Boney Kapoor on Sridevi Death: ୨୦୧୮ ମସିହା ଫେବୃଆରୀ ୨୪ ତାରିଖ ଦିନ ଆସିଥିବା ଏକ ଖବର ସମଗ୍ର ଫିଲ୍ମ ଇଣ୍ତଷ୍ଟ୍ରିକୁ ଦୋହଲାଇ ଦେଇଥିଲା । ବଲିଉଡ଼ର ଚାନ୍ଦିନୀ ତଥା ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀଙ୍କ (Sridevi) ଆକସ୍ମିକ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ପୂରା ବଲିଉଡ଼। ଏହି ଖବର ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଏକ ବଡ଼ ଝଟକାଠାରୁ କମ୍ ନଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ ସ୍ବାମୀ ବୋନି କପୁର । ତେବେ ଇତି ମଧ୍ଯରେ ଅଭିନେତ୍ରୀଙ୍କ ମୃତ୍ୟୁକୁ ଦୀର୍ଘ ୫ ବର୍ଷ ବିତିଯାଇଥିବା ବେଳେ ପତ୍ନୀଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା କରିଛନ୍ତି ବୋନି କପୁର ।


COMMERCIAL BREAK
SCROLL TO CONTINUE READING

 



ନିକଟରେ ଏକ ସାକ୍ଷାତକାରରେ ବୋନି କପୁର (Boney Kapoor) କହିଛନ୍ତି, ‘ଶ୍ରୀଦେବୀ ଏକ ଷ୍ଟ୍ରିଟ୍ ଡାଏଟ୍ ଫଲୋ କରୁଥିଲେ, ସେଥିଲାଗି ସେ ବିନା ଲୁଣରେ ପ୍ରସ୍ତୁତ ଖାଦ୍ୟ ଖାଉଥିଲେ । ଏହି କାରଣରୁ ସେ ବେଳେବେଳେ ଚେତାଶୂନ୍ୟ ହୋଇଯାଉଥିଲେ । ଥରେ ୱାର୍କ ଆଉଟ ବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ, ଯାହା ଫଳରେ ତାଙ୍କର ଏକ ଦାନ୍ତ ମଧ୍ଯ ଭାଙ୍ଗିଯାଇଥିଲା । ଏହା ଏକ ପ୍ରାକୃତିକ ମୃତ୍ୟୁ ନୁହେଁ ବରଂ ଏକ ଆକସ୍ମିକ ମୃତ୍ୟୁ ଥିଲା । ମୁଁ ଏନେଇ ମୁହଁ ନ ଖୋଲିବା ପାଇଁ ସ୍ଥିର କରିଥିଲି, କାରଣ ଯେତେବେଳେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ମୋତେ ପଚରାଉଚରା କରାଯାଇଥିଲା, ମୁଁ ପ୍ରାୟ ୨୪ କିମ୍ବା ୪୮ ଘଣ୍ଟା ଧରି ଏହି ବିଷୟରେ କହିଥିଲି’ । ସେ ଆଉ ମଧ୍ଯ କହିଛନ୍ତି, 'ବାସ୍ତବରେ ପୋଲିସ ଅଧିକାରୀମାନେ ତାଙ୍କୁ କହିଥିଲେ ଗଣମାଧ୍ୟମର ଚାପ ହେତୁ ଆମକୁ ଏହା କରିବାକୁ ପଡୁଛି । ସେ ସମୟରେ ମୋତେ ଲାଏ ଡିଟେକ୍ଟର ଟେଷ୍ଟ (Lie Detector Test) ସହ ଅନ୍ୟାନ୍ୟ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥିଲା। ଶେଷରେ ରିପୋର୍ଟରେ ଏହା ଆକସ୍ମିକ ମୃତ୍ୟୁ ବୋଲି ଦର୍ଶାଯାଇଥିଲା।'


 



ବୋନି କପୁର କହିଛନ୍ତି, 'ନିଜ ଫିଗର ପ୍ରତି ବେଶ ଯତ୍ନବାନ ଥିବା ହେତୁ ଶ୍ରୀଦେବୀ ଅନେକ ସମୟରେ ଭୋକିଲା ରହୁଥିଲେ। ସେ ଏହା ନିଶ୍ଚିତ କରିବାକୁ ଚାହୁଁଥିଲେ ଯେ, ତାଙ୍କ ଅବସ୍ଥା ଭଲ ଅଛି ଯାହାଦ୍ବାରା ସେ ପରଦା ଉପରେ ଭଲ ଦେଖାଯିବେ। ବିବାହ ପରେ ବ୍ଲାକଆଉଟ୍ (Black Out) ସମସ୍ୟା ଥିବା ଜଣାପଡ଼ିଥିଲା । ତାଙ୍କର ରକ୍ତଚାପ କମ୍ ଥିବା ନେଇ ଡାକ୍ତର କହିଥିଲେ ।


Also Read-Parineeti Chopra: ପରିଣୀତିଙ୍କ ରିସେପସନ ପୂର୍ବରୁ ଏହି ସୁନ୍ଦର ଉପହାର ଦେଲେ ଖିଲାଡ଼ି କୁମାର, ଦେଖନ୍ତୁ ଫଟୋ