Zareen khan: ବଲିଉଡ଼ର ସୁନ୍ଦର ଅଭିନେତ୍ରୀ ଭାବେ ବେଶ ଜଣାସୁଣା ଜରିନ୍ ଖାନ (Zareen khan) । ଜରିନ୍ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ  'ବୀର'ରୁ (veer) ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କ୍ୟାଟ୍ରିନା କୈଫଙ୍କ ଭଳି ଦେଖାଯାଉଥିଲେ ମଧ୍ୟ ସେ ଇଣ୍ତଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ବର୍ତ୍ତମାନ ଜରିନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଜରିନ୍ ଖାନଙ୍କ ବିରୋଧରେ କୋଲକାତା କୋର୍ଟ ଗିରଫ ୱାରେଣ୍ଟ (Warrent file against zareen khan) ଜାରି କରିଛନ୍ତି। ଠକେଇ ମାମଲାରେ କୋର୍ଟ ଏହି ୱାରେଣ୍ଟ ଜାରି କରିଥିବା ଜଣାପଡ଼ିଛି । ତାଙ୍କ ବିରୋଧରେ ୨୦୧୮ ମସିହାରେ ଏକ ମାମଲା ରୁଜୁ ହୋଇଥିଲା । ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକାତାରେ ଅନୁଷ୍ଠିତ ୬ଟି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଅଭିନେତ୍ରୀଙ୍କ ବିରୋଧରେ କୋଲକାତା ସିଲଦା କୋର୍ଟରେ (Sealdah court in Kolkata)  ଏକ ଚାର୍ଜସିଟ୍ ଦାଖଲ କରିଥିଲେ। ଏହି ମାମଲାଟି ୫ ବର୍ଷ ପୁରୁଣା ଅର୍ଥାତ୍ ୨୦୧୮ର କାଳୀ ପୂଜା ସମୟର ବୋଲି କୁହାଯାଉଛି। କୋଲକାତାର ନାର୍କେଲଡଙ୍ଗାଠାରେ ଜରିନ ଖାନଙ୍କ ବିରୋଧରେ ପୋଲିସ ଅଭିଯୋଗ ଦାୟର କରାଯାଇଥିଲା।


ରିପୋର୍ଟ ଅନୁଯାୟୀ,  ସେ ସମୟରେ ଜରିନ୍ ଖାନ୍ ପଚରାଉଚରା ନେଇ ହାଜର ହୋଇନଥିବା ପୋଲିସ କହିଛି। ଏହା ପରେ ଜରିନ ଖାନଙ୍କ ବିରୋଧରେ ସିଅଲଦା କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ସେପଟେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଉପରେ ଓଲଟା ଦୋଷ ଲଦିଛନ୍ତି ଅଭିନେତ୍ରୀ । ‘କମ୍ପାନୀ ତାଙ୍କ ସହ ପ୍ରତାରଣା କରିଛି, ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ଯୋଗଦେବେ ବୋଲି ତାଙ୍କୁ କୁହାଯାଇଥିଲା । କିନ୍ତୁ ସେଭଳି କିଛି ନଥିଲା । ଏହା କୋଲକାତାର ଏକ ଛୋଟ କାର୍ଯ୍ୟକ୍ରମ ଥିଲା’ ବୋଲି ଜରିନ କହିଛନ୍ତି । ତେବେ ପରେ ବାରମ୍ବାର ଆଦେଶ ପରେ ବି କୋର୍ଟରେ ହାଜର ହୋଇନଥିଲେ ଜରିନ୍ । ଏନେଇ କୋର୍ଟ ଅଭିନେତ୍ରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ସେପଟେ ଆୟୋଜକମାନେ ଅଭିନେତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଆୟୋଜକଙ୍କ କହିବାନୁଯାୟୀ, ଜରିନ୍ ତାଙ୍କୁ ଅଣ୍ଡରୱାର୍ଲ୍ଡରେ ସମ୍ପର୍କ ଥିବା ନେଇ ମଧ୍ୟ ଧମକ ଦେଇଥିଲେ।


Also Read-Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା


ପ୍ରକାଶ ଥାଉ କି, ଜରିନ୍ ଖାନଙ୍କୁ (Zareen kha) ମାତ୍ର ୧୭ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତା ଘର ଛାଡି ଚାଲିଯାଇଥିଲେ । ଏହାପରେ ପରିବାରର ଦାୟିତ୍ବ ନେଇଥିଲେ ଜରିନ୍ । କଲ୍ ସେଣ୍ଟରଠାରୁ ଆରମ୍ଭ କରି ବହୁ ଛୋଟ ବଡ଼ ଚାକିରି ଦ୍ବାରା ସେ ପରିବାର ପ୍ରତିପୋଷଣ କରିଥିଲେ । ପରେ ୨୦୧୦ ମସିହାରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ବୀର’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । ଏହାପରେ ସେ ହାଉସଫୁଲ୍ ୨, ହେଟ୍ ଷ୍ଟୋରୀ ୩, ୧୯୨୧ ଭଳି ଚଳଚ୍ଚିତ୍ରରେ ନଜର ଆସିଥିଲେ ।