Parineeti Chopra: ପରିଣୀତି ଚୋପ୍ରା‌ଙ୍କ ପ୍ରେମରେ ଉବୁଟୁବୁ ଆପ୍ ସାଂସଦ! ସମ୍ପର୍କ ଆଜିର ନୁହେଁ ୧୫ ବର୍ଷ ତଳର
Advertisement

Parineeti Chopra: ପରିଣୀତି ଚୋପ୍ରା‌ଙ୍କ ପ୍ରେମରେ ଉବୁଟୁବୁ ଆପ୍ ସାଂସଦ! ସମ୍ପର୍କ ଆଜିର ନୁହେଁ ୧୫ ବର୍ଷ ତଳର

Parineeti Chopra: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ (Parineeti Chopra)ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ(AAP MP Raghav Chadha)  ସହ ଦେଖିବାକୁ ମିଳିଛି। ଚଢ଼ାଙ୍କ ସହ ପରିଣୀତି ଡେଟ୍‌ (Dating)କରୁଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।ରାଜନୀତି ଓ ବଲିଉଡ୍‌ର ସମ୍ପର୍କ ନୂଆ ନୁହେଁ। ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା।

ସୌଜନ୍ୟ- ସୋସିଆଲ ମିଡ଼ିଆ

Parineeti Chopra: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ (Parineeti Chopra)ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ(AAP MP Raghav Chadha)  ସହ ଦେଖିବାକୁ ମିଳିଛି। ଚଢ଼ାଙ୍କ ସହ ପରିଣୀତି ଡେଟ୍‌ (Dating)କରୁଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।ରାଜନୀତି ଓ ବଲିଉଡ୍‌ର ସମ୍ପର୍କ ନୂଆ ନୁହେଁ। ଗତସନ୍ଧ୍ୟାରେ ମାୟାନଗରୀ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା।

ଦୁଇ ଜଣ କ୍ୟାମେରା ସାମ୍ନାରେ ଏକାଠି ନଜର ଆସିବା ପରେ ଲୋକେ ନାନା କଳ୍ପନା ଜଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖାଯାଇଥିଲା, ଦୁହେଁ ସିମ୍ପଲ୍‌ କୁଲ୍‌ ଲୁକରେ ନଜର ଆସିଥିଲେ। ଉଭୟଙ୍କୁ ଗତ ସନ୍ଧ୍ୟାରେ ଧଳା ସାର୍ଟରେ ଦେଖିବାକୁ ମିଳିଥିଲା। ଏହି ଫଟୋ ଦେଖିବା ପରେ ଫ୍ୟାନ ମାନେ ବି ଦୁଇଜଣ ପରସ୍ପରକୁ ଡେଟ୍ କରୁଥିବା ନେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ଯଦିଓ ଏହା ଉପରେ କିଛି ବି ସ୍ପଷ୍ଟ କଥା ସାମ୍ନାକୁ ଆସି ନାହିଁ।

Also Read : South Film Industry: ଫଟୋରେ ଖବର, ସାଉଥ ଇଣ୍ଡଷ୍ଟ୍ରିରେ ଚାଲିଛି ଏହି ୬ ବାପ-ପୁଅଙ୍କ ରାଜ୍

Also Read : Riva Arora: ଅଭିନେତ୍ରୀଙ୍କ ବୟସ ୧୩, କିନ୍ତୁ ମା’ ଦେଲେ ୪୪ ଲକ୍ଷର କାର୍ ଉପହାର

କହି ରଖୁଛୁ ଯେ ଚଳିତ ବର୍ଷ ଜାନୁୟାରୀରେ ପରିଣୀତି ଚୋପ୍ରା (Parineeti Chopra)ଓ ରାଘବ ଚଢ଼ାଙ୍କୁ(Raghav Chadha) ‘ଇଣ୍ଡିଆ ୟୁକେ ଆଉଟ୍‌ଷ୍ଟାଡିଙ୍ଗ୍‌ ଆଚିଭର୍ ଅନର୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନ୍ୟାସନାଲ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଆଣ୍ଡ ଆଲୁମନି ୟୁନିଅନ୍ (NISAU) ଭାରତର ବ୍ରିଟିଶ୍ କାଉନସିଲ୍ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ ସହ ମିଶି ଏହି ସମ୍ମାନ ଉତ୍ସବ ଆୟୋଜନ କରିଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଭାରତୀୟ ଛାତ୍ର ମାନଙ୍କୁ ଧ୍ୟାନରେ ରଖି ସମାରୋହ ଆୟୋଜନ କରାଯାଇଥିଲା।

ସୂଚନାଥାଉ କି, ୧୫ ବର୍ଷ ତଳେ ପରିଣୀତି ଚୋପ୍ରା (Parineeti Chopra) ବ୍ରିଟେନର ମ୍ୟାନଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ସେହିପରି ରାଘବ ଚଢ଼ା (Raghav Chadha)ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ପରିଣୀତି ଓ ରାଘବ (Raghav Chadha)ଉଭୟ ହିଁ ପାଠପଢ଼ାରେ ଭଲ ଥିଲେ ଏବଂ ଦୁହେଁ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ। ଏମିତି ବି ହୋଇପାରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥାଇପାରେ। ରିଲେସନଶିପ୍‌ ଷ୍ଟାଟସ୍‌ ଦେଖିଲେ, ପରିଣୀତି ସିଙ୍ଗଲ୍‌ ଥିବାବେଳେ ରାଘବ ମଧ୍ୟ ୩୪ ବର୍ଷ ବୟସରେ ଏ ଯାଏ ବାହା ହୋଇ ନାହାନ୍ତି। ତେବେ, ଉଭୟ ନୂଆ କରି ପ୍ରେମରେ ପଡିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । 

Also Read : Nikhil Kamath: ପାଠପଢାରେ ଡୋରୀ ଲଗାଇ ୧୭ ବର୍ଷରେ ଛାଡିଥିଲେ ଘର, ବର୍ତ୍ତମାନ ରୋଜଗାର କରୁଛନ୍ତି ଦୈନିକ ୨୭ ଲକ୍ଷ ଟଙ୍କା

Also Read : Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ