DID Super Moms : DIDରେ ଶ୍ରୀବଲି, ମଞ୍ଚର ଲଗାଇଲେ ନିଆଁ
Advertisement

DID Super Moms : DIDରେ ଶ୍ରୀବଲି, ମଞ୍ଚର ଲଗାଇଲେ ନିଆଁ


Rashmika Mandanna : ଡ଼ିଆଇଡି ସୁପର ମମ୍ସ ୩ (DID Super Moms3)ର ଗ୍ରାଣ୍ତ ଫିନାଲେରେ ନଜର ଆସିବେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା(Rashmika Mandanna)  । 

ସୌଜନ୍ୟ : ସୋସିଆଲ ମିଡିଆ

Rashmika Mandanna : ଡ଼ିଆଇଡି ସୁପର ମମ୍ସ ୩ (DID Super Moms3)ର ଗ୍ରାଣ୍ତ ଫିନାଲେରେ ନଜର ଆସିବେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା(Rashmika Mandanna) । ତାହା ପୁଣି କମେଡିଆନ ଗୋବିନ୍ଦାଙ୍କ ସହ । ଦୁହିଁଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଜିଟିଭିରେ ପ୍ରସାରିତ ହେଉଥିବା ଡ଼ିଆଇଡି ସୁପର ମମ୍ସ ୩ ରେ ରଶ୍ମିକାଙ୍କୁ ଦେଖିବାକୁ ମିଳିବ । ଉଭୟ ଏହି ଶୋର ଅତିଥି ଭାବରେ ଯୋଗ ଦେଇଛନ୍ତି । ଆଉ ଷ୍ଟେଜ୍ ରେ ସାମି ସାମି ଗୀତରେ ଧୁମ ନାଚିଥିଲେ ଉଭୟ । ଦୁଇଜଣଙ୍କ ଏ ଦମଦାର ଡ୍ୟାନ୍ସ ଡିଆଇଡି ମଞ୍ଚରେ ନିଆଁ ଲଗାଇଛି। ୧୫ ସେକେଣ୍ତର ଏ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

 

ଏ ଡ୍ୟାନ୍ସ ରିଏଲିଡି ଶୋର ଜଜ ରହିଛନ୍ତି ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ, ଉର୍ମିଲା ମାତୋଣ୍ତକର ଓ କୋରିଓଗ୍ରାଫର ରେମୋ ଡିଶୋଜା। ଏହି ରିଏଲିଡି ଶୋ ଜୁଲାଇ ୨ରୁ ଆରମ୍ଭ ହୋଇଛି । ଗତ କିଛି ଦିନ ତଳେ ପୁଷ୍ପା ଫିଲ୍ମର ସାମି ସାମି ଗୀତରେ ଜଣେ କୁନି ସ୍କୁଲ ଝିଅ ଜବରଦସ୍ତ ଡ୍ୟାନ୍ସ କରିଥିଲା । ଯାହାକୁ ନିଜ ଇନଷ୍ଟାରେ ସେୟାର କରିଥିଲେ ଅଭିନେତ୍ରୀ ରଶ୍ମିକା । ବର୍ତ୍ତମାନ ରଶ୍ମିତାଙ୍କୁ ହାତରେ ଏକାଧିକ ପ୍ରୋଜେକ୍ଟ ରହିଛି । ସେ ମିଶନ୍ ମଞ୍ଚୁ, ପୁଷ୍ପା ୨ ଓ ଆନିମଲ ଫିଲ୍ମରେ ନଜର ଆସିବେ। ମିଶନ ମଞ୍ଚୁରେ ସେ ସିଦ୍ଦାର୍ଥ ମଲହୋତ୍ରାଙ୍କ ସହ ଲିଡ ରୋଲରେ ନଜର ଆସିବାକୁ ଥିବା ବେଳେ ପୁଷ୍ପା ୨ରେ ଅଲୁ ଅର୍ଜୁନଙ୍କ ବିପକ୍ଷରେ ନାୟିକା ସାଜିବେ । ସେହିପରି ଫିଲ୍ମ ଆନିମଲରେ ମଧ୍ୟ ରଣବୀର କପୁରଙ୍କ ସହ ସ୍କ୍ରିନ୍ ସେୟାର କରିବେ ରଶ୍ମିକା ।

 

ଗୁଡବାଏ ଫିଲ୍ମଟି ଆସନ୍ତା ମାସରେ ରିଲିଜ୍ ହେବାକୁ ସ୍ଥିର ହୋଇଥିବା ବେଳେ ଫିଲ୍ମର ଗୀତ ଗୁଡିକ ମଧ୍ୟ ଦମଦାର ହୋଇଛି। ଗୁଡବାଏ ଫିଲ୍ମର ଲିଡ ରୋଲରେ ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ,ରଶ୍ମିକା ମନ୍ଦନା, ନୀନା ଗୁପ୍ତା,ସୁନୀଲ ଗ୍ରୋଭର ଓ ସିଭିନ୍ ନାରଙ୍ଗ । ଗଡବାଏ ମୁଭିଟି ଆସନ୍ତା ମାସ ୭ତାରିଖରେ ପରଦାକୁ ଆସିବ। ରଶ୍ମିକାଙ୍କ ଅଭିନୀତ ଫିଲ୍ମ (Pushpa) ପୁଷ୍ପା ଦ ରାଇଜ୍ ବକ୍ସ ଅଫିସରେ ଜବରଦସ୍ତ ହିଟ୍ କରିଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା । ତେବେ ଏ ଫିଲ୍ମର ଦ୍ବିତୀୟ ଭାଗ (Pushpa: The Rule -Part 2) ର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ, ଚଳିତ ବର୍ଷ ଡିସେମ୍ବରରେ ଫିଲ୍ମ ପୁଷ୍ପା ପାର୍ଟ ୨ (Pushpa: The Rule - Part 2) ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ, ପୁଷ୍ପା ପାର୍ଟ ଟୁ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ଷ୍ଟାର କାଷ୍ଟ ।