Ratha chaka bidding: ରଥଚକ ଓ ରଥର ବିଭିନ୍ନ ଅଂଶର ଅକ୍ସନକୁ ନେଇ ଅସନ୍ତୋଷ
Advertisement
Article Detail0/zeeodisha/odisha2393998

Ratha chaka bidding: ରଥଚକ ଓ ରଥର ବିଭିନ୍ନ ଅଂଶର ଅକ୍ସନକୁ ନେଇ ଅସନ୍ତୋଷ

Ratha chaka bidding: ଅଧିକ ଅର୍ଥ ଦେଇ ରଥର ଅଂଶ ନେବା ସବୁ ଭକ୍ତଙ୍କ ପାଇଁ ସମ୍ଭବ ନୁହେଁ। ଗରିବ ଭକ୍ତଙ୍କ ପାଇଁ ଏହି ଏସଓପି କଷ୍ଟ ଦାୟକ। ରଥଚକ ଯଦି ଦୁଇଲକ୍ଷ କି ଅଢେଇ ଲକ୍ଷ ଦେଇ କିଣାଯିବ ଗାଁରେ ପହଞ୍ଚିବା ବେଳକୁ ଜେଜେମାନଙ୍କ ପାଇଁ ବହୁ ବ୍ଯୟବହୁଳ ହେବ। ଏଣୁ ଭକ୍ତମାନଙ୍କ ଭାବାବେଗକୁ ନଜରରେ ରଖି ଏହାର ପୁନର୍ବିଚାର କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।

Ratha chaka bidding: ରଥଚକ ଓ ରଥର ବିଭିନ୍ନ ଅଂଶର ଅକ୍ସନକୁ ନେଇ ଅସନ୍ତୋଷ

Ratha chaka bidding: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସରିବା ପରେ ରଥଚକ ଓ ରଥର ବିଭିନ୍ନ ଅଂଶର ଅକ୍ସନ କରାଯାଇଥାଏ। ଏଥର ମଧ୍ୟ ଅକ୍ସନ କରାଯାଇଛି। ହେଲେ ଏଥର ଅକ୍ସନକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଗତବର୍ଷ ନନ୍ଦିଘୋଷ ରଥର ଚକ ଏକଲକ୍ଷ ଟଙ୍କା ଥିବାବେଳେ ଦର୍ପଦଳନ ରଥ ଓ ତାଳଧ୍ୱଜ ରଥର ଚକ ୫୦ହଜାର ଟଙ୍କା ଥିଲା। ମାତ୍ର ଗତକାଲି ଯେଉଁ ଏସଓପି ପ୍ରସ୍ତୁତ ହୋଇଛି ସେଥିରେ ଅଧିକ ଟଙ୍କାର ଅକ୍ସନ ଡକାଯାଇଛି। ଯିଏ ନନ୍ଦିଘୋଷ ରଥର ଚକ ନେବ ତାହା ସହିତ ଅନ୍ଯ ଦୁଇରଥର ଚକ ନେବ ବୋଲି ଏସଓପିରେ କୁହାଯାଇଛି।

ଅଧିକ ଅର୍ଥ ଦେଇ ରଥର ଅଂଶ ନେବା ସବୁ ଭକ୍ତଙ୍କ ପାଇଁ ସମ୍ଭବ ନୁହେଁ। ଗରିବ ଭକ୍ତଙ୍କ ପାଇଁ ଏହି ଏସଓପି କଷ୍ଟ ଦାୟକ। ରଥଚକ ଯଦି ଦୁଇଲକ୍ଷ କି ଅଢେଇ ଲକ୍ଷ ଦେଇ କିଣାଯିବ ଗାଁରେ ପହଞ୍ଚିବା ବେଳକୁ ଜେଜେମାନଙ୍କ ପାଇଁ ବହୁ ବ୍ଯୟବହୁଳ ହେବ। ଏଣୁ ଭକ୍ତମାନଙ୍କ ଭାବାବେଗକୁ ନଜରରେ ରଖି ଏହାର ପୁନର୍ବିଚାର କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।

 ଏହି ଏସଓପି କେବଳ ଧନି ଲୋକଙ୍କ ପାଇଁ ବୋଲି କହିଛନ୍ତି । ତେବେ ରଥ ଚକ , କୋଣଗୁଜ , ପ୍ରଭା ଆଦି ରଥର ଅଂଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ସନ କରାଯାଏ। ଏଥର ଅଟ୍ସନରେ ଭାଗ ନେବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜ ଟୁଇଟର ହ୍ଯାଣ୍ଡେଲରେ ଆହ୍ୱାନ କରିଛନ୍ତି।