Pushpa 2 Shooting Postpone: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ (allu arjun)।  ତାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ପାର୍ଟ -୨' (pushpa 2) ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଛି।  ତେବେ, ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଫିଲ୍ମ 'ପୁଷ୍ପା ପାର୍ଟ -୨'ର ସୁଟିଂ (Pushpa 2 Shooting) ବେଳେ ଆହତ ହୋଇଛନ୍ତି ଅଲ୍ଲୁ ଅର୍ଜୁନ୍। ଏହି ଖବର ତାଙ୍କ ଫ୍ୟାନ୍ସମାନଙ୍କୁ ସ୍ତବ୍ଧ କରିଦେଇଛି। ଏବଂ ଅଲ୍ଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ, ଅଲ୍ଲୁଙ୍କ ଫାଇଟିଂ ସିନ୍ ଚାଲିଥିବା ବେଳେ ଆହତ ହୋଇଛନ୍ତି । ଏହି କାରଣରୁ ନିର୍ଦ୍ଦେଶକ ଫିଲ୍ମର ସୁଟିଂକୁ ବନ୍ଦ କରିଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

 



Also Read: Animal: ବକ୍ସ ଅଫିସରେ ଧମାଲ୍ ମଚାଉଛି 'ଆନିମଲ' , ଦ୍ବିତୀୟ ଦିନରେ କଲା ଏତେ କୋଟି ରୋଜଗାର


ହିନ୍ଦୁସ୍ତାନ ଟାଇମ୍ସକୁ ସୂଚନା ଦେବାବେଳେ ଅଲୁ ଅର୍ଜୁନଙ୍କ ଟିମ୍ କହିଛି ଯେ, ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଫାଇଟିଂ ସୁଟିଂ ଚାଲିଥିଲା। ହେଲେ ଦୁର୍ଭାଗ୍ୟବସତଃ ଅଲ୍ଲୁଙ୍କୁ ପିଠିରେ ଏଥିର ଆହତ ହୋଇଛନ୍ତି । ତାଙ୍କ ପିଠିରେ ଗଭୀର ଆଘାତ ଲାଗିଛି। ଏହି କାରଣରୁ ଫିଲ୍ମର ସୁଟିଂକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି (Pushpa 2 Shooting Postpone) । ଏବଂ ଅଲ୍ଲୁଙ୍କ ଚିକିତ୍ସା ଜାରି ରହିଛି। ତେବେ, ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଲ୍ଲୁଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି। ଡାକ୍ତରମାନେ ଅଭିନେତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ମଧ୍ୟ ଖବର ମିଳିଛି।


ସୂଚନା ଅନୁସାରେ, ଅଲ୍ଲୁଙ୍କ ଫିଲ୍ମ 'ପୁଷ୍ପା -୨ : ଦ ରୁଲ୍' (Pushpa 2: The Rule) ଆସନ୍ତାବର୍ଷ ଅଗଷ୍ଟ ୧୫ ରେ ରିଲିଜ୍ ହେବାର ଅଛି । ସୁଟିଂରେ ବିଳମ୍ବ ହେତୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଜିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ, ଏନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।  ଏହି ଫିଲ୍ମରେ ଅଲୁଙ୍କ ସହିତ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନା ଓ ଫାହାଦା ଫସିଲ୍ (Fahadh Faasil) ନଜର ଆସିବେ। ଫିଲ୍ମ 'ପୁଷ୍ପା: ଦି ରାଇଜ୍' (Pushpa: The Rise)ର ପ୍ରଥମ ଭାଗ ୨୦୨୧ ମସିହା ଡିସେମ୍ବର ୨୧ ତାରିଖରେ ପରଦାକୁ ଆସିଥିଲା ଫିଲ୍ମ। ୧୫୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ୩୫୦ କୋଟି ( Rs 365 crore worldwide) ରୋଜଗାର କରିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।