Amitabh Bachchan Buys Land: ବଲିଉଡ଼ ଅଭିନେତା ବିଗ୍ ବି ନିକଟରେ ଅଯୋଧ୍ୟାରେ ଏକ ଜମି କିଣିଥିଲେ। ପୁଣି ଏବେ ଆଲିବାଗରେ ଏକ ଜମି କିଣିଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ମୁମ୍ବାଇ ନିକଟରେ ଥିବା ଅଲିବାଗରେ (Alibaug) ଅମିତାଭ ୧୦ ହଜାର ବର୍ଗଫୁଟ ଜମି କିଣିଛନ୍ତି। ଯାହାର ମୂଲ୍ୟ ୧୦ କୋଟି ଟଙ୍କା ବୋଲି କୁହାଯାଉଛି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଭିନେତା ଏହି ଜମି (The House Of Abhinandan Lodha (HoABL) 'ଦି ହାଉସ୍ ଏବଂ ଅଭିନନ୍ଦନ ଲୋଧା' ଠାରୁ କିଣିଛନ୍ତି। ତେବେ ଜମି କିଣିବା ସମ୍ପର୍କରେ ବିଗ୍ ବି କିମ୍ବା  'ଦି ହାଉସ୍ ଏବଂ ଅଭିନନ୍ଦନ ଲୋଧା' ଙ୍କ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ।


COMMERCIAL BREAK
SCROLL TO CONTINUE READING

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଗ୍ ବିଙ୍କର ଏହି ଜମି 'ଆଲିବାଗ' ପ୍ରକଳ୍ପ ଅଧୀନରେ କିଣାଯାଇଛି। ଏହି ପ୍ରକଳ୍ପ ଗତ ବର୍ଷ ଏପ୍ରିଲରେ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଅଯୋଧ୍ୟାରେ ବିଗ୍ ବିଙ୍କୁ ଜମି ବିକ୍ରି କରିଥିବା ଲୋକଟି ମଧ୍ୟ ଅଲିଗଡରେ ଅଭିନେତାଙ୍କୁ ଜମି ବିକ୍ରି କରିଥିବା ଜଣାପଡିଛି।  ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ, ବିଗ୍ ବି ଅଯୋଧ୍ୟାରେ କିଣିଥିବା ୧୦ ହଜାର ବର୍ଗଫୁଟର ଜମି ପ୍ରାୟ ୧୪.୫ କୋଟି ଟଙ୍କା ଅଟେ।


ସବୁଠୁ ବଡ଼ କଥା ହେଉଛିଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ସେମାନଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ଉପହାର ସ୍ୱରୂପ ଜୁହୁରେ ଥିବା 'ପ୍ରତୀକ'  ବଙ୍ଗଳା ଦେଇଛନ୍ତି। ଫିଲ୍ମ 'ଶୋଲେ'ର ସଫଳତା ପରେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଜୁହୁରେ କିଣିଥିବା ଏହା ଥିଲା ପ୍ରଥମ ବଙ୍ଗଳା। ଯଦି ଆମେ ଅମିତାଭଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ, ('Kalki 2898 AD) କଲକି ୨୮୯୮ ଏଡି ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମର ପୋଷ୍ଟର ନକଟରେ ରିଲିଜ୍ ହୋଇଛି। ଯେଉଁଥିରେ ବିଗ୍ ବିଙ୍କୁ ଭିନ୍ନ  ଏକ ଭୂମିକାରେ ଦେଖିବାକୁ ମିଳିଛି।