Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା
Advertisement
Article Detail0/zeeodisha/odisha1875332

Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା

 ଆଉ ଦିନ କେଇଟା ପରେ ପଡ଼ିବ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା (Parineeti Chopra-Raghav Chaddha) ହାତଗଣ୍ଠି । ପରସ୍ପରକୁ ସାତ ଜନ୍ମର ସାଥୀ କରିବେ ରାଜନେତା ଓ ଅଭିନେତ୍ରୀ । ତେବେ ଗତ ମେ ମାସରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି

ସୌ(ସୋସିଆଲ ମିଡିଆ)

Parineeti Chopra Raghav chadha Wedding: ଆଉ ଦିନ କେଇଟା ପରେ ପଡ଼ିବ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା (Parineeti Chopra-Raghav Chaddha) ହାତଗଣ୍ଠି । ପରସ୍ପରକୁ ସାତ ଜନ୍ମର ସାଥୀ କରିବେ ରାଜନେତା ଓ ଅଭିନେତ୍ରୀ । ତେବେ ଗତ ମେ ମାସରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଷ୍ଚାର କପଲ । ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ ତାରିଖରେ ଦୁହେଁ ବିବାହ କରିବେ। ରାଜସ୍ଥାନ ଉଦୟପୁରରେ ହେବାକୁ ଥିବା ଏହି ବିବାହ ସଂପୂର୍ଣ୍ଣ ପଞ୍ଜାବୀ ରୀତିନୀତିରେ ହେବ ବୋଲି ଜଣାପଡ଼ିଛି । ତେବେ ବିବାହକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିଛୁ । ପରିଣୀତି ଓ ରାଘବଙ୍କ ବର ବଧୂ ବେଶରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ବିବାହକୁ ନୂଆ ତଥ୍ୟା ସାମ୍ନାକୁ ଆସିଛି ।

ଡଙ୍ଗା ଚଢି ଆସିବେ ରାଘବ ଚଢା

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନ୍ୟ ବରଙ୍କ ପରି ସାଂସଦ ରାଘବ ଚଢା ହାତୀ, ଘୋଡା କିମ୍ବା ରଥରେ ଆସିବେ ନାହିଁ। ବରଂ ଏକ ବିଳାସପୂର୍ଣ୍ଣ ଡ଼ଙ୍ଗାରେ ଆସିବେ ବୋଲି ଜଣାପଡ଼ିଛି । ବିବାହ ପରେ ପରିଣୀତିଙ୍କୁ ରାଘବ ସେହି ଡ଼ଙ୍ଗାରେ ନେବେ ବୋଲି ଚର୍ଚ୍ଚା ହେଉଛି ।  ଏନେଇ ବିବାହ ହେବାକୁ ଥିବା ତାଜ ହୋଟେଲ ଜୋରଦାର ପ୍ରସ୍ତୁତି ଜାରି ଚାଲିଛି ।

 

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

ଏହି ଦିନ ବିବାହ କରିବେ ପରିଣୀତି -ରାଘବ

ପରିଣୀତି ଓ ରାଘବ ଚଢାଙ୍କ ବିବାହ ତାରିଖକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ନିକଟରେ ଲଭବାର୍ଡ଼ଙ୍କ ବିବାହ ତାରିଖ ସାମ୍ନାକୁ ଆସିଥିଲା । ଦମ୍ପତି ଚଳିତ ବର୍ଷ ସେପ୍ଟେମ୍ବର ୨୪ ତାରିଖରେ ବିବାହ କରିବା ନେଇ ସୂଚନା ମିଳିଛି ।

ସପ୍ତାହ ପୂର୍ବରୁ ଆରମ୍ଭ ହେବ ବିବାହ ପ୍ରସ୍ତୁତି

ରିପୋର୍ଟ ଅନୁଯାୟୀ, ସମସ୍ତ ରୀତିନୀତି ବିବାହର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ । ସେପ୍ଟେମ୍ବର ୨୩ରେ ଉଦୟପୁରରେ ହଳଦୀ-ମେହେନ୍ଦୀ ଓ ସଂଗୀତ ସମାରୋହ ହେବ। ପରିଣୀତି-ରାଘବଙ୍କ ବିବାହ ଲୀଲା ପ୍ୟାଲେସ ହୋଟେଲରେ ହେବ । ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ, ଖାସ୍ ବନ୍ଧୁ, ବି-ଟାଉନ ସେଲିବ୍ରେଟିଙ୍କ ବ୍ୟତୀତ କିଛି ରାଜନେତା ଯୋଗ ଦେବା ନେଇ ସୂଚନା ମିଳିଛି ।  ଅତିଥିମାନଙ୍କ ରହିବା ପାଇଁ ଉଦୟଭିଲା ହୋଟେଲ ବୁକ୍ କରାଯାଇଛି।

ବିବାହ ପରେ ଏହିଠାରେ ହେବ ରିସେପ୍ସନ୍ ପାର୍ଟି 

ବିବାହ ପରେ  ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ । ତେବେ ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଲେଖାଯାଇଛି।