Anushka Sharma Pregnancy: ମୋଷ୍ଟ ପାଓ୍ବାରଫୁଲ୍ କପଲ ହେଉଛନ୍ତି  (Indian cricketer Virat Kohli) ବିରାଟ କୋହିଲି -ଅନୁଷ୍କା ଶର୍ମା (Anushka Sharma)। ଏ କପଲଙ୍କର ଫ୍ୟାନ୍ସ ଫୋଲର୍ସଙ୍କ ସଂଖ୍ୟା କିଛି କମ୍ ନାହିଁ । ଅନେକ ସମୟରେ ବିରାଟ- ଅନୁଷ୍କାଙ୍କ ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ୍ ହୋଇଥାଏ । ଏହାରି ଭିତରେ ଅନୁଷ୍କା ନିଜ ଫ୍ୟାନ୍ସମାନଙ୍କୁ ଏକ ଗୁଡ଼ ନ୍ୟୁଜ୍ ଦେବାକୁ ଯାଉଛନ୍ତି । ବିରାଟଙ୍କ ଘରକୁ ଆସିବ ଆଉ ଏକ କୁନି ଅତିଥି। ଅର୍ଥାତ୍ ଅନୁଷ୍କା ପୁଣି ଥରେ ମାଆ ହେବାକୁ ଯାଉଛନ୍ତି।  ଏକଥା ଆମେ କହୁନୁ , ଅନୁଷ୍କା ନିଜ ବେବି ବମ୍ପ ସହ ବିରାଟଙ୍କ ସହ ନଜର ଆସିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ୍ ହେଉଛି । 



COMMERCIAL BREAK
SCROLL TO CONTINUE READING


ଭାଇରାଲ ହୋଇଥିବା ଭି଼ଡିଓରେ ଦେଖିବାକୁ ମିଳିଛି ଯେ, ବିରାଟ- ଅନୁଷ୍କାଙ୍କ ହାତ ଧରି ଯାଉଛନ୍ତି।  ଏହି ସମୟରେ ଅନୁଷ୍କା ଏକ କଳା ରଙ୍ଗର ଢିଲା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଢିଲା ପୋଷାକରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ବାରି ହୋଇ ପଡୁଛି। ଏଥିରୁ ଅନୁଷ୍କା ଗର୍ଭବତୀ ଥିବା ଜଣାପଡିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଗତକିଛି ଦିନ ପୂର୍ବରୁ ଅନୁଷ୍କାଙ୍କର ଦ୍ବିତୀୟ ଥର ଗର୍ଭବତୀ ହେବା ଖବର ଖୁବ୍ ଜୋରେ ଭାଇରାଲ୍ ହୋଇଥିଲା।  କିନ୍ତୁ ଏହି ବିରୁଷ୍କା ଏହି ଖବରଟିକୁ ଅସ୍ବୀକାର କରିଥିଲେ। ଏବେବି ଅନୁଷ୍କା ନିଜର ଦ୍ବିତୀୟ ପ୍ରେଗନେନସି (Anushka Sharma Pregnancy) ବା ଗର୍ଭବତୀ ଥିବା ନେଇ କୌଣସି ଅଫିସିଆଲ୍ ଘୋଷମା କରି ନାହାଁନ୍ତି। 


ଅନୁଷ୍କାଙ୍କ ବେବି ବମ୍ପରେ ଭିଡିଓ ଭାଇରାଲ୍ ହେବା ପରେ, ଫ୍ୟାନ୍ସମାନେ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି କି, 'ଖୁବଶିଘ୍ର ବେବି ଆସିବାକୁ ଯାଉଛି କି' ? ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସତରେ ଭାମିକା ବଡ଼ ଭଉଣୀ ହେବେ ? ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି   'ଓଃ ଜୁନିୟର ବିରାଟ୍ କୋହଲି ଆସିବ  ' । ସୂଚନା ଅନୁସାରେ,  ଏକ କାର୍ଯ୍ୟକ୍ରମ ସମୟରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ରଥମେ ଭେଟିଥିଲେ। ସେଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଆଉ ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ତା’ପରେ ଦୁହେଁ ବିବାହ କରିବାକୁ ନିସ୍ପତି ନେଇଥିଲେ। ବିରାଟ- ଅନୁଷ୍କା ୨୦୧୭ ଡିସେମ୍ବର ୧୧ ରେ ବିବାହ କରିଥିଲେ।  ୨୦୧୧, ଜାନୁଆରୀ ୧୧ରେ ଭାମିକାକୁ ଜନ୍ମ ନେଇଥିଲା। ଆଉ ଏବେ  ଏବେ ଅନୁଷ୍କା ପୁଣି ଏକ ଖୁସି ଖବର ଦେବାକୁ ଯାଉଛନ୍ତି ।