Entertainment News: ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ପ୍ରସିଦ୍ଧ ଅଭିନେତା
Entertainment News: ଲୁହରେ ଭିଜିଲା କଳା ଜଗତ। ପୁଣି ସିନେ ଜଗତରୁ ଆସିଲା ଦୁଃଖଦ ଖବର।
Entertainment News: ଲୁହରେ ଭିଜିଲା କଳା ଜଗତ। ପୁଣି ସିନେ ଜଗତରୁ ଆସିଲା ଦୁଃଖଦ ଖବର। ମାଲାୟଲମ୍ ର ବରିଷ୍ଠ ଅଭିନେତା ମେଘନାଥନ୍ ଙ୍କର ଆଜି ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଏହି ଖବର ଜଣାପଡିବା ପରେ ମାଲାୟଲମ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଦୁଃଖର ଛାୟା ଖେଳି ଯାଇଛି। ଦିର୍ଘ ଦିନ ଧରି ଅସୁସ୍ଥ ଥିଲେ ଅଭିନେତା। ତେବେ, ତାଙ୍କର ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁ ନାହିଁନ୍ତି। କେରଳର ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ( Kozhikode) କୋଜିକୋଡେରେ ତାଙ୍କର ଅନ୍ତିମ ସଂସ୍କାର ହେବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ମାଲାୟଲମ୍ ଫିଲ୍ମ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତା ମେଘନାଥନ୍। ଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ଅସୁସ୍ଥ ଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେଲା , ହେଲେ ପରିବାର ଲୋକେ ତାଙ୍କୁ କୋଜିକୋଡେରେ ଥିବା ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମେଘନାଥନ୍ ପରିବାରରେ ସ୍ତ୍ରୀ ଓ ତାଙ୍କର ତିନୋଟି ସନ୍ତାନ ଥିବା ଜଣାପଡିଛି।
ମେଘନାଥନ୍ କେରଳର ଏକାଧିକ ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟକା ହାସଲ କରିଛନ୍ତି। ଫିଲ୍ମ ଗୁଡିକରେ ସେ ନେଗେଟିଭ୍ ଚରିତ୍ର ପାଇଁ ବେଶ୍ ଜଣାଶୁଣା ଥିଲେ। ଜଣାଶୁଣା ଫିଲ୍ମ ଅଭିନେତା ଭାରତ ଗୋପି , ମୋମାଟି ଓ ମୋହନଲାଲ୍ ଙ୍କ ଭଳି ପ୍ରଯୋଜକଙ୍କ ସହିତ ସେ କାମ କରିଛନ୍ତି। ସେ ତାଙ୍କ କ୍ୟାରିୟର ଆରମ୍ଭରୁ ଉଭୟ କେରଳ ଓ ତାମିଲ୍ ଫିଲ୍ମରେ କାମ କରିଥିଲେ। 'କୋମାନ୍ '(Kooman), 'ଲିସାମାୟାଡୁ ଭେଡୁ' (Lisammayude Veedu), 'ଥାନ୍ତୋନି' (Thanthonni), 'ନେରାନିୟାଆନ୍ ସିବିଆଇ' (Nerariyan CBI) ଭଳି ପ୍ରମୁଖ ମାଲାୟଲମ୍ ଫିଲ୍ମରେ ଲିଡ୍ ରୋଲ୍ ରେ ନଜର ଆସିଥିଲେ। 'ସମାଧାନ ପୁସ୍ତକମ୍' ତାଙ୍କର ଶେଷ ଫିଲ୍ମ ଥିଲା। ଯାହା ଏହି ବର୍ଷ ରିଲିଜ୍ ହୋଇଥିଲା। ମେଘନାଥନ୍ କେରଳର ଥିରୁବନ୍ତପୁରମ୍ ରେ ୧୯୬୪ ମସିହା ରେ ଜନ୍ମ ଗ୍ରହଣ କରିଥିଲେ।