ICE Apple Side Effects:ତାଳଗଛରୁ ଏକ ତରଳ ପଦାର୍ଥ ବାହାରିଥାଏ, ଯାହାକୁ ଲୋକମାନେ ମଦ୍ୟପାନ ପାଇଁ ବ୍ୟବହାର କରନ୍ତି। ଆଉ ସେହି ପଦାର୍ଥକୁ ତାଡି ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ତାଳସଜ ଖାଇବା ଦ୍ୱାରା କଣ ଲାଭ ଓ କଣ କ୍ଷତି ହୋଇଥାଏ?
Trending Photos
aICE Apple Side Effects: ବିଶେଷ କରି ଖରାଦିନେ ରାସ୍ତାଘାଟ, ବଜାରରେ ଉପଲବ୍ଧ ହୋଇଥାଅ ତାଳସଜ । ଯାହାକୁ ଇଂରାଜୀରେ ଆଇସ୍ ଆପଲ ବୋଲି କୁହାଯାଏ। ତେବେ ଏହାର ବୈଜ୍ଞାନିକ ନାମ କିମ୍ବା ଉଦ୍ଭିଦ ନାମ ହେଉଛି ବୋରାସସ୍ ଫ୍ଲାବେଲିଫର୍ (Borassus flabellifer)। ଏହା ଏକ ଋତୁକାଳୀନ ଫଳ ସେଥିପାଇଁ ଏହା କେବଳ ଗ୍ରୀଷ୍ମଋତୁରେ ଉପଲବ୍ଧ ହୋଇଥାଏ। ଏହା ମୁଖ୍ୟତଃ ପୂର୍ବ ଭାରତରେ ବେଶି ମାତ୍ରାରେ ମିଳିଥାଏ। ଏହି ଫଳଗୁଡ଼ିକ ବରଫ ଜେଲି ପରି ଦେଖାଯାଏ । ଯଦି ଆମେ ଅନ୍ୟ ଗଛ ତୁଳନାରେ ଆଇସ ଆପଲ୍ ଗଛକୁ ଦେଖିବା, ଏହା ବହୁତ ଲମ୍ବା, ଏହି ତାଳଗଛର ଉଚ୍ଚତା ୨୫ରୁ ୯୦ ଫୁଟ ମଧ୍ୟରେ ରହିଥାଏ। ଏହି ଫଳର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଅଛି
ସେହିପରି ତାଳଗଛରୁ ଏକ ତରଳ ପଦାର୍ଥ ବାହାରିଥାଏ, ଯାହାକୁ ଲୋକମାନେ ମଦ୍ୟପାନ ପାଇଁ ବ୍ୟବହାର କରନ୍ତି। ଆଉ ସେହି ପଦାର୍ଥକୁ ତାଡି ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ତାଳସଜ ଖାଇବା ଦ୍ୱାରା କଣ ଲାଭ ଓ କଣ କ୍ଷତି ହୋଇଥାଏ?
ଓଜନ କମ କରିବାରେ ସହାୟକ
ତାଳସଜ ଖାଇବା ଫଳରେ କ୍ୟାଲୋରୀ ପରିମାଣ ବହୁତ କମ୍ ରହିଥାଏ, ଏହା ବ୍ୟତୀତ ଏହା ଅନେକ ପୋଷକ ତତ୍ତ୍ୱରେ ଭରପୂର ଅଟେ ତାଳସଜ। ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଯଦି କାହାର ମେଦବହୁଳତା ସମସ୍ୟା ଥାଏ, ତେବେ ସେ ଏହି ତାଳସଜ ଫଳ ଖାଇବା ଉଚିତ୍ ।
ଜଳୀୟଅଂଶର ଭରପୂର ଗନ୍ତାଘର ତାଳସଜ (Ice Apple)
ଗ୍ରୀଷ୍ମ ଋତୁରେ ଶରୀରରେ ବହୁତ ଝାଳ ବାହାରିଥାଏ, ଯାହା ଡିହାଇଡ୍ରେସନ୍ ସମସ୍ୟା ସୃଷ୍ଟି କରିଥାଏ ।ତାଳସଜ ଫଳ ଏକ ଥଣ୍ଡା ଫଳ । ତାଳସଜ ଫଳରେ ଜଳର ମାତ୍ରା ଅଧିକ, ଯାହା ଶରୀରରେ ଜଳ ଅଭାବକୁ ଦୂର କରିଥାଏ। ଫଳସ୍ୱରୂପ, ଡିହାଇଡ୍ରେସନକୁ ଏଡାଯାଇପାରିବ । ତେଣୁ, ଯଦି ଆପଣ ଡିହାଇଡ୍ରେସନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତାଳସଜ ଫଳ ଖାଇବା ଉଚିତ୍ ।
ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ
ତେବେ ତାଳସଜ ଥଣ୍ଡା ଫଳ, ଅର୍ଥାତ୍ ଏହାର ପ୍ରକୃତି ଥଣ୍ଡା। ଏହାକୁ ଖାଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣ କରାଯାଇପାରିବ । ଫଳସ୍ୱରୂପ, ଆମେ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ପାଇପାରିବା । ଯେଉଁଥିପାଇଁ ଆମେ ସତେଜତା ଅନୁଭବ କରିପାରିବା ।