DID Super Moms 3 : ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ସୁପର ମମ୍ସ ୩ (Dance India Dance Super Moms ୩ ) ଗ୍ରାଣ୍ତ ଫିନାଲେ ବାଜି ମାରିଲେ ହରିୟାଣାର ବର୍ଷା ବୁମ୍ରା (Varsha Bumra) । ଡିଆଇଡି ସୁପର ମମ୍ସ ସିଜିନ୍‌-୩  ବିଜେତା ହୋଇଛନ୍ତି ବର୍ଷା । ଟ୍ରଫି ସହ ଶୋ’ରୁ ୭.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି । ବର୍ଷାଙ୍କ ଏ ଯାତ୍ରା ବେଶ୍ କଣ୍ଟକିତପୂର୍ଣ୍ଣ ଥିଲା। ସେ ଶୋ’ର ବିଜେତା ହେବା ପରେ ବଖାଣିଥିଲା ତାଙ୍କ ସଂଘର୍ସମୟ ଜୀବନର କାହାଣୀ। 


COMMERCIAL BREAK
SCROLL TO CONTINUE READING

ବର୍ଷା କହିଛନ୍ତି ଯେ, " ଏହି ଶୋ’କୁ ଆସିବା ପୂର୍ବରୁ ସେ ତାଙ୍କ ସ୍ବାମୀ ସହ ଦିନ ମଜୁରିଆ ଭାବରେ କାମ କରୁଥିଲେ।  ଦିନକୁ ୨୦୦ରୁ ୪୦୦ ଟଙ୍କା ରୋଜଗାର କରି ପରିବାର ଚଳାଉ ଥିଲେ । ଆଉ ସେହି ଟଙ୍କାରେ ପରିବାର ଚଳାଇବା ବହୁତ କଷ୍ଟକର ଥିଲା।  ଦିନ ମଜୁରିଆରୁ ଡିଆଇଡି ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବା ତାଙ୍କୁ ସ୍ବପ୍ନ ଭଳି ଲାଗୁଥିଲା।  ଡ୍ୟାନ୍ସ ପ୍ରତି ଦୁର୍ବଳତା ଥିଲା । ଯେତେବେଳେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଅଡିସନ୍ ବିଷୟରେ ଶୁଣିଲେ, ସେ ଏଠାକୁ ଯିବାକୁ ସ୍ଥିର କଲେ। ଅଭ୍ୟାସ ପାଇଁ ସମୟ ମିଳୁ ନ ଥିଲେ । ଦିନକୁ ୧୦ ମିନିଟ୍ ଡ୍ୟାନ୍ସ ଅଭ୍ୟାସ କରୁଥିଲି "। 


"ଏହି ପ୍ରତିଯୋଗିତାରେ ଜିତିବା ମୋ ପାଇଁ ଏକ ସ୍ୱପ୍ନ ଥିଲା। ଡିଆଇଡି ସୁପର ମମ୍ସର ଏ ଯାତ୍ରା ମୋ ପାଇଁ ଏକ ଭଲ ଅଭିଜ୍ଞତା ବୋଲି ଭାବୁଛି । ମୁଁ ବହୁତ ଖୁସି ଯେ,ମୁଁ ଟ୍ରଫି ଜିତିଛି, ମୁଁ ଏଠାରେ ପହଞ୍ଚିବା ପାଇଁ ବହୁତ କଠିନ ପରିଶ୍ରମ କରିଛି । ମୋର ଗୁରୁ ଭର୍ତ୍ତିକା ଓ ସମସ୍ତ ବିଚାରପତିଙ୍କୁ କୃତଜ୍ଞତା ଜଣାଉଛି । ଯେଉଁମାନେ ଏ କ୍ଷେତ୍ର ମୋତେ ସମର୍ଥନ ଜଣାଇଛନ୍ତି ସେମାନଙ୍କୁ ହୃହୟରୁ ଧନ୍ୟବାଦ ଦେଉଛି । ଏହି ପ୍ରତିଯୋଗିତାର ଯାତ୍ରା ପ୍ରକୃତରେ କଠିନ ଥିଲା ,ମୁଁ ମୋର ପ୍ରତ୍ୟେକ ପ୍ରତିଯୋଗୀଙ୍କଠାରୁ ବହୁତ କିଛି ଶିଖିଛି "। 


ଏହାବି ପଢନ୍ତୁ : DID Super Moms : DIDରେ ଶ୍ରୀବଲି, ମଞ୍ଚର ଲଗାଇଲେ ନିଆଁ


" ଏକ ଘରୋଇ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଡିଆଇଡିରୁ ପାଇଥିବା ପୁରସ୍କାର ରାଶିକୁ ମୁଁ ମୋ ପୁଅର ପାଠପଢାରେ ଖର୍ଚ୍ଚ କରିବି। ସେ ଏହା ମଧ୍ୟ କହିଛନ୍ତି, "ମୁଁ କେବେ ଭାବି ନଥିଲି ଯେ ମୁଁ ଏହି ଶୋ’ ଜିତିବି। ଶୋର ଫାଇନାଲରେ ପହଞ୍ଚିବା ମୋ ପାଇଁ ଏକ ବଡ଼ ସଫଳତା ଥିଲା "। ଜି ଟିଭିରେ ପ୍ରସାରିତ ହେଉଥିବା ଏହି ଶୋ’ର ବିଚାରକ ଥିଲେ ରେମୋ ଡି’ସୌଜା(Remo D’Souza) ,ଉର୍ମିଲା ମାତୋଣ୍ଡକର (Urmila Matondkar ) ଏବଂ ଭାଗାଶ୍ରୀ(Bhagyashree ) । ଏହି ଶୋ’ ଗ୍ରାଣ୍ତ ଫିନାଲେରେ ଅଭିନେତା ଗୋବିନ୍ଦା, ନୀନା ଗୁପ୍ତା ଏବଂ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ଅତିଥି ଭାବେ ଯୋଗ ଦେଇଥିଲେ। ପରେ ପୁଷ୍ପା ଫିଲ୍ମର ସାମି ସାମୀ ଗୀତରେ ମଞ୍ଚରେ ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରିଥିଲେ ରଶ୍ମିକା । ଏହି ରିଆଲିଟି ଶୋ’ ଜୁଲାଇ ୨ରୁ ଆରମ୍ଭ ହୋଇଥିଲା ।