Entertainment News: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। କାହିଁକିନା ଆଜି ଏକା ସାଙ୍ଗରେ ରିଲିଜ୍ ହେବ ତିନୋଟି ବଡ଼ ବଜେଟ୍ ଫିଲ୍ମ।  ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବ।  ବିବେକ ଅଗ୍ନିହୋତ୍ରୀଙ୍କ (Directed by Vivek Agnihotri) ନିର୍ଦ୍ଦେଶିତ ଫିଲ୍ମ  'ଦି ଭ୍ୟାକ୍ସିନ୍ ଓ୍ବାର' (The Vaccine War) ଆଜି ରିଲିଜ୍ ହେବାକୁ ଯାଉଛି ।  ଏହି ଫିଲ୍ମଟିର ନିର୍ମାତା ହେଉଛନ୍ତି ପଲ୍ଲବୀ ଯୋଶୀ (Produced byPallavi Joshi) ଓ ଅଭିଷେକ ଅଗ୍ରଓ୍ବାଲ୍ (Abhishek Agarwal)। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନାନା ପାଟେକର,ଅନୁପମ ଖେର୍ , ପଲ୍ଲବୀ ଯୋଶୀ , ରାଇମା ସେନ୍ ଓ ସପ୍ତମୀ ଗୌଡା ନଜର ଆସିବେ। 


COMMERCIAL BREAK
SCROLL TO CONTINUE READING

Also Read: Weather Update: ପ୍ରବଳ ବର୍ଷିବ! ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି


Also Read: Shani Gochar: ଶନିଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଧନଲାଭ ସହ ମିଳିବ ଚାକିରି ପାଇଁ ବଡ଼ ଅଫର


ଏହି ଫିଲ୍ମଟି ସତ କାହାଣୀ ଉପରେ ଆଧାରିତ ହୋଇଛି । ମହାମାରୀ କୋରାନା (corona)ସମୟରେ ଆମ ଦେଶର ଅବସ୍ଥା କିପରି ଥିଲା। ବୈଜ୍ଞାନିକମାନେ ବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କିଭଳି  ଭ୍ୟାକ୍ସିନ୍ (Vaccine) ପ୍ରସ୍ତୁତ କଲେ। ଏବଂ ଲୋକଙ୍କ ଜୀବନ ବଞ୍ଚାଇଲେ । ତାହା ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମଟିକୁ ଦେଖିବା ପାଇଁ ଲୋକମାନେ ଚାତକ ପରି ଚାହିଁ ରହିଛନ୍ତି । କାହିଁକି 'ଦି କାଶ୍ମୀର ଫାଇଲ୍ସ' ପରି   'ଦି ଭ୍ୟାକ୍ସିନ୍ ଓ୍ବାର' (The Vaccine War) ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିବ।  ଅଗଷ୍ଟ ୧୫ରେ ଫିଲ୍ମ ‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜରରେ ରିଲିଜ୍ ହୋଇଥିଲା। ଟିଜରରେ ଦେଖିବାକୁ ମିଳିଛି ଯେ, ଏକ ଲ୍ୟାବରୁ ହୋଇଛି ଯେଉଁଠାରେ ଟିକା ପ୍ରସ୍ତୁତ କରାଯାଉଛି। ଅନ୍ୟପଟେ, ବୈଜ୍ଞାନିକମାନଙ୍କର ଏକ ଟିମ ଲିଫ୍ଟ ଆଡକୁ ଯାଉଥିବାର ଦେଖାଯାଇଛି, ଯେଉଁମାନେ ଟିକା ପ୍ରସ୍ତୁତ କରିବା ପାଇଁ ଏକ ଗୁପ୍ତ ପ୍ରକ୍ରିୟା କରୁଥିବା ଦେଖିବାକୁ ମିଳୁଛି ।  ପରେ, ଟିମ୍ ଯେମିତି ଲିଫ୍ଟରେ ପ୍ରବେଶ କରୁଛନ୍ତି ଓ ପଛକୁ ଫେରିବା ମାତ୍ରେ ଟିଜରରେ ବୈଜ୍ଞାନିକ ଭୂମିକାରେ ଅଭିନୟ କରୁଥିବା ପଲ୍ଲବି ଯୋଶୀ ତାଙ୍କ ସହାୟକଙ୍କ ପ୍ରଥମ ଝଲକ ଦେଖାଯାଉଛି। ତେବେ, ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଇଛି । ତେବେ, ଏହି ଫିଲ୍ମଟି  ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ପଞ୍ଜାବୀ, ଭୋଜପୁରୀ, କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍, ଗୁଜୁରାଟୀ ଏବଂ ମରାଠୀରେ ଭାଷାରେ ମୁକ୍ତିଲାଭ କରିବାକୁ ଯାଇଛି। ପାଖାପାଖି ୧୦ କୋଟି ବଜେଟରେ ଫିଲ୍ମଟି (The Vaccine War) ନିର୍ମାଣ ହୋଇଛି । 


ସେହିପରି ଆଜି ମଧ୍ୟ (Pyaar Hai Toh Hai) ‘ପ୍ୟାର୍ ହେ ତୋ ହେ’ ଓ (Fukrey 3) ‘ଫୁକ୍ରେ-୩’ମଧ୍ୟ ରିଲିଜ୍ ହେବ। ‘ପ୍ୟାର୍ ହେ ତୋ ହେ’ ଫିଲ୍ମରେ  କରନ୍ ହରିହରନ୍ , ପାନୀ କଶ୍ୟପ, ରୋହିତ୍ ଚୌଧୁରୀ ଭଳି ଅଭିନେତା ନଜର ଆସିବେ।  ଏହା ଏକ ରୋମାଣ୍ଟିକ୍‍ ଫିଲ୍ମ । ସେହିପରି,  କମେଡ଼ି ଡ୍ରାମା ଫିଲ୍ମ ‘ଫୁକ୍ରେ-୩’ରେ ପୁଲକିତ୍ ସମ୍ରାଟ୍, ବରୁଣ ଶର୍ମା , ରିଚା ଚଢା,  ପଙ୍କଜ୍ ତ୍ରିପାଠୀ ଓ ମଞ୍ଜୋଜ୍ ସିଂଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ପୁଣି ଥରେ ସିନେମା ହଲରେ କମେଡିର ଯାଦୁ ଦେଖାଇବେ ଏହି ସବୁ ଅଭିନେତା।  ଏହି ଫିଲ୍ମର ଦୁଇଟି ଭାଗ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ପାର୍ଟ ୩ ବି ବକ୍ସ ଅଫିସରେ ଧମାଲ୍ ମଚାଇବ ବୋଲି ନିର୍ମାତା  ଆଶା ରଖିଛନ୍ତି।