Urvashi Rautela: ବଲିଉଡ ଅଭିନେତ୍ରୀ (Bollywood Actress)ଉର୍ବଶୀ ରୌତେଲା (Urvashi Rautela) ସୋସିଆଲ ମିଡିଆରେ ବେଶ ଆକ୍ଟିଭ ।  ଗତ କିଛି ଦିନ ହେବ ଉର୍ବଶୀ ଓ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ (rishabh pant) ନାଁ ବେଶ ଚର୍ଚ୍ଚାକୁ ଆସିଛି। ଉଭୟ ନିଜ ସମ୍ପର୍କକୁ ନେଇ ମିଡିଆ ଆଗରେ କିଛି ଖୁଲାସା କରି ନ ଥିବା ବେଳେ ଉର୍ବଶୀ କିନ୍ତୁ ନିଜ ସୋସିଆଲ ମିଡିଆରେ ଋଷଭ ପନ୍ତଙ୍କ ପାଇଁ କିଛିନା କିଛି ପୋଷ୍ଟ କରୁଛନ୍ତି । ଯାହାକୁ ନେଇ  ୟୁଜର୍ସମାନେ ମଧ୍ୟ ତାଙ୍କୁ ଟ୍ରୋଲ କରିବାକୁ ପଛାଉ ନାହାଁନ୍ତି ।  


COMMERCIAL BREAK
SCROLL TO CONTINUE READING

ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ କ୍ରିକେଟ୍ ତାରକା ଋଷଭ ପନ୍ତଙ୍କ(rishabh pant) କାରଣରୁ ଲାଇମଲାଇଟକୁ ଆସିଛନ୍ତି। ଉର୍ବଶୀ ଯେ କୌଣସି ପୋଷ୍ଟ ସେୟାର କଲେ ବି ଲୋକଙ୍କୁ କ୍ରିକେଟରଙ୍କ କଥା ମନେ ପଡ଼ି ଯାଇଥାଏ। ଉର୍ବଶୀଙ୍କର ନିକଟରେ ଏକ ଭିଡିଓ ଭାଇରାଲ୍‌(video viral)  ହେବାରେ ଲାଗିଛି। ଆପଣ ଜାଣନ୍ତି ଯେ ,ଭାରତୀୟ କ୍ରିକେଟ୍‌ ଟିମ୍‌ର ଋଷଭ ପନ୍ତ ଏକ ବିରାଟ ଦୁର୍ଘଟଣାର ସାମ୍ନା କରିବା ପରେ ଏବେ ବିଶ୍ରାମ କରୁଛନ୍ତି। ଆଇପିଏଲ୍‌ରେ (ipl)ଋଷଭ ଦିଲ୍ଳୀ ଟିମ୍‌ର ଅଧିନାୟକ ହୋଇଥାନ୍ତେ। ତାଙ୍କ ଦାୟିତ୍ବ ଏବେ ସମ୍ଭାଳିବେ ଦାଭିଡ୍‌ ୱାର୍ଣ୍ଣର୍‌।


 



Also Read :  Amitabh Bachchan: ସୁସ୍ଥ ହେଲେ ବିଗ୍‌ବି, ପୁଣି ଆରମ୍ଭ ହେବ‘Project K’ର ସୁଟିଂ


Also Read : Weird News: ବିଶ୍ବର ସବୁଠୁ ବିପଜ୍ଜନକ ଆପାର୍ଟମେଣ୍ଟ, ଯେଉଁଠାରେ ରୁହନ୍ତି କେବଳ ହତ୍ୟାକାରୀ,ଜାଣନ୍ତୁ କେଉଁଠି ଅଛି ଏଭଳି ସ୍ଥାନ?


ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବ‌େଳେ ଋଷଭ ପନ୍ଥଙ୍କ କାରଣରୁ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି। ସେ ସିଧା ସଳଖ ଋଷଭଙ୍କ ନାମ ନନେଇ ଥରେ କହିଥିଲେ ଯେ ଜଣେ ଆର୍‌ପି ନାମକ ଯୁବକ ତାଙ୍କୁ ଭେଟିବାକୁ ଖୁବ୍ ବିବ୍ରତ ହେଉଛନ୍ତି। ଏହା ପରେ ପନ୍ଥ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ, ‘ମୋ ପିଛା ଛାଡ଼ ଭଉଣୀ।’ ଏହା ପରେ ଋଷଭ ପନ୍ତ ଏହି ପୋଷ୍ଟ୍‌କୁ ହଟେଇ ଦେଇଥିଲେ। ଆପଣ ଜାଣନ୍ତି ଯେ ଋଷଭ ଦୁର୍ଘଟଣାର ଶିକାର ହେବା ପରେ ଉର୍ବଶୀ ତାଙ୍କ ପାଇଁ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା ବି କରିଥିଲେ। ନିକଟରେ ଜଣେ ରିପୋର୍ଟର ଉର୍ବଶୀଙ୍କୁ ଋଷଭ ପନ୍ତଙ୍କ ବିଷୟରେ ପଚାରିବାରୁ ସେ ରାଗିଗଲେ ଓ କୌଣସି ମତ ନଦେଇ ସେଠାରୁ ଚାଲିଗଲେ। ରିପୋର୍ଟରଙ୍କ ପ୍ରଶ୍ନରେ ଉତ୍ତର ଦେଇ ଉର୍ବଶୀ କହୁଥିବାର ଶୁଣିବାକୁ ମିଳିଛି, ‘ଆପଣଙ୍କୁ କ’ଣ ଦରକାର? ଆପଣଙ୍କୁ ଦରକାର ଟିଆର୍‌ପି, ଟିଆର୍‌ପି ଆଉ ଟିଆର୍‌ପି। ଏହା ମୁଁ ହେବାକୁ ଦେବିନି।’


Also Read : Weather Update: ୨୬ରୁ ବଢ଼ିବ ଝଡ଼ବର୍ଷା ପ୍ରକୋପ, ୧୭ ଜିଲ୍ଲାକୁ ୟେଲୋୱାଣ୍ଣିଂ ଜାରି


Also Read : Parineeti Chopra: ପରିଣୀତି ଚୋପ୍ରା‌ଙ୍କ ପ୍ରେମରେ ଉବୁଟୁବୁ ଆପ୍ ସାଂସଦ! ସମ୍ପର୍କ ଆଜିର ନୁହେଁ ୧୫ ବର୍ଷ ତଳର


Also Read : South Film Nepotism: ଫଟୋରେ ଖବର, ସାଉଥ ଇଣ୍ଡଷ୍ଟ୍ରିରେ ଚାଲିଛି ଏହି ୬ ବାପ-ପୁଅଙ୍କ ରାଜ୍