Kangana Ranaut:ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରାଣାଓ୍ବତ। କଙ୍ଗନାଙ୍କ ଅଭିନୀତ ଫିଲ୍ମ 'ଏମର୍‌ଜେନ୍ସୀ' ରିଲିଜ୍ କୁ ନେଇ ଦେଖାଦେଇଛି ବିବାଦ। ଫିଲ୍ମଟି ସେପ୍ଟେମ୍ବର ୬ରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଏହି ଫିଲ୍ମକୁ ଶିଖ୍ ସମ୍ପ୍ରଦାୟର ଲୋକେ ବିରୋଧ କରୁଛନ୍ତି। ଶିଖ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେନ୍ସର ବୋର୍ଡ ଦାବି କରିଛନ୍ତି। ତେବେ, ଏହି ଫିଲ୍ମକୁ ଶିରୋମଣି ଗୁରୁଦ୍ୱାର ପରିଚାଳନା କମିଟି (SGPC) ମଧ୍ୟ ବିରୋଧ କରିଛି।

 

ଶିରୋମାଣୀ ଅକାଳି ଦଳ (Shiromani Akali Dal) ଏବଂ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (SGPC) ଏହି ଚଳଚ୍ଚିତ୍ର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ଶିଖ ସଂଗଠନ ଗୁଡିକ ଅଭିଯୋଗ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଶିଖ ସମ୍ପ୍ରଦାୟକୁ ଭୁଲ ଭାବରେ ଚିତ୍ରଣ କରାଯାଇଛି  ।  ପଞ୍ଜାବରେ ଏହି ଫିଲ୍ମକୁ ବହୁ ବିରୋଧ କରାଯାଇଥିବାବେଳେ ବର୍ତ୍ତମାନ ତେଲେଙ୍ଗାନାରେ ଏକ ଶିଖ ସଂଗଠନ 'ଏମରଜେନ୍ସି'କୁ ବିରୋଧ କରିଛି । ତେବେ, ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । 

 

ଫିଲ୍ମର କାହାଣୀ:

 

ଏ-ହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତିତ ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ 'ଏମର୍‌ଜେନ୍ସୀ' ବିଷୟରେ ଦର୍ଶାଯାଇଛି ।