Thommy Schiavo Death: ପୁଣି କଳାଜଗତରୁ ଆସିଲା ଦୁଃଖଦ ଖବର। ଚାଲିଗଲେ ଜଣେ ନାଁ କରା ଅଭିନେତା। ବ୍ରାଜିଲ୍ ର ଅଭିନେତା ତଥା ଟିଭି ଆକ୍ଟର  ଥୋମି ସିଆବୋଙ୍କର ମୃତ୍ୟୁ  ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା। ଅଭିନେତାଙ୍କ ଅକାଳ ମୃତ୍ୟୁକୁ ଫ୍ୟାନ୍ସମାନେ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ମିଳିଥିବା ସୂଚନା ଅନୁସାରେ, ସେ ତାଙ୍କ ଘର ବାଲକୋନୀରୁ ଖସି ପଡ଼ି ପ୍ରାଣ ହରାଇଥିବା ଜଣାପଡିଛି। ତେବେ, ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଜାରି ରହିଛି।


COMMERCIAL BREAK
SCROLL TO CONTINUE READING

ALSO READ: Guru Nakshatra Transit 2024: ଜୁଲାଇ ୩୧ରୁ ଏହିସବୁ ରାଶିଙ୍କର ଆରମ୍ଭ ହେଉଛି ଶୁଭଦିନ, ହେବ ଧନବର୍ଷା!


 


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରାଜିଲରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଲକୋନିରୁ ଖସି ପଡ଼ିବା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହ ନିଜ ରୁମ୍ ରେ ପାର୍ଟି କରୁଥିଲେ। ଅଭିନେତା ଏତେ ମଦ୍ୟପାନ କରିଥିଲେ ଯେ , ହଠାତ୍ ବୋଲକୋନିରେ ଠିଆ ହୋଇଥିବା ସମୟରେ ତଳକୁ ଗଳି ପଡିଥିଲେ ବୋଲି କୁହାଯାଉଛି। ବ୍ରାଜିଲରେ କଳା ଜଗତରେ ଥୋମି ଜଣେ ଜଣାଶୁଣା ଅଭିନେତା ଥିଲେ। ତାଙ୍କ ଅଭିନୟ ଲୋକଙ୍କୁ ହୃଦୟକୁ ଛୁଁଉଥିଲା। ଲୋକପ୍ରିୟ ଟିଭି ଧାରାବାହିକ ପାଣ୍ଟାନାଲର ଦ୍ୱିତୀୟ ଭାଗରେ ତାଙ୍କ ଚରିତ୍ର ସହିତ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତାଙ୍କର ହଠାତ୍ ଦେହାନ୍ତରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେହି ଧାରାବାହିକରେ, ଥୋମି ଜଣେ ପ୍ରସିଦ୍ଧ ଅଭିନେତାଙ୍କ ସହ ସମଲିଙ୍ଗୀ ଚୁମ୍ବନ ଦୃଶ୍ୟ ମଧ୍ୟ କରିଥିଲେ। ଯାହାକୁ ନେଇ ସେ ଲାଇମ୍ ଲାଇଟ୍ ରେ ରହିଥିଲେ।


ନିକଟରେ ଅର୍ଥାତ୍ ଜୁଲାଇ ୨୩ ରେ ପ୍ରସିଦ୍ଧ ଅଭିନେତା, ସଙ୍ଗୀତଜ୍ଞ ତଥା ରାପର (Slash) ସ୍ଲାସ୍ ଙ୍କ ଝିଅ ଲୁକ୍ ବ୍ଲୁ ନାଇଟ୍ ଙ୍କ ଅକଳା ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ସେ ଦିର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ସ୍ଲାସ୍ ଙ୍କର  ଲୁକ୍ ପାଳିତ ଝିଅ ଥିଲେ। ସ୍ଲାସ୍ ଙ୍କର ମଧ୍ୟ ଜଣେ ପ୍ରେମିକା ରହିଛନ୍ତି। ସୋଲ୍  ହଟସନ୍ (Saul Hudson)ଆମେରିକାର ଜଣେ ନାଁ ପ୍ରସିଦ୍ଧ ସଙ୍ଗୀତକାର। କିନ୍ତୁ କଳାଜଗତରେ ସେ ସ୍ଲାସ୍ ଭାବେ ପରିଚିତ। ସେ ନିଜ ଝିଅର ଅକଳ ନିଧନରେ ଭାଙ୍ଗି ପଡିଛନ୍ତି। ସ୍ଲାସ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଲୁସି-ବ୍ଲୁ ନାଇଟ୍ ଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ସ୍ଲାସ୍ ତାଙ୍କ ଇନଷ୍ଟା ପୋଷ୍ଟରେ ସୂଚନା ଦେଇ ଲେଖିଛନ୍ତି ଯେ ଲୁସି-ବ୍ଲୁ ନାଇଟ୍ (ଜନ୍ମ: ଡିସେମ୍ବର ୬,୧୦୯୮ )  । ମୋ ଝିଅର ଅକାଳ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ।