Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ। ଅକାଳରେ ଚାଲିଗଲା ଭେଟେରାନ୍ ଅଭିନେତାଙ୍କ ଜୀବନ। ଆଉ ନାହାଁନ୍ତି ମରଠୀ ଅଭିନେତା ସତୀଶ ଯୋଶୀ।  ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି। ରବିବାର ଦିନ ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  ସତୀଶ ଯୋଶୀ ନିଜ କ୍ୟାରିୟର ଭିତରେ ଥିଏଟର, ଫିଲ୍ମ ବ୍ୟତିତ ଅନେକ ସିରିଏଲ ଏବଂ ହିନ୍ଦୀ ସିନେମାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ବିୟୋଗରେ ମରାଠୀ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏ-ପରିକି ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ସତୀଶଙ୍କ ବନ୍ଧୁ ରାଜେଶ ଦେଶପାଣ୍ତେ ପ୍ରଥମେ ସୋସିଆଲ୍ ମିଡିଆରେ ତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ALSO READ : ଆରପାରିରେ ଅଭିନେତ୍ରୀ ପବିତ୍ରା ଜୟରାମ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ


ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ମୁମ୍ବାଇର ଏକ ଥିଏଟରରେ ସତୀଶ ଯୋଶୀ ଏକ ମଞ୍ଚରେ ଅଭିନୟ କରୁଥିଲେ । ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଫଳରେ ସେ ମଞ୍ଚରୁ ତଳକୁ ଖସିପଡିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ପୋଷ୍ଟମଟମ୍ ରିପୋର୍ଟ ଆସିଲେ ଜଣାପଡିବ। ଏହି ଖବର ଜଣାପଡିବା ପରେ ମରାଠୀ କଳାଜଗତରେ ଦୁଃଖର ଲହରୀ ଖେଳି ଯାଇଛି। କେବଳ ମରାଠି ଥିଏଟର ଓ ସିନେମାରେ ନୁହେଁ, ସତୀଶ ଓ୍ବେବ୍ ସିରିଜ୍ 'ଇନ୍ସାଇଡ୍ ଏଜ୍', ଏବଂ ଫିଲ୍ମ' ଲଭ୍ କେ ଲିୟେ କୁଛଭି କରେଗା' ଭଳି ହିନ୍ଦୀ ସିନେମାରେ ମଧ୍ୟ କାମ କରିଛନ୍ତି। ସତୀଶ ଅନେକ ନାଟକ , ସିରିଏଲ ଏବଂ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ୍ ଯୋଗାଉ ଥିଲେ। ବିଶେଷ କରି ଧାରାବାହିକ 'ଭାଗଲକ୍ଷ୍ମୀ'ରେ ଅଭିନୟ କରି ଅଧିକ ଭଲପାଇବା ଦର୍ଶକଙ୍କ ଠାରୁ ସାଉଁଟିଥିଲେ।