Jacqueline Fernandez: ପୁଣି ଚର୍ଚ୍ଚାରେ ସିଂହଳ ସୁନ୍ଦରୀ (Jacqueline Fernandez) । ମହାଠକ ସୁକେଶ ଚନ୍ଦ୍ରଶେଖର ପାଇଁ ପୁଣି ଲାଇମ ଲାଇଟରେ ଅଛନ୍ତି ଏହି ଅଭିନେତ୍ରୀ। ୨୦୦ କୋଟି ଟଙ୍କା ମନି ଲାଣ୍ତିଂ ମାମଲାର ଅଭିଯୁକ୍ତ ସୁକେଶ ବର୍ତ୍ତମାନ ତିହାର ଜେଲରେ ରହିଛି । ଏହି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ହାତ ଥିବା ଜଣାପଡି଼ଛି।  ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛି। ଇଡି ଦାବି କରିଛି ଯେ, ୨୦୦ କୋଟି ଟଙ୍କା  ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଜାଣିଶୁଣି ଟଙ୍କା ନେଉଥିଲେ । ସେ ସୁକେଶ ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରୁଥିଲେ। 


COMMERCIAL BREAK
SCROLL TO CONTINUE READING

ଏହି ମାମଲାରେ ଇଡି ଏକ ଆଫିଡେଭିଟ୍ ଦାଖଲ କରିଥିଲା:
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏକ ଆବେଦନ କରିଥିଲେ ଯେ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଥିବା ଏଫ୍ଆଇଆର୍ ବାତିଲ୍ କରାଯାଉ। ଏହି ଆବେଦନର ଉତ୍ତରରେ, ଇଡି ଏକ ଆଫିଡେଭିଟ୍ ଦାଖଲ କରିବା ସମୟରେ ଏହି ଯୁକ୍ତି ଦେଇଥିଲା। ଏହି ମାମଲା ବିଚାରପତି ମନୋଜ କୁମାରଙ୍କ ନିକଟରେ ରଖାଯାଇଥିଲା। ଜ୍ୟାକଲିନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଇଡିଙ୍କ ଆଫିଡେଭିଟ୍‌ର ଉତ୍ତରରେ ଦାଖଲ କରିବାକୁ କୋର୍ଟରୁ ସମୟ ମାଗିଛନ୍ତି। ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ ରେ ସ୍ଥିର କରିଛନ୍ତି।



ଏହିପରି ସୁକେଶ-ଜ୍ୟାକଲିନଙ୍କ ସମ୍ପର୍କ ସାମ୍ନାକୁ ଆସିଲା |
ଆପଣଙ୍କୁ କହିରଖୁଛୁ ଯେ, ୨୦୦ କୋଟି ମନି ଲାଣ୍ତିଂ ଠକେଇ ମାମଲାରେ ଜ୍ୟାକଲିନଙ୍କ ନାଁ ସୁକେଶ ଚନ୍ଦ୍ରଶେଖରଙ୍କ ସହ  ଡିସେମ୍ବର ,୨୦୨୧ ରେ ସାମ୍ନକୁ ଆସିଥିଲା। ଏହା ପରେ ଜ୍ୟାକଲିନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିଯୁକ୍ତ ଦର୍ଶାଇଥିଲା। ଏହି ମାମଲାରେ ଅଭିନେତ୍ରୀଙ୍କୁ ଅନେକ ଥର ପଚରାଉଚରା କରାଯାଇଥିଲା। ଯେଉଁଥିରେ ଜଣାପଡିଥିଲା ​​ଯେ, ଜ୍ୟାକଲିନ ସୁକେଶଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ଜେଲକୁ ଦେଖା କରିବାକୁ ଆସୁଥିଲେ। ସୁକେଶ ତାଙ୍କୁ ଦାମୀ ଉପହାର ମଧ୍ୟ ଦେଉଥିଲେ । ଉଭୟଙ୍କ ଏକାଠି ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।