Randeep Hooda Birthday Special: ବଲିଉଡ଼ ଅଭିନେତା ରଣଦୀପ ହୁଡା (Randeep Hooda ) । ଦମଦାର ଅଭିନୟ ପାଇଁ ଏବେ ସେ ଜଣେ ଆଗଧାଡିର ଅଭିନେତା । ଆଜି ଏହି ଅଭିନେତାଙ୍କ ଜନ୍ମଦିନ । ୧୯୭୬ ମସିହା, ରୋହତକରେ ସେ ଆଜିକା ଦିନରେ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମଦିନ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ । ରଣଦୀପ ନିଜ କ୍ୟାରିୟରରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚାର ରୁହନ୍ତି ନାହିଁ । ତାହା ଠାରୁ ଅଧିକ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମ୍ ଲାଇଟ୍ ରେ ରୁହନ୍ତି। ଖାସ୍ କରି ସେ ନିଜ ଲଭ୍ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି।  ରଣଦୀପ ଅନେକ ଅଭିନେତ୍ରୀଙ୍କୁ ଡେଟ କରିଛନ୍ତି କିନ୍ତୁ ତାଙ୍କ ନାମ ସୁସ୍ମିତା ସେନ୍ (Sushmita sen) ସହିତ ଦିନେ ଯୋଡି ହୋଇଥିଲା। ଆଉ ଯାହାକୁ ନେଇ ବଦନାମ୍ ହୋଇଥିଲେ ଅଭିନେତା । ସୁସ୍ମିତା (Sushmita sen) ଓ ରଣଦୀପ ତିନି ବର୍ଷ ଧରି ଡେଟ୍ ମଧ୍ୟ କରିଥିଲେ। କିନ୍ତୁ ବିବାହ କଲେ ନାହିଁ । ତେବେ, କାହିଁକି  ନିଜ ଜୀବନରୁ ସୁସ୍ମିତାଙ୍କୁ ଦୂରେଇ ଦେଲେ ରଣଦୀପ ଆସନ୍ତୁ ଜାଣିବା ସେହି ବିଷୟରେ (Randeep hooda birthday special)...


COMMERCIAL BREAK
SCROLL TO CONTINUE READING

 



 



 



ସୁସ୍ମିତା ସେନଙ୍କୁ ଜୀବନ ସାଥୀ କରିବାକୁ ଚାହୁଁଥିଲେ:


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣଦୀପ ହୁଡା ଏବଂ ସୁସ୍ମିତା ସେନଙ୍କ ଦିର୍ଘ ତିନି ବର୍ଷ ଧରି ସମ୍ପର୍କରେ ରହିଥିଲେ। ବନ୍ଧୁତାରୁ ଆରମ୍ଭ ହୋଇଥିଲା ପ୍ରେମ। ତେବେ, ସୁଟିଂ ସେଟରୁ ଆରମ୍ଭ ହୋଇଥିବା ଏହି ପ୍ରେମରେ ବୁଡି ଯାଇଥିଲେ ରଣଦୀପ । ସେ ସୁସ୍ମିତାଙ୍କୁ ବିବାହ କରିବା ପାଇଁ ମଧ୍ୟ ଚାହୁଁଥିଲେ। କିନ୍ତୁ ତାହା ସମ୍ଭବ ହୋଇପାରିଲା ନଥିଲା । (IPL chairman Lalit Modi) ଲଲିତ ମୋଦିଙ୍କ ପାଇଁ ସୁସ୍ମିତା ତାଙ୍କ ଠାରୁ ଦୂରେଇ ଯାଇଥିଲେ ବୋଲି ଚର୍ଚ୍ଚା ହୁଏ । ବ୍ୟବସାୟୀ ଲଲିତ ମୋଦି ତାଙ୍କ ପ୍ରେମ ସମ୍ପର୍କରେ  ଫାଟ ସୃଷ୍ଟି କରିଥିଲେ। ଯେଉଁଥି ପାଇଁ ଉଭୟ ଅଲଗା ହୋଇଯାଇଥିଲେ। ରଣଦୀପ ସୁସ୍ମିତାଙ୍କ ଠାରୁ ଅଲାଗା ହେବା ପରେ ଭାଙ୍ଗି ପଡିଥିଲେ। କାମରେ ମନ ଲାଗୁ ନଥିଲା। ଏପିରିକି ସେ ଏକ ଦୁର୍ବିଶ ଜୀବନ ଦେଇ ସେହି ସମୟରେ ଗତି କରୁଥିଲେ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ। 


ରଣଦୀପ ହୁଡାଙ୍କ କ୍ୟାରିୟର:


୨୦୦୧ରେ ରଣଦୀପ ହୁଡା ବଲିଉଡ଼ରେ କ୍ୟାରିୟର ଆରମ୍ଭ କରିଥିଲେ। ( Meera Nair's film) ମୀରା ନାୟରଙ୍କ ଫିଲ୍ମ (Monsoon Wedding) ମନସୁନ୍ ଓ୍ବେଡିଂରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମରେ  ଜଣେ ଏନଆରଆଇ ଏଜେଣ୍ଟ ଭୂମିକାରେ ନଜର ଆସିଥିଲେ ।  ଏହା ପରେ ସେ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ଡି' (Ram Gopal Varma's film D)ରେ ନଜର ଆସିଥିଲେ । ପରେ ସେ ଡରନା ଜରୁରୀ ହେ, ହାଇଓ୍ବେ, ରିସ୍କ, ରୁବାରୁ, ଓ୍ବାନ୍ସ ଅପନ୍ ଏ ଟାଇନ୍ ଇନ୍ ମୁମ୍ବାଇ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି । ବର୍ତ୍ତମାନ ତାଙ୍କ ହାତରେ ବଲିଉଡର ଏକାଧିକ ବଡ ବଜେଟ୍ ଫିଲ୍ମ ରହିଛି।