Shah Rukh Khan First Film: ବଲିଉଡ଼ ଅଭିନେତା ଶାହାରୁଖ୍ ଖାନ୍ (Shah Rukh Khan)। ଚଳିତ ବର୍ଷରେ ତାଙ୍କର ୨ଟି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । କିଙ୍ଗ୍ ଖାନଙ୍କୁ ଅନେକ ଲୋକେ ରୋମାନ୍ସ ଅଫ୍ କିଙ୍ଗ୍ ବୋଲି କୁହନ୍ତି।  ଦିର୍ଘ ୩୨ ବର୍ଷ ଧରି ସେ ବଲିଉଡରେ ନିଜର ଅଭିନୟର ଜଲଓ୍ବା ଦେଖାଇ ଆସୁଛନ୍ତି।  ୧୯୯୨ ମସିହାରେ ଫିଲ୍ମ 'ଦିଓ୍ବାନା' ସେ ବଲିଉଡରେ ଡେବ୍ୟୁ କରିଥିଲ ସତ କିନ୍ତୁ ତାହା ପୂର୍ବରୁ ଶାହାରୁଖ୍ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ। ତେବେ ଏହି ଫିଲ୍ମର ନାଁ ଥିଲା (Dil Aashna Hai) 'ଦିଲ୍ ଆସନା ହେ' । ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିଲେ ହେମାମାଳିନୀ। 


COMMERCIAL BREAK
SCROLL TO CONTINUE READING

Also Read: PM Kisan Yojana: ଏହି ଚାଷୀମାନଙ୍କୁ ଫେରାଇବାକୁ ପଡି଼ବ କିସ୍ତିରେ ମିଳିଥିବା ସମସ୍ତ ଟଙ୍କା, ଜାଣନ୍ତୁ କାରଣ


ତେବେ, ସବୁଠାରୁ ବଡ଼ କଥା ହେଉଛି ଶାହାରୁଖ୍ ଖାନ୍ ନିଜ ଅଭିନୟ ପାଇଁ ନୁହେଁ ବରଂ ନିଜ ଲମ୍ବା ନାକ ପାଇଁ ଏହି ଫିଲ୍ମରେ ଅଫର ପାଇଥିବା ଚର୍ଚ୍ଚା ହୁଏ। ତେବେ, ନିକଟରେ କିଙ୍ଗ୍ ଖାନ୍ ଏକ ସାକ୍ଷାତକାରରେ(Shah Rukh Khan Interview)କହିଥିଲେ ଯେ, ସେ ତାଙ୍କର ଲମ୍ବା ନାକକୁ ଜମାବି ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଯେତେବେଳେ ସେ କ୍ୟାରିୟର ଆରମ୍ଭ କରିଥିଲେ। ଆର୍ଥାତ୍ ନିର୍ଦ୍ଦେଶକ ବା ନିର୍ମାତାଙ୍କ ପାଖକୁ କାମ ପାଇଁ ଯାଉଥିଲେ । ସେହି ସମୟରେ ସେ ନିଜ ନାକ ଲୁଚାଉଥିଲେ। କିନ୍ତୁ ଯେତେବେଳେ ସେ ସ୍କ୍ରିନ୍ ଟେଷ୍ଟ ଦେବା ପାଇଁ ନିର୍ଦ୍ଦେଶିକା ହେମାମାଳିନୀଙ୍କ ପାଖକୁ ଯାଇଥିଲେ । ସେତେବେଳେ ସେ ସ୍କ୍ରିନ୍ ଟେଷ୍ଟରେ ଫେଲ୍ ହୋଇଯାଇଥିଲେ। କିନ୍ତୁ ତଥାପି ହେମାମାଳିନୀ ତାଙ୍କୁ ସେହି ଫିଲ୍ମ ପାଇଁ ନେଇଥିଲେ। କାହିଁକିନା ଶାହାରୁଖ୍ ଖାନଙ୍କ ନାକ ହେମାଙ୍କୁ ଖୁବ୍ ପସନ୍ଦ ଆସିଥିଲା।  



ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଚଳିତ ବର୍ଷ ଶାହାରୁଖ ଖାନଙ୍କର ଦୁଇଟି ଫିଲ୍ମ ରିଲିଜ୍ ହୋଇଛି। (Shah Rukh Khan Jawan)'ପଠାନ୍' ଏବଂ 'ଜୱାନ୍'। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ଏବଂ ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିଛି । ଯଦି ଆମେ କିଙ୍ଗ୍ ଖାନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା । ତେବେ,  ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମର ଆଗାମୀ ଫିଲ୍ମ 'ଡୁଙ୍କି'ର (Shah Rukh Khan New Movie) ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି।  ଚଳିତ ବର୍ଷ ଡିସେମ୍ବର ୨୨ ରେ ରିଲିଜ୍ ହେବ ବୋଲି ଜଣାପଡିଛି। ତେବେ, ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର (Jeremy Wheeler) ଭଳି ଅଭିନେତା ନଜର ଆସିବେ।  ତେବେ, ଏହି ଫିଲ୍ମଟି ପାଖାପାଖି ୧୦୦ କୋଟି ବଜେଟରେ ତିଆରି ହୋଇଛି। ଫିଲ୍ମର କାହାଣୀ କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି ଲେଖିଛନ୍ତି। ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି।