Chandramukhi 2: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ (Kangana Ranaut) ପୁଣି ଥର ବଡ ସ୍କ୍ରିନରେ ଦେଖିବାକୁ ମିଳିବ । ତାହା ପୁଣି ଭିନ୍ନ ଏକ ଅନ୍ଦାଜରେ । ନିକଟରେ କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର ଚନ୍ଦ୍ରମୁଖୀ ୨(Chandramukhi 2)ର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ରିଲିଜ ହୋଇଛି । ଚନ୍ଦ୍ରମୁଖୀଙ୍କ ପୋଷ୍ଟରରେ କଙ୍ଗନା କୁଞ୍ଜୁକୁଚିଆ କେଶ, କପାଳରେ ଟିକା, ବେକରେ ହାର ଏବଂ ତାହା ସହ ଦମଦାର୍ ଲୁକ୍ ଦର୍ଶକଙ୍କ ମନ ମୋହୁଛି।  କଙ୍ଗନା ରାନାୱତ ଚନ୍ଦ୍ରମୁଖୀ ଲୁକ୍ ର ରାଜକୀୟ ଦୃଶ୍ୟ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

 



Also Read: Hair Care Tips: କେଶ ରଙ୍ଗ କରୁଥିଲେ ହୁଅନ୍ତୁ ସତର୍କ! ନଚେତ୍‌ ଭୋଗିବେ ଏପରି ସମସ୍ୟା


Also Read: Horoscope Today Aug 5 2023: ବ୍ୟବସାୟରେ ଆୟ ବୃଦ୍ଧି ସହ ଏହି ସବୁ ରାଶିର ଲୋକଙ୍କୁ ମିଳିବ ସୁସମ୍ବାଦ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?



କଙ୍ଗନା ରାନାୱତ ତାଙ୍କ ନୂଆ ଚଳଚ୍ଚିତ୍ର କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ (ଚନ୍ଦ୍ରମୁଖୀ ୨)(Chandramukhi) ର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ଅଭିନେତ୍ରୀ ବହୁ ଅଳଙ୍କାର ସହିତ ଭାରୀ ସବୁଜ ଲେହେଙ୍ଗା-ଚୋଲି ପିନ୍ଧିଥିବାର ନଜର ଆସିଛନ୍ତି। ପୋଷାକ ଏବଂ ଅଳଙ୍କାରଠାରୁ ଅଧିକ, ଅଭିନେତ୍ରୀଙ୍କ ମୁଖ ଅଭିବ୍ୟକ୍ତି ଲୋକମାନଙ୍କୁ ସେମାନଙ୍କ ଆଡକୁ ଆକର୍ଷିତ କରୁଛି । କଙ୍ଗନା ରାନାୱତ ଫିଲ୍ମର ପ୍ରଥମ ପୋଷ୍ଟର ସହିତ ଚନ୍ଦ୍ରମୁଖୀ ୨ ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ର ଗଣେଶ ପୂଜା ଅବସରରେ ରିଲିଜ୍ ହେବ ବୋଲି ଜଣାପଡିଛି। 



କଙ୍ଗନା ରାଣାଓ୍ବତ ଚଳଚ୍ଚିତ୍ର କ୍ୟାପସନରେ ଲେଖିଛନ୍ତି ଚନ୍ଦ୍ରମୁଖୀ- ସୌନ୍ଦର୍ଯ୍ୟ ଏବଂ ସ୍ଥିତି ଯାହା ଆମ ଦୃଷ୍ଟି ଆକର୍ଷଣ କରେ, କଙ୍ଗନା ରାଣାଓ୍ବତ ଚିତ୍ତାକର୍ଷକ ଏବଂ ସୁନ୍ଦର ଚେହେରାକୁ (ଚନ୍ଦ୍ରମୁଖୀ ୨) ରୁ ଚନ୍ଦ୍ରମୁଖୀ ଭାବରେ ଉପସ୍ଥାପନ କଲା । କଙ୍ଗନା ରାନାୱତ ପୂର୍ବରୁ ଚନ୍ଦ୍ରମୁଖୀ ରୁ ରାଘବ ଲରେନ୍ସଙ୍କ ଲୁକ ମୁକ୍ତିଲାଭ କରିଛି। ପି ଭାସୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ରାଘବ ଲରେନ୍ସ ଏବଂ କଙ୍ଗନା ରାଣାଓ୍ବତ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଚନ୍ଦ୍ରମୁଖୀ ୨ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ। ତେବେ, ଆପଣଙ୍କୁ ଏଠାରେ କହି ରଖିବୁ ଯେ, ଚନ୍ଦ୍ରମୁଖୀଙ୍କର ପ୍ରଥମ ଭାଗ ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା, ଚନ୍ଦ୍ରମୁଖୀ ୧ ରେ ରଜନୀକାନ୍ତ ଏବଂ ଜ୍ୟୋତିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥି ସହିତ, ଅଭିନେତ୍ରୀ କଙ୍ଗନା ରାନାୱତ ଚନ୍ଦ୍ରମୁଖୀ ୨ ରେ ଲିଡ୍ ରୋଲରେ ନଜର ଆସିବେ।