Critics Choice Awards 2023: ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ । ନିକଟରେ  ଗୋଲଡେନ୍ ଗ୍ଲୋବସ୍ ପୁରସ୍କାର ୨୦୨୩ ଜିତିଥିବା ଏହି ଫିଲ୍ମ ପୁଣି ଥରେ ଦେଶକୁ ଗର୍ବିତ କରିଛି। ଏହି ଚଳଚ୍ଚିତ୍ରଟି କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ(Critics' Choice Awards 2023) ରେ ମଧ୍ୟ ଦୁଇଟି ପୁରସ୍କାର ମିଳିଛି ।  ‘ଆରଆରଆର’କୁ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ  କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡରେ ‘ଆରଆରଆର’ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଓ ‘ନାଟୁ ନାଟୁ’ ଟ୍ରାକ୍ ପାଇଁ ଶ୍ରେଷ୍ଠ ଗୀତ ବର୍ଗରେ ପୁରସ୍କାର ଜିତିଛି ।


COMMERCIAL BREAK
SCROLL TO CONTINUE READING

ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି ଏହି ସୂଚନା :
କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ଏବଂ  ‘ଆରଆରଆର’ଟିମ୍ କୁ ଅଭିନନ୍ଦନ ମଧ୍ୟ ଜଣାଇଛି। ଏହି ଟ୍ୱିଟର ହ୍ୟାଣ୍ଡେଲରେ ରାଜାମୌଲିଙ୍କର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଭିଡିଓରେ ରାଜାମୌଲି ଟ୍ରଫିକୁ ପ୍ରଦର୍ଶନ କରିବା ସହ ଖୁସିରେ  ଆତ୍ମୋବିଭୋର ହୋଇପଡିଥିବା ଦେଖିବାକୁ ମିଳିଛି । ‘ଆରଆରଆର’ ସହ ଶ୍ରେଷ୍ଠ ବିଦେଶୀ ଫିଲ୍ମ ପୁରସ୍କାର ଦୌଡ଼ରେ ‘ଆର୍ଜେଣ୍ଟିନା ୧୯୮୫’, ‘ବାର୍ଡୋ, ଓ ‘ଅଲ୍ କ୍ବାଇଟ୍ ଅନ୍ ଓ୍ବେଷ୍ଟର୍ଣ୍ଣ ଫ୍ରଣ୍ଟ’ ଭଳି ଚଳଚ୍ଚିତ୍ର ରହିଥିଲେ । କିନ୍ତୁ ଏହି ସମସ୍ତ ଚଳଚ୍ଚିତ୍ରକୁ ପଛରେ ପକାଇ ‘ଆରଆରଆର’ ଏହି ପୁରସ୍କାର ହାତେଇ ଥିଲା । ‘ନାଟୁ ନାଟୁ’ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ଓସ୍କାର ପୁରସ୍କାର ପାଇଁ ମଧ୍ୟ ସର୍ଟଲିଷ୍ଟ ହୋଇଛି | ଓସ୍କାର ପୁରସ୍କାର ଉତ୍ସବ ଚଳିତ ବର୍ଷ ମାର୍ଚ୍ଚ ୧୨ରେ ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହେବ ।


ନିକଟରେ ଏହି ଫିଲ୍ମକୁ ନିର୍ଦ୍ଦେଶକ ଏସଏସ ରାଜାମୌଲି ବଲିଉଡକୁ ଟାର୍ଗେଟ କରି କହିଥିଲେ ଯେ,ଆରଆରଆର ବଲିଉଡ ଫିଲ୍ମ ନୁହେଁ।  ଏହା ଦକ୍ଷିଣ ଭାରତର ଏକ ତେଲୁଗୁ ଚଳଚ୍ଚିତ୍ର ଯେଉଁଠାରୁ ମୁଁ ଆସିଛି। ମୁଁ ଚଳଚ୍ଚିତ୍ରକୁ ବିରାମ ଦେବା ଏବଂ ଆପଣଙ୍କୁ ସଙ୍ଗୀତ ଓ ନୃତ୍ୟର ମଜା ଦେବା ପାଇଁ ନୁହେଁ କାହାଣୀକୁ ଆଗକୁ ନେବା ପାଇଁ ଫିଲ୍ମ‌ରେ ଗୀତ ବ୍ୟବହାର କରେ। ୩ଘଣ୍ଟାର ଫିଲ୍ମ ଦେଖି ସାରିବା ପରେ ଯଦି କେହି କହେ କି,୩ଘଣ୍ଟା ଭଳି ଅନୁଭବ ହେଲାନି ତେବେ ଯାଇ ମୁଁ ଜଣେ ସଫଳ ଫିଲ୍ମ ନିର୍ମାତା ହୋଇପାରିବି। 


ଏହାବି ପଢନ୍ତୁ : Prabhas: 'ପଠାନ'ନିର୍ଦ୍ଦେଶକଙ୍କ ସହ କାମ କରିବେ ପ୍ରଭାସ, ଚଳିତବର୍ଷ ରିଲିଜ୍ ହେବ ବାହୁବଳୀଙ୍କ ଏହି ବଡ ବଜେଟ ଫିଲ୍ମ!


ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି :
ରାମ ଚରଣ ଏବଂ ଜୁନିଅର ଏନଟିଆର ବ୍ୟତୀତ ‘ଆରଆରଆର’ ରେ ଅଜୟ ଦେବଗନ୍, ଆଲିଆ ଭଟ୍ଟ, ଶ୍ରୀୟା ସରଣ,ସାମୁଥିରାକାନି, ରଏ ଷ୍ଟିଭେନ୍ସନ୍, ଆଲିସନ୍ ଡୁଡି ଏବଂ ଅଲିଭିଆ ମୋରିସ୍ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଦୁଇ ବାସ୍ତବ ଜୀବନର ଭାରତୀୟ ବିପ୍ଳବୀ,ଆଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ କାଳ୍ପନିକ ବନ୍ଧୁତା ଏବଂ ବ୍ରିଟିଶ ରାଜଙ୍କ ବିରୋଧରେ ଲଢେଇକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି ।  ତେବେ ଏହି ଫିଲ୍ମଟି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅଧିକ ଲୋକପ୍ରିୟତା ହାସଲ କରିଥିଲା । ତେବେ, ଏହି ଫିଲ୍ମଟି ଗତ ୨୪ ମାର୍ଚ୍ଚ ୨୦୨୨ରେ ସିନେମାଘରରେ ରିଲିଜ ହୋଇଥିଲା । ମୋଟ ୧୨ଶହ କୋଟି ଆୟ କରିଛି ଏହି ଫିଲ୍ମ ।