Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର।  ଅକାଳରେ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ। ଦକ୍ଷିଣ କୋରିଆର ପ୍ରସିଦ୍ଧ କଣ୍ଠଶିଳ୍ପୀ ଲି-ଟାଏ-ଗୁଏନ୍ ଙ୍କ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଫ୍ୟାନ୍ସ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ସାଥୀ କଣ୍ଠଶିଳ୍ପୀ ଓ  ଫ୍ୟାନ୍ସ।  ଏହି କଣ୍ଠଶିଳ୍ପୀଙ୍କ ମୃତ୍ୟୁ ଦକ୍ଷିଣ କୋରିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ। 


COMMERCIAL BREAK
SCROLL TO CONTINUE READING

ALSO READ: Gold Rate Today: ଗଣେଶ ପୂଜାରେ ଜାରି ହେଲା ନୂଆ ସୁନା ଦର, ଜାଣନ୍ତୁ ଭରି ପିଛା କେତେ କମିଲା ରେଟ୍?


ALSO READ: Surya Shukra Yuti 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ ଶୁଭ ସମୟ


ସୂଚନା ଅନୁସାରେ, ଦକ୍ଷିଣ କୋରିଆର ପ୍ରସିଦ୍ଧ କଣ୍ଠଶିଳ୍ପୀ ଲି-ଟାଏ-ଗୁଏନ୍ ଗତ ୨୦୨୧,ଡିସେମ୍ବର ୧୬ ତାରିଖରେ ଫି-ଫାଇଜରର (Pfizer Covid-19 vaccine) ଦ୍ବୀତିୟ ଡୋଜ ଟିକା ନେଇଥିଲେ।  ବିଶେଷକରି ସେବେଠାରୁ ତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥିଲା। ବାନ୍ତି, ମୁଣ୍ତବିନ୍ଧା ଓ ଜ୍ବରରେ ଅଧିକାଂଶ ସମୟ ସେ ପୀଡିତ ରହୁଥୁଲେ।  ଏନେଇ ସେ ଚିକିତ୍ସାଧିନ ମଧ୍ୟ ଥିଲେ। ଅବସ୍ଥା ଖରାପ ହେବାରୁ ପାଖାପାଖି ୨ ବର୍ଷ ହେବ ସେ କୋମାକୁ ଚାଲିଯାଇଥିଲେ। କିନ୍ତୁ ଗତକାଲି ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। 


କୋଭିଡ଼ ଟିକାର ପାର୍ଶ୍ବ -ପ୍ରତିକ୍ରିୟା ଦେଖାଦେବାକରୁ କଣ୍ଠଶିଳ୍ପୀ ଜଣକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେପେଟ, କଣ୍ଠଶିଳ୍ପୀ ଲି-ଟାଏ-ଗୁଏନ୍ ଙ୍କ ପତ୍ନୀ କହିଛନ୍ତି ଯେ, କୋଭିଡ଼ ଟିକା ନେବା ପରେ ତାଙ୍କର ଓଜନ ପ୍ରାୟ ୨୦ କେଜି କମିଯାଇଥିଲା। ଏବଂ ତାଙ୍କ ହାତ ଓ ପାଦର ଆଙ୍ଗୁଳି ମଧ୍ୟ କାମ କରୁ ନଥିଲା। ତେବେ, କଣ୍ଠଶିଳ୍ପୀଙ୍କର ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ଜଣାପଡିଛି। ଲି-ଟାଏ-ଗୁଏନ୍ କୋରଆ ପପ୍ ଗ୍ରୁପର ନଟି ବଏ କ୍ଲବର ସଦସ୍ୟ ମଧ୍ୟ ଥିଲେ। ଜଣେ ରାପର ଭାବେ ସେ ଦକ୍ଷିଣ କୋରିଆରେ କ୍ଷ୍ୟାତି ଅର୍ଜନ କରିଥିଲେ।