HBD Ram Charan: ସାଉଥ ସୁପରଷ୍ଟାର ରାମ୍ ଚରଣ। ନିଜ ଦମଦାର୍ ଅଭିନୟ ପାଇଁ ସେ ଲୋକପ୍ରିୟତା ସାଉଁଟିଛନ୍ତି । କେବଳ ସାଉଥ୍ ଇଣ୍ତଷ୍ଟ୍ରିରେ ନୁହେଁ ବଲିଉଡରେ ମଧ୍ୟ  ଜବରଦସ୍ତ ଏଣ୍ଟ୍ରି ମାରିସାରିଛନ୍ତି । ତେବେ, ଏହି ଆକ୍ସନ୍ ଷ୍ଟାର ରାମଚରଣଙ୍କର ଆଜି ଜନ୍ମଦିନ। ୧୯୮୫ ମସିହା ଆଜିକା ଦିନରେ ତାମିଲନାଡୁର ମାଦ୍ରାସରେ (Madras, Tamil Nadu, India) ଜନ୍ମ ଗ୍ରହଣ କରିଥିଲେ। ରାମଚରଣଙ୍କ ପୂରା ନାଁ  କୋନିଡେଲା ରାମ୍ ଚରଣ (Konidela Ram Charan)। ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ହେଉଛନ୍ତି ରାମ ଚରଣ । ବିଶେଷ କରି ଅଭିନେତା ଜଣଙ୍କ ନିଜ ଲାଇଫ୍ ଷ୍ଟାଇଲ୍ ପାଇଁ ଅଧିଂକାଶ ସମୟରେ ଲାଇମ୍ ଲାଇଟରେ ରୁହନ୍ତି।  ତେବେ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା। 


COMMERCIAL BREAK
SCROLL TO CONTINUE READING

 



ରାମ ଚରଣ ତାଙ୍କ କ୍ୟାରିୟରରେ ଅନେକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି । ସୁପରଷ୍ଟାର ତାଙ୍କ ରିଲ ଲାଇଫକୁ ରିୟଲ୍ ଲାଇଫ୍ ଠାରୁ ଦୂରେଇ ରଖନ୍ତି। ନିକଟରେ ରାମଚରଣ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଏକାଧିକ ଫିଲ୍ମ କରିଛନ୍ତି । ଅନ ସ୍କ୍ରିନ୍ ରୋମାନ୍ସ ତାଙ୍କ ପତ୍ନୀ ଉପାସନାଙ୍କ ଜମାବି ପସନ୍ଦ ନୁହେଁ। ସେଥିପାଇଁ କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ସେ ସେହି ଫିଲ୍ମରେ କେତେ ରୋମାନ୍ସ ଦୃଶ୍ୟ ରହିଛି । ଏବଂ ପୂରା କାହାଣୀ ଶୁଣିବା ପରେ ଫିଲ୍ମ କରିବା ପାଇଁ ରାଜି ହୁଅନ୍ତି ।  ପତ୍ନୀ ଉପାସନା ରାମଚରଣଙ୍କୁ କୌଣସି ହିରୋଇନ୍ ସହ ଅନସ୍କ୍ରିନ୍ ରୋମାନ୍ସ କରିବାର ଦୃଶ୍ୟ ଦେଖିପାରନ୍ତି ନାହିଁ ବୋଲି କହିଛନ୍ତି ରାମ ଚରଣ। ଆଜି ରାମଚରଣ ନିଜ ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି ରାମଚରଣ। ଏନେଇ ନିଜ ଜନ୍ମଦିନରେ ପ୍ରଭୁ ବାଲାଜୀଙ୍କ ମନ୍ଦିର ଯାଇ ସପରିବାରେ ଭଗବାନଙ୍କ ଆଶିଷ ଭିକ୍ଷା କରିଛନ୍ତି। ଦକ୍ଷିଣ ଭାରତୀୟ ପୋଷାକରେ ନଜର ଆସିଥିଲେ ରାମଚରଣ। ସାଙ୍ଗରେ ଥିଲେ ପତ୍ନୀ ଉପାସନା ଓ ଝିଅ। ଗତବର୍ଷ ଜୁନ୍ ୨୦ରେ ବିବାହର ୧୧ ବର୍ଷ ପରେ ପ୍ରଥମ ଥର ପିତା ହୋଇଛନ୍ତି ରାମଚରଣ।