Shah Rukh Khan Dunki Drop 1:  ବଲିଉଡ଼ ବାଦଶାହା ଶାହାରୁଖ୍ ଖାନ୍ (Shah Rukh Khan) । ତାଙ୍କୁ ଅନେକ 'କିଙ୍ଗ ଅଫ୍‌ ରୋମାନ୍ସ' ବୋଲି କୁହନ୍ତି।  ୧୯୬୫ ମସିହା  ଆଜିକା ଦନରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ ଖାନ୍ (Shah Rukh Khan)। ସେ ଆଜି ନିଜର ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ, ଜନ୍ମଦିନ ଅବସରରେ ସେ ନିଜ ଫ୍ୟାନ୍ସମାନଙ୍କୁ ଏକ ଜବରଦସ୍ତ ଉପହାର ଦେଇଛନ୍ତି। ତାଙ୍କ ଜନ୍ମଦିନ ଅବସରରେ କିଙ୍ଗ୍ ଖାନଙ୍କ ଆଗାମୀ ଫିଲ୍ମ 'ଡଙ୍କି'ର ଟିଜର ରିଲିଜ୍  (Dunki Teaser out) ହୋଇଛି। ଏହି ଟିଜରକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଟିଜରରେ ଦେଖିବାକୁ ମିଳିଛି ଯ, ଶାହାରୁଖ୍ ଖାନ୍ ନିଜ ସାଙ୍ଗ ମାନଙ୍କ ସହ ମରୁଭୂମିରେ ଚାଲୁଛନ୍ତି। ତାଙ୍କ ସହ କିଛି ଅନ୍ୟଲୋକମାନେ ବି ଅଛନ୍ତି ।  ଶାହରୁଖଙ୍କ ସହ ଏହି ଟିଜରରେ ଆଉ ଜଣେ ଅଭିନେତାଙ୍କୁ ଦେଖିବାକୁ ମିଳେ ଯିଏ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଏବଂ ସେ ହେଉଛନ୍ତି ଭିକି କୌଶଲ। 


COMMERCIAL BREAK
SCROLL TO CONTINUE READING

 



Also Read: SRK Net Worth: ସବୁଠୁ ଧନୀ ଅଭିନେତା କିଙ୍ଗ୍ ଖାନଙ୍କ ପାଖରେ ଅଛି କେତେ କୋଟିର ସମ୍ପତ୍ତି?


ଟିଜରରେ ଦେଖିବାକୁ ମିଳିଛି ଶାହରୁଖ ଖାନ କାନ୍ଧରେ ଏକ ବ୍ୟାଗ ଟାଙ୍ଗି ମରୁଭୂମିରେ ଆଗକୁ ବଢୁଛନ୍ତି।  ଏହା ପରେ, ହାତରେ ବନ୍ଧୁକ ଧରିଥିବା ଜଣେ ବ୍ୟକ୍ତି ଲକ୍ଷ୍ୟ କରି ଗୁଳି ଫୁଟାଉଛି। ଏହା ପରେ ଦୃଶ୍ୟରେ କିଛି ପରିବର୍ତ୍ତନ ହୁଏ।  ଏବଂ କାହାଣୀ କମେଡି ସହିତ ଏକ ନାଟକୀୟ ମୋଡ଼ ନେଇଥାଏ । ଏହା ହେଉଛି ଶାହାରୁଖ ଖାନଙ୍କ 'ଡଙ୍କି'ର (Shah Rukh Khan Dunki Drop 1) ଫିଲ୍ମର ଟିଜର।   କାହାଣୀଟି ଶାହାରୁଖ୍ ଖାନ୍ ନିଜ ସାଙ୍ଗ ମାନଙ୍କ ସହିତ ବିଦେଶ ଯିବାରେ ସକ୍ଷମ ହେଉଛନ୍ତି କି ନାହିଁ ତାହା ଉପରେ ନିର୍ମିତ ହୋଇଛି। କିନ୍ତୁ ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ଲୁକ୍ ସମ୍ପୁର୍ଣ୍ଣ ଭିନ୍ନ ରହିଛି । ଏକ ନୂଆ ଲୁକରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍। 


ତେବେ,  ଶାହାରୁଖ୍ ଖାନଙ୍କ ଅଭିନୀତ ଏହି ଫିଲ୍ମ 'ଡଙ୍କି' ଚଳିତ ବର୍ଷ ଡିସେମ୍ବର ୨୨ ରେ ରିଲିଜ୍ ହେବ ବୋଲି ଜଣାପଡିଛି। ତେବେ, ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର (Jeremy Wheeler) ଭଳି ଅଭିନେତା ନଜର ଆସିବେ।  ତେବେ, ଏହି ଫିଲ୍ମଟି ପାଖାପାଖି ୧୦୦ କୋଟି ବଜେଟରେ ତିଆରି ହୋଇଛି। ଫିଲ୍ମର କାହାଣୀ କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି ଲେଖିଛନ୍ତି। ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଚଳିତ ବର୍ଷ ଶାହାରୁଖ ଖାନଙ୍କର ଦୁଇଟି ଫିଲ୍ମ ରିଲିଜ୍ ହୋଇଛି। (Shah Rukh Khan Jawan)'ପଠାନ୍' ଏବଂ 'ଜୱାନ୍'। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ଏବଂ ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିଛି ।