Animal vs Sam Bahadur Box office collection: ଶୁକ୍ରବାର ବକ୍ସ ଅଫିସରେ ରିଲିଜ ହୋଇଛି ରଣବୀର କପୁର ଷ୍ଟାରର ‘ଆନିମଲ’ (Animal) ଓ ଭିକି କୌଶଲଙ୍କ ଅଭିନୀତ 'ସାମ୍ ବାହାଦୂର' (Sam Bahadur) । ଏହି ଦୁଇଟି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଏହାର ରିଲିଜକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ । ଉଭୟ ଚଳଚ୍ଚିତ୍ରର କାହାଣୀ ପରସ୍ପରଠାରୁ ସମୂର୍ଣ୍ଣ ଭିନ୍ନ ଅଟେ । ତେବେ ଆସନ୍ତୁ ଜାଣିବା ରିଲିଜର ପ୍ରଥମ ଦିନ ବକ୍ସ ଅଫିସରେ କାହାର ପଲ୍ଲା ରହିଲା ଭାରି ।


COMMERCIAL BREAK
SCROLL TO CONTINUE READING

ଧମାକେଦାର ରହିଲା ଆନିମଲର ଓପନିଙ୍ଗି ଡ଼େ କଲେକ୍ସସନ୍


ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ (Sandeep Reddy Vanga) ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ'ର (Animal First Day Collection) ଓପନିଙ୍ଗ ଡ଼େ’ କଲେକସନ୍ ଜବରଦସ୍ତ ରହିଛି । ପ୍ରଥମ ଦିନ ଫିଲ୍ମଟି ପ୍ରାୟ ୬୧ କୋଟି ଟଙ୍କା ଆୟ କରିଛି । ଏହାର ଓପନିଙ୍ଗ ଡ଼େ’କଲେକସନ୍ କୁ ଦେଖିବା ପରେ ଫିଲ୍ମଟି ବହୁ ଜଲଦି ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି । ବାପା ଓ ପୁଅର ସମ୍ପର୍କକୁ ନେଇ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରକୁ ଦର୍ଶକ ତଥା ସମାଲୋଚକମାନଙ୍କ ଠାରୁ ଭଲ ରେସପେନ୍ସ ମିଳିଛି ।  ଫିଲ୍ମରେ ଅନୀଲ କପୁର ଓ ରଣବୀରଙ୍କ (Ranbir kapoor) ବାପା ପୁଅ କାହାଣୀକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ କାହାଣୀରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ (Rashmika Mandanna) ସହ ରଣବୀରଙ୍କ ଅନସ୍କ୍ରିନ୍ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିଛି । ରିଲିଜ ପୂର୍ବରୁ ଆନିମଲ ରେକର୍ଡ ସ୍ତରରେ ପ୍ରି ବୁକିଂ ମଧ୍ୟ ହୋଇଥିଲା ।


ଫିକା ପଡ଼ିଲା ଭିକିଙ୍କ ସାମ ବାହାଦୂର


ଅନ୍ୟପଟେ ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ଭିକି କୌଶଲଙ୍କ (vicky kaushal) ଅଭିନୀତ ବାୟୋପିକ ଫିଲ୍ମ ‘ସାମ ବାହାଦୂର’  (Sam Bahadur )। ଫିଲ୍ମଟି ପ୍ରଥମ ଦିନ ମାତ୍ର ୫.୫୦ କୋଟି ଟଙ୍କା ଆୟ କରିଛି । ଯାହା ‘ଆନିମଲ’ ତୁଳନାରେ ଖୁବ କମ୍ ଅଟେ । ଏହି ସିନେମାଟି ପୂର୍ବତନ ସେନାଧିକାରୀ ସାମ ମାନେକଶାଙ୍କ ଜୀବନୀ ଉପରେ ଏହି ଫିଲ୍ମଟି ପର୍ଯ୍ୟବେସିତ । ମେଘନା ଗୁଲଜାର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଆଗକୁ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି ।


Also Read-Malvika Raaj Wedding: ହାତକୁ ଦି ହାତ ହେଲେ ମାଳବିକା ରାଜ୍, ଦେଖନ୍ତୁ ଫଟୋ