Prabhas Getting Married: ସାଉଥ୍ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତା ପ୍ରଭାସ୍ (Prabhas)। ଆଗାମୀ ଦିନରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' (Salaar: Part 1 –Ceasefire)ରିଲିଜ୍ ହେବାକୁ ଯାଇଛି। ଏହି ଫିଲ୍ମଟି, ଆସନ୍ତା ଡିସେମ୍ବର ୨୨ରେ ରିଲିଜ୍ ହେବାକୁ ଯାଉଛି । ତେବେ, ଏହି ଫିଲ୍ମଟି ବାହୁବଳୀର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ତେବେ, ଏହାରି ଭିତରେ ପ୍ରଭାସଙ୍କ ବିବାହକୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ପ୍ରଭାସ୍ ବିବାହ କରିବାକୁ ଯାଇଛନ୍ତି।  


COMMERCIAL BREAK
SCROLL TO CONTINUE READING

Also Read: HBD Sunny Deol: ଲିଣ୍ଡା କିଏ, ତାଙ୍କୁ କାହିଁକି ଗୁପ୍ତରେ ବିବାହ କରିଥିଲେ ସନି?


ଅଭିନେତାଙ୍କ ବିବାହ ନେଇ ପ୍ରଭାସଙ୍କ ଘନିଷ୍ଠ ସମ୍ପର୍କୀୟ ସୂଚନା ଦେଇଛନ୍ତି:
ସୂଚନା ଅନୁସାରେ, ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ସମୟରେ ପ୍ରଭାସଙ୍କ ମାଉସୀ ଶ୍ୟାମଳା ଦେବୀ କହିଛନ୍ତି ଯେ, ଦେବୀ ଦୁର୍ଗାଙ୍କର ଆର୍ଶିବାଦ ପ୍ରଭାସଙ୍କ ଉପରେ ରହିଛି। ପ୍ରଭାସ ନିଶ୍ଚିତ ଭାବରେ ବିବାହ କରିବେ। ଏବଂ ଖୁବଶିଘ୍ର ହାତକୁ ଦି ହାତ ହେବେ।  ବିବାହ ପାଇଁ ଆମେ ସମସ୍ତଙ୍କୁ ବି ନିମନ୍ତ୍ରଣ କରିବୁ। ତେବେ, ଏହାପରେ ଗଣମାଧ୍ୟମ ପ୍ରତିନିଧି ମାନେ ଶ୍ୟାମଳା ଦେବୀଙ୍କୁ ପ୍ରଶ୍ନ କରିଥିଲେ ଯେ, କେବେ, ବିବାହ କରିବେ ପ୍ରଭାସ? ଏହାର ଉତ୍ତର ଦେବାକୁ ଯାଇ ପ୍ରଭାସଙ୍କ ମାଉସୀ କହିଥିଲେ ଯେ, 'ସାଲାର୍' ରିଲିଜ୍ ପରେ ଅଭିନେତା ବିବାହ କରିବେ। କିନ୍ତୁ ସବୁଠୁ ବଡ଼ କଥା ହେଲା କେଉଁ ତାରିଖରେ ସେ ବିବାହ କରିବେ। ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। କି କେଉଁଠାରେ ବିବାହ କରିବେ ସେନେଇ ସ୍ଥାନ ମଧ୍ୟ ଠିକ୍ ହୋଇ ନାହିଁ।


 ପ୍ରଭାସଙ୍କ ନାଁ ଅନେକ ସମୟରେ ବାହୁବଳୀ ଅଭିନେତ୍ରୀ ଅନୁସ୍କା ସେଟ୍ଟୀଙ୍କ ସହ ଯୋଡି ହୋଇଥିବା ବେଳେ କ୍ରିତି ସାନନଙ୍କ ସହ ଯୋଡି଼ ହୋଇଥିଲା। ତେବେ, ନିଜ ବିବାହ ନେଇ ପ୍ରଭାସ୍ ଏପର୍ଯ୍ୟନ୍ତ କୌଣସି ଘୋଷଣା କରି ନାହାଁନ୍ତି। ଯଦି ଆମେ ପ୍ରଭାସଙ୍କ ଓ୍ବାର୍କ ଫ୍ରଣ୍ଟ କଥା କହିବା ତେବେ, ଆଗକୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' (Salaar: Part 1 –Ceasefire) ରିଲିଜ୍ ହେବାକୁ ଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ପ୍ରଶାନ୍ତ ନୀଲ (Prashanth Neel)। ପ୍ରଶାନ୍ତ ନୀଲ କେଜିଏଫ୍ (KGF) ର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଭାସଙ୍କ ବାହୁବଲୀ (Bahubali) ଫ୍ରାଞ୍ଚାଇଜ୍ ସବୁଠୁ ବଡ଼ ଚଳଚ୍ଚିତ୍ର ଭାବରେ ପରିଗଣିତ ହୋଇଛି। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଫିଲ୍ମଟି ବେଶ ଖାସ୍ ଅଟେ । କେଜିଏଫ  ('KGF 2')  ଓ କାନ୍ତାରା ( 'Kantara' ) ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ପରେ 'ସାଲାର୍' ହେଉଛି ହୋମ୍ବଲେ ଫିଲ୍ମସ୍ ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ । ତେବେ ଏହା ବକ୍ସ ଅଫିସରେ ଅନେକ ନୂତନ ରେକର୍ଡ ସୃଷ୍ଟି କରିବା ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍ (Prithviraj Sukumaran), ଶ୍ରୁତି ହାସନ (Shruti Haasan) ଓ ଜଗପତି ବାବୁ (Jagapathi Babu) ନଜର ଆସିବେ ।