• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Written BySoubhagya Ranjan Mishra
Published: May 28, 2024, 09:58 PM IST|Updated: May 28, 2024, 09:58 PM IST
joinshare
Top 10 News Today: ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

About the Author

Soubhagya Ranjan Mishra

Soubhagya Ranjan Mishra

Trending

  • News
  • Photos
  • Videos
Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସାରା ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସାରା ଦିନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 news3:23 PM IST
2

Delhi Police: ସଂସଦ ଅଧିବେଶନ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ, BNSS ଧାରା ୧୬୩ ଲାଗୁ...

Delhi Police2:55 PM IST
3

Lionel Messi: ଫାଇନାଲ୍‌ ପୂର୍ବରୁ ଭାବୁକ ହେଲେ ଲିଓନେଲ୍‌ ମେସି, କହିଲେ...

Lionel Messi1:51 PM IST
4

ମହାପ୍ରଭୁଙ୍କ ଅଳଙ୍କାରର ଗଣତି-ମଣତି ସମ୍ପନ୍ନ, ୧୯୭୮ ତାଲିକା ସହ ମିଳିଲା ସମସ୍ତ ତଥ୍ୟ

Jagannath TempleJul 19
5

ସଫଦରଜଙ୍ଗ ହସ୍ପିଟାଲ ଉପରେ ଭରସା ନାହିଁ! ହାଇକୋର୍ଟରେ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କ ଆବେଦନ

Sonam WangchukJul 19

Top 10 News Today:

01- ଆଜି ଗୃହମନ୍ତ୍ରୀ ଅମିତ ଶାହ ଗୋଟିଏ ଦିନରେ ୩ଟି ଜନସଭାକୁ ସମ୍ୱୋଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରନ୍ତ୍ରଭଣ୍ଡାର ଚାବି ପ୍ରସଂଙ୍ଗ ନେଇ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ବିଜେପି ଜିତିଲେ ସବୁ ଯୁବବର୍ଗଙ୍କୁ ଚାକିରି ମିଳିବ ବୋଲି ଶାହ ପ୍ରତିଶୃତି ଦେଇଛନ୍ତି । ଜଣେ ଓଡ଼ିଆ ପୁଅ ଆଗକୁ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଜେପି ଜିତିଲେ ଦୁର୍ନୀତିଗ୍ରସ୍ତ ସବୁ ବାବୁ ଜେଲରେ ପଶିବେ ବୋଲି ଶାହ କହିଛନ୍ତି ।

02- ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ ଭାଇରାଲ ପ୍ରସଙ୍ଗରେ ଆଜି ଭିଡିଓ ବାର୍ତ୍ତା ଜାରି କରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାର୍ତ୍ତାରେ ସେ କହିଛନ୍ତି ଯେ, ମୋ ହାତ ସଂପର୍କରେ ବିଜେପି ଜାଣିଶୁଣି ଅଯଥା ପ୍ରସଙ୍ଗ କରୁଛି । ବିଜେପିର ଏହି ଚାଲ୍ କାମ ଦେବନି ବୋଲି ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

03- ଦିନକ ପରେ ରାଜ୍ୟରେ ନିର୍ବାଚନକୁ ନେଇ ଶେଷ ପ୍ରଚାର କାର୍ଯ୍ୟକ୍ରମ ସରିବ । ତେବେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ପହଞ୍ଚି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ ବୋଲି ଚର୍ଚ୍ଚା ହେଉଛି । କାଲି ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ବାରିପଦା ଛଉପଡ଼ିଆରେ ପହଞ୍ଚିବେ । ପରେ ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣା ନିକଟ ନରହରି ପଡ଼ିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ଜନସଭାକୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ।

04- IPS ଡିଏସ୍‌ କୁଟ୍ଟେ ସସ୍‌ପେଣ୍ଡ ହୋଇଛନ୍ତି । ଭାରତୀୟ ନିର୍ବାଚନ କମିଶନ ତାଙ୍କୁ ସସପେଣ୍ଡ କରିଥିବା ଜଣାପଡିଛି । CMO କାର୍ଯ୍ୟାଳୟ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଶ୍ରୀଯୁକ୍ତ ଡିଏସ କୁଟ୍ଟେ । ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଦିଲ୍ଲୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ନିଜ ପଦବୀର ଅପବ୍ୟବହାର କରି ନିର୍ବାଚନ ପ୍ରକ୍ରିୟାକୁ  ପ୍ରଭାବିତ କରୁଥିବା ସନ୍ଦେହ କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନ୍‍। ଏଥିଲାଗି ତୁରନ୍ତ ଶ୍ରୀ କୁଟ୍ଟେଙ୍କୁ ନିଲମ୍ବନ କରିଛନ୍ତି।

05- ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କରିଛନ୍ତି ଯବାନ । କୋଟଗଡ଼ ଥାନା ଲାସେରୀ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌, ଏସ୍‌ଓଜି, ସିଆରପିଏଫ୍‌ ଯବାନମାନେ କମ୍ବିଂ ସମୟରେ ଜଙ୍ଗଲରେ ବିପୁଳ ବିସ୍ଫୋରକ ଠାବ କରିଛନ୍ତି । ବିସ୍ଫୋରକ ସାମଗ୍ରୀ ଜବତ ପରେ ଅପରେସନ ଆହୁରୀ କଡାକଡି କରାଯାଇଥିବା ସୂଚନା ମିଳିଛି ।

06- ଚାନ୍ଦବାଲିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁ ଓ ସହଯୋଗୀଙ୍କୁ ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ବାଁଶଡ଼ା ଥାନା ତୋଟାପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତମାନେ ସୁବାସଙ୍କ କାର ଭଙ୍ଗାରୁଜା କରିବା ସହ ଢେଲା ମାଡ କରି ଆକ୍ରମଣ କରିଥିଲେ ।

07- ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଏବଂ ଫଟୋ ପୋଷ୍ଟ ସହ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ୪୨୦ଟି ପୋଷ୍ଟକୁ ହଟାଇଛି ପୁଲିସ । ଏହି ଘଟଣାରେ ପୁଲିସ ୫ଟି ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି। ଏଥିରେ ଆଇଟି ପ୍ରଫେସନାଲମାନେ ମଧ୍ୟ ପୁଲିସ ସହ ହାତ ମିଳାଇଛନ୍ତି। ଯାହାକି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଏବଂ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଆପତ୍ତିଜନକ ପୋଷ୍ଟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ ବ୍ରାଞ୍ଚର ସୋସିଆଲ୍ ମିଡିଆ ୟୁନିଟ୍ ଟିମ୍ ଏହା ଉପରେ ନଜର ରଖିଥିଲା।

08- ପଶ୍ଚିମ ରେଳବାଇର ପାଲଘର ଠାରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ମୁମ୍ୱାଇ - ସୁରଟ ରୁଟ୍ ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ମାଲ ବୋଝେଇ ଟ୍ରେନରେ ଲୁହା ପ୍ଲେଟ୍ ପରିବହନ କରାଯାଉଥିଲା । ଦୁର୍ଘଟଣାରେ କେହି ମୃତ କିମ୍ୱା ଆହତ ହୋଇନାହାନ୍ତି ।

09- ଶ୍ରୀମନ୍ଦିର ହୁଣ୍ଡିରୁ ଏକ କେଜିରୁ ଅଧିକ ସୁନା ଦାନ ସୂତ୍ରରେ ଆଜି ମିଳିଛି । ହୁଣ୍ଡିରୁ ପ୍ରାୟ ୬,୨୮,୨୩୭ ଟଙ୍କା ଦାନ ହିସାବରେ ମିଳିଥିବା ବେଳେ ୧ କେଜି ୮୦୦ mg ସୁନା ଓ ଏକ ଗ୍ରାମ ୨୦୦ mg ରୁପା ଦାନରେ ପ୍ରାପ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ହୁଣ୍ଡି ଗଣତି ସମୟରେ ଏହି ଦାନ ଟଙ୍କା ଓ ସୁନା ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

10- କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢିଛି ପାରଦ । ଆଜି ବୌଦ୍ଧରେ ସର୍ବାଧିକ ୪୫.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ଢେଙ୍କାନାଳ, ବାଲେଶ୍ବରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲାରେ ୨ ମୃତ ବୋଲି ସୂଚନା ମିଳିଛି 

Also Read- ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ମାମଲା: ଆଇପିଏସ୍‍ କୁଟ୍ଟେ ନିଲମ୍ବିତ, ଆଶୀଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବ

Add Zee News as a Preferred Source
TAGS:
top 10 news today
Top 10 News Headlines
Top 10 News Headlines Odisha
Top 10 News Headlines Odisha Today
Afternoon Bulletin
Today News
Odisha Trending News Afternoon
28th May 2024
odisha election 2024
today top news
odisha weather
IMD
Bhubaneswar
Heat wave
odisha latest news