Entertainment News: ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଇଛି। ସତ ହେଲା ପରି ଲାଗୁଛି ସ୍ବପ୍ନ। କାହିଁକିନ,  ନିପଟ ମଫସଲ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ମୋନିକା ସମାଦ୍ଦାର ( Tribal girl Monika Samaddar )ଏବେ ଓଲଉଡ଼ (Ollywood) କି ବଲିଉଡ଼ (Bollywood )ନୁହେଁ ଟଲିଉଡରେ (Tollywood) ଜନର ଆସିବେ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ହଁ ଆଜ୍ଞା ଆମେ ଆପଣଙ୍କୁ କହୁଛୁ ଯେ, ମାଲକାନଗିରିର ମୋନିକାଙ୍କ କଥା ।  ମୋନିକା ଏବେ ତେଲୁଗୁ ଫିଲ୍ମରେ(Telugu Movie) ଏଣ୍ଟ୍ରି ମାରିଛନ୍ତି। ଏହି ଫିଲ୍ମର ନାଁ ରହିଛି ‘ଗାରାଗା’। ଫିଲ୍ମର ସୁଟିଂ ଆରମ୍ଭ ଏବେ ବିଜୟଓ୍ବାଡାରେ ଚାଲିଥିବା ବେଳେ ଆଗାମୀ ସୁଟିଂ ହାଇଦ୍ରାବାଦରେ କରାଯିବ ବୋଲି ଜଣାପଡ଼ିଛି। ତେବେ, ମୋନିକାଙ୍କ ଏହି ଯାତ୍ରା କିଭଳି ଥିଲା ଆସନ୍ତୁ ଜାଣିବା।... 


COMMERCIAL BREAK
SCROLL TO CONTINUE READING

Also Read: Vande Bharat Express: ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ


ତେବେ, ଆମେ ଆପଣଙ୍କୁ ଏଠାରେ ସୂଚନା ଦେବାକୁ ଚାହିଁବୁ ଯେ, ମୋନିକାଙ୍କ ଘର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମ୍‌ଭି- ୭୫ ଗାଁରେ (Monika Samaddar hails from MV 75 village under Kalimela Block in Malkangiri)। ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ବ୍ୟବସାୟୀ। ବ୍ୟବସାୟରୁ ଯାହା ରୋଜଗାର କରନ୍ତି ସେଥିରେ ସେ ପରିବାର ଚଳାନ୍ତି। ମନିକା ଗାଁ ସ୍କୁଲରେ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ କାଲିମେଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢ଼ୁଥିଲେ। ପିଲାଟି ବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ମନିକାଙ୍କ ମୁଣ୍ତରୁ କିନ୍ତୁ ଅଭିନୟର ନିଶା ଯାଇ ନଥିଲା। ଯୁକ୍ତଦୁଇ ପାଠପଢା ପରେ ସେ ହ୍ରାଇଦ୍ରାବଦରେ ରହୁଥିବା ନିଜ ବଡ ଭାଇଙ୍କ ପାଖକୁ ଚାଲି ଯାଇଥିଲେ। ସେଠାରେ ସେ ଏକ ଡାନ୍ସ ଏକାଡେମୀରେ ନାଁ ଲେଖାଇଥିଲେ । ପରେ ଦିର୍ଘ ଦୁଇ ବର୍ଷ କାଳ ଡାନ୍ସର ତାଲିମ୍ ସେଠାରେ ନେଇଥିଲେ। ଏହି ସମୟ ଭିତରେ ଛୋଟ ବଡ଼ ସିରିଏଲରେ ମଧ୍ୟ ସେ ଅଭିନୟ ପାଇଁ ସୁଯୋଗ ପାଇଥିଲେ। ପରେ ତେଲୁଗୁ ଫିଲ୍ମ ‘ଗାରାଗା’( film Garaga)ରେ ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କୁ ବ୍ରେକ୍‌ ମିଳିଲା। ଆଉ ଏହି ସୁଯୋଗକୁ ହାତ ଛଡ଼ା କରିନଥିଲେ ମନିକା।



‘ଗାରାଗା’ଫିଲ୍ମଟି ( film Garaga) ଶ୍ରୀ ଶ୍ରୀନିବାସ କ୍ରିଏସନ୍ ଦ୍ୱାରା ନିର୍ମିତ ହୋଇଛି। ଏହି ଫିଲ୍ମ ପ୍ରଥମେ ତେଲୁଗୁ  ଓ ପରେ ହିନ୍ଦୀ ଭାଷାରେ ରିଲିଜ ହେବା ବୋଲି ଜଣାପଡିଛି। ଯାହାକୁ ନେଇ ମନିକା ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ ମୋନିକା ନାୟିକା ଭୂମିକାରେ ନଜର ଆସିବାକୁ ଥିବା ବେଳେ କାଲାକ ଶ୍ରୀନିବାସ ରାଓ (Srinivasa Rao) ନାୟକ ଭାବେ ନଜିର ଆସୁଛନ୍ତି। ଏଥିସହ ଡଃ ଚନ୍ଦଳୱଡ଼ା ହରିବାବୁ, ରାମବାବୁ, ରାମସ୍ୱାମୀ ପ୍ରମୁଖ ନଜର ଆସିବେ।  ତେବେ, ଏହି ଫିଲ୍ମରେ ମୋନିକା ଅଭିନୟ କରିବା ପାଇଁ ମୋଟା ଅଙ୍କପ ଫିସ୍ ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି।