUE READING

ଇଟାଇମ୍ସ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ, ଜାନୁଆରୀ ୩ରେ ନୁପୁର ଶିଖରଙ୍କୁ ବିବାହ କରିବେ ଇରା ଖାନ । ଉଭୟେ କୋର୍ଟରେ ବିବାହ କରିବେ ବୋଲି ସୂଚନା ମିଳିଛି । ବିବାହ ପରେ ରାଜସ୍ଥାନ (Rajasthan)ର ଉଦୟପୁରରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହେବା ସହିତ ଏକ ଗ୍ରାଣ୍ଡ୍ ପାର୍ଟି ହେବା ନେଇ ସୂଚନା ମିଳିଛି । ଏକଥା ମଧ୍ୟ ସୂଚନା ମିଳିଛି ଯେ, ବିବାହ କାର୍ଯ୍ୟ ୩ ଦିନ ଧରି ଅନୁଷ୍ଠିତ ହେବ । ପରିବାର ସଦସ୍ୟ ବନ୍ଧୁବାନ୍ଧବଙ୍କ ସମେତ କିଛି ଖାସ୍ ଅତିଥି ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି । କିନ୍ତୁ ବଲିଉଡ କଳାକାରମାନେ ହୁଏତ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । ଝିଅର ବିବାହ କାର୍ଯ୍ୟ ପାଇଁ ଆମୀର ଖାନ ଆଜିକାଲି ଟିକେ ବ୍ୟସ୍ତ ରହୁଛନ୍ତି ବୋଲି ସୂଚନା ମିଳିଛି । ବିବାହ କିପରି ସୁରୁଖୁରୁରେ ହେବ ସେନେଇ ସମସ୍ତ ବ୍ୟବସ୍ଥା କରୁଛନ୍ତି ଆମୀର ।


ଗତ ବର୍ଷ ହୋଇଥିଲା ନିର୍ବନ୍ଧ


ଇରା ଏବଂ ନୁପୁରଙ୍କ ନିର୍ବନ୍ଧ ବୋହୁ ପୂର୍ବରୁ ସରିଯାଇଛି । ୨୦୨୨ ମସିହା ନଭେମ୍ବର ମାସରେରେ ଉଭୟଙ୍କର ନିର୍ବନ୍ଧ (engagement) ହୋଇଥିଲା । କାର୍ଯ୍ୟକ୍ରମରେ ଅନେକ ସେଲିବ୍ରେଟି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ନିର୍ବନ୍ଧ ସମୟର ଅନେକ ଭିଡିଓ ସହିତ ଫଟୋଗୁଡିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ (Viral) ହୋଇଥିଲା । ଏକ ଭିଡିଓରେ ଆମୀର ଖାନ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଇରା ଗଣମାଧ୍ୟମକୁ ପୂର୍ବରୁ ସାକ୍ଷାତକାର ଦେଇ କହିଥିଲେ ଯେ, ନୁପୁରଙ୍କ ସହିତ ତାଙ୍କର ସମ୍ପର୍କ (Relation) କିପରି ଆରମ୍ଭ ହୋଇଥିଲା । ଉଭୟେ କେଉଁଠି ଭେଟିଥିଲେ ଓ ପ୍ରେମ (Love) କିପରି ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ପ୍ରାୟ ସଭିଙ୍କୁ ଜଣା । ନୁପୁର ଜଣେ ଭଲ ଫିଟନେସ୍ ପ୍ରଶିକ୍ଷକ (Fitness trainer) । ଆୟରାଙ୍କ କହିବା ଅନୁଯାୟୀ ମୋତେ ୧୭ ବର୍ଷ ବୟସ ହୋଇଥିବା ସମୟରେ ସେ ମତେ ତାଲିମ ଦେବା ଆରମ୍ଭ କରିଥିଲେ । ସେ ମୋ ନଜରରେ ଖୁବ ଭଲ ଥିଲେ । ତାଙ୍କର ଫିଟନେସ ମତେ ଖୁବ୍ ପ୍ରଭାବିତ କରିଥିଲା । ଯାହାକୁ ମୁଁ ଖୁବ ପ୍ରଶଂସା ମଧ୍ୟ କରିଥିଲି । ପରେ ଆମ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା ଓ ପରେ ବନ୍ଧୁତା ପ୍ରେମରେ ରୁପାନ୍ତରିତ ହେଲା । ଉଭୟେ ଉଭୟଙ୍କୁ କିଛି ଦିନ ଡେଟ୍ କରିବା ପରେ ସାରା ଜୀବନ ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଲୁ ।


Also Read- ବାଛୁରି ଜନ୍ମ ନହୋଇ ୧୨ ବର୍ଷ ହେବ କ୍ଷୀର ଦେଉଛି ନନ୍ଦିନୀ, ଲୋକେ କହୁଛନ୍ତି ଚମତ୍କାର