Jawan Box Office Collection Day 7: ବକ୍ସ ଅଫିସରେ କମିନି 'ଜଓ୍ବାନ'ର (Jawan ) କ୍ରେଜ୍ । ଶାହାରୁକ୍ ଖାନଙ୍କ ଅଭିନୀତ ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମଟି ରିଲିଜ୍ ହେବା ଦିନ ଜବଦଦସ୍ତ କଲେକସନ୍ କରିଥିଲା। ପ୍ରଥମ ଦିନରେ ଫିଲ୍ମଟି  ୭୫ କୋଟି କେବଳ ଭାରତରେ ସଂଗ୍ରହ କରିଥିଲା । ସାରା ବିଶ୍ବରେ ଏହି ଫିଲ୍ମଟି ୧୨୫ କୋଟି କଲେକସନ୍ କରି ନୂଆ ରେକର୍ଡ ସୃଷ୍ଟି କରିଥିଲା।  ଏହା ପରେ ଫିଲ୍ମଟି ଦୁଇ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ଆୟ କରିଥିଲା ​ । ମାତ୍ର ୪ ଦିନ ମଧ୍ୟରେ ଫିଲ୍ମଟି ୫୦୦ କୋଟି ଟଙ୍କା ରୋଜଗାର କରି ରେକର୍ଡ କରିଛି। ଖାଲି ଏତିକି ନୁହେଁ, ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ 'ଜୱାନ୍' (Jawan Box Office Collection Day 6) ଚଳିତ ବର୍ଷ ଜାନୁଆରୀରେ ରିଲିଜି ହୋଇଥିବା ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ 'ପଠାନ୍' ଓ ଗତ ମାସରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ' ଗଦ୍ଦର ୨'କୁ ମଧ୍ଯ ପଛରେ ପକାଇଛି ।  ତେବେ ଫିଲ୍ମଟି ଷଷ୍ଠ ଦିନରେ ୨୬.୫୦ କୋଟି ଟଙ୍କା ଆୟ କରିଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଫିଲ୍ମର ଆୟ କମିବାରେ ଲାଗିଥିଲେ ମଧ୍ଯ ବକ୍ସ ଅଫିସରେ ଏହାର କ୍ରେଜ୍ ଜାରି ରହିଛି । 


COMMERCIAL BREAK
SCROLL TO CONTINUE READING

 



ତେବେ ଆସନ୍ତୁ ଜାଣିବା ଜଓ୍ବାନର ରିଲିଜ୍ ହେବାର ସପ୍ତମ ଦିନରେ କେତେ କୋଟି ଆୟ କରିଛି ?


ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଜଓ୍ବାନ୍ ଦେଖିବାକୁ ହଲରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। (According to Sacnilk's early trend report) ସାଇନିକ୍ ରିପୋର୍ଟ ଅନୁସାରେ ଫିଲ୍ମଟି, ରିଲିଜ୍ ହେବାର ସପ୍ତମ ଦିନରେ ୨୩ କୋଟି ଟଙ୍କା ଆୟ କରିଛି । ଏହା ସହିତ 'ଜଓ୍ବାନ' ସାତ ଦିନରେ ମୋଟ ଆୟ ବର୍ତ୍ତମାନ ୩୬୭.୫୮ କୋଟିରେ ପହଞ୍ଚିଛି। ଆଶା କରାଯାଉଛି ଚଳିତ ସପ୍ତାହ ଶେଷ ଆଡକୁ ଫିଲ୍ମଟି ୪୦୦ କୋଟି ପାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିବ। 


ସାଉଥର ସିନେମାର ଜଣାଶୁଣା ନିର୍ଦ୍ଦେଶକ ଆଟଲି (Atlee) ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହି ଫିଲ୍ମରେ ଶାହରୁଖ ଖାନ(Shah Rukh Khan)ସହ ସାଉଥ ଅଭିନେତ୍ରୀ ନୟନତାରା (Nayanthara )ଙ୍କ ସହ ବିଜୟ ସେଥୁପଥୀ (vijay sethupathi) ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଦୀପିକା ପାଦୁକୋନ (Deepika Padukone) ଓ ସଞ୍ଜୟ ଦତ୍ତଙ୍କୁ ଏଥିରେ ଏକ ସ୍ୱତନ୍ତ୍ର କେମୋ ଭୂମିକାରେ ଦେଖିବାକୁ ମିଳିଛି। ଶାହରୁଖ ଖାନଙ୍କ ଏହି ଫିଲ୍ମ ହିନ୍ଦୀ ନେଟ୍ ଅଫ୍ ଅଲ୍ ଟାଇମ୍‌ରେ ସର୍ବାଧିକ କୋଟିର ଓପେନିଂ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି।