Jawan: ବଲିଉଡ଼ (Bollywood) ସୁପରଷ୍ଟାର ଶାହାରୁକ ଖାନଙ୍କ (Shah Rukh Khan) ଅଭିନୀତ 'ପଠାନ' (Pathaan) ଫିଲ୍ମ ରିଲିଜ୍ ହେବା ପରେ ସେ ଲାଇମ୍ ଲାଇଟରେ ଅଛନ୍ତି । ଆସନ୍ତା ମାସ ୭ ତାରିଖରେ 'ଯବାନ' (Film Jawan) ମୁକ୍ତିଲାଭ କରିବାକୁ ଯାଉଛି ।  ଶାହାରୁଖ ଖାନଙ୍କ ଫିଲ୍ମ ଯବାନର ପ୍ରଥମ ଗୀତ 'ଜିନ୍ଦା ବନ୍ଦା' ନିକଟରେ ରିଲିଜ ହୋଇଥିଲା । ଏହି ଗୀତ ଦେଖି ଦର୍ଶକ ଫିଲ୍ମଟିକୁ ଚାତକ ପରି ଚାହିଁ ରହିଛନ୍ତି  । 'ପଠାନ' ଫିଲ୍ମ ପରି 'ଯବାନ'  ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଆଶା ରଖିଛନ୍ତି ଦର୍ଶକ । ଫିଲ୍ମ ଦେଖିବା ପାଇଁ ଏବେ ଠାରୁ ଆଡଭାନ୍ସ ବୁକିଂ ଆରମ୍ଭ (Jawan advance booking) ହୋଇଛି।  ରିପୋର୍ଟ ଅନୁଯାୟୀ, ୟୁଏଇ, ଆମେରିକା, ଜର୍ମାନୀ ଏବଂ ଅଷ୍ଟ୍ରେଲିଆରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଯେ, ଏହି ଫିଲ୍ମ 'ପଠାନ'ର ୧୨୪,୮୫୫,୮୬୦.୦୦ ଅତିକ୍ରମ କରିବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

 




Also Read: Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!


ଆକ୍ସନ୍ ଥ୍ରୀଲର ଫିଲ୍ମ 'ଯବାନ' ଅନେକ ଦେଶରେ ୫୦ ପ୍ରତିଶତ ରୁ ୧୦୦ ପ୍ରତିଶତ ଟିକେଟ୍ ବିକ୍ରି କରିସାରିଛି। ୟୁଏଇରେ 'ଯବାନ'ର  ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଚାରୋଟି ମୁଖ୍ୟ ମଲ୍ଟିପ୍ଲେକ୍ସ ସିରିଜ୍ ଭକ୍ସ, ନୋଭୋ, ରିଲ୍, ରକ୍ସି ଏବଂ ଅନ୍ୟମାନେ ଖୋଲିଛନ୍ତି । ୟୁଏଇରେ ଥିବା କିଙ୍ଗ ଖାନଙ୍କ ଫ୍ୟାନ୍ସମାନେ, ବର୍ତ୍ତମାନ ସେମାନେ ଫିଲ୍ମ 'ଯବାନ' ଦେଖିବା ପାଇଁ ଆଡଭାନ୍ସ ବୁକିଂ କରିପାରିବେ। ସେହିପରି,  ଫିଲ୍ମର ଆଡଭାନ୍ସ ବୁକିଂ ବର୍ତ୍ତମାନ ଆମେରିକାରେ ମଧ୍ୟ ଆରମ୍ଭ ହୋଇଛି।  ଏହି ଫିଲ୍ମ ଆମେରିକାରେ ବହୁତ ଭଲ ବ୍ୟବସାୟ କରିଛି । ଜର୍ମାନୀ ଓ ଅଷ୍ଟ୍ରେଲିଆରେ ଫିଲ୍ମ 'ଯବାନ' ଆଡଭାନ୍ସ ବୁକିଂ ଜୋରଦାର ଚାଲିଛି । ତେବେ, କିଙ୍ଗ ଖାନଙ୍କ ଏହି ଫିଲ୍ମ ପଠାନରୁ ଅଧି୍କ କଲେକସନ୍ କରିବ ବୋଲି ଆଶା କରାଯାଉଛି। 


ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମ 'ଯବାନ' ଆସନ୍ତାମାସ ୭ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମରେ କିଙ୍ଗ ଖାନଙ୍କ ବ୍ୟତିତ ସାଉଥ ଅଭିନେତ୍ରୀ ନୟନତାରା , ବିଜୟ ସେତୁପତି, ଦୀପିକା ପାଦୁକୋନ, ପ୍ରିୟମଣି ଏବଂ ସାନିଆ ମଲହୋତ୍ରା ଦେଖିବାକୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ କିଙ୍ଗ ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ।  ଫିଲ୍ମଟି ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଟଲି। ଏବଂ ଫିଲ୍ମଟିର ନିର୍ମାତା ଅଛନ୍ତି କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଓ ଗୌରବ ବର୍ମା। ଫିଲ୍ମଟି ୩୦୦ କୋଟି ବଜେଟରେ ନିର୍ମାଣ ହୋଇଛି।