Shani Gochar: ଶନିଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଧନଲାଭ ସହ ମିଳିବ ଚାକିରି ପାଇଁ ବଡ଼ ଅଫର
Advertisement
Article Detail0/zeeodisha/odisha1890738

Shani Gochar: ଶନିଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଧନଲାଭ ସହ ମିଳିବ ଚାକିରି ପାଇଁ ବଡ଼ ଅଫର

Shani Gochar November 2023:  ଆସନ୍ତା ନଭେମ୍ବର ମାସ ୪ ତାରିଖରେ ପ୍ରାତ ସମୟ ପ୍ରାୟ ୬ଟା ୪୭ ମିନିଟ୍ ସମୟରେ ଶନିଦେବ କୁମ୍ଭ ରାଶିକୁ ଚଳନ କରିବେ (Shani Gochar)।  ତେବେ, ଶନିଙ୍କ ଏହି ଚଳନ କିଛି ରାଶିକୁ (zodiac sign) ଶୁଭଫଳ ପ୍ରଦାନ କରିବ । ସେମାନଙ୍କ ଭାଗ୍ୟରେ ହାତି ସୁନା କଳସ ଢାଳିବ ।  ତେବେ, ଆସନ୍ତୁ ଜାଣିବା ସେହି ଚାରୋଟି ରାଶିଙ୍କ ବିଷୟରେ...

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Gochar November 2023: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ। ଶନି ଲୋକଙ୍କୁ ସେମାନଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ଯେଉଁମାନେ ସର୍ବଦା ନ୍ୟାୟରେ ରୁହନ୍ତି । ସେମାନଙ୍କ ଉପରେ ଶନିଦେବଙ୍କ ଆର୍ଶିବାଦ ସଦା ସର୍ବଦା ରହିଥାଏ। ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ ।  ତେବେ, ଆସନ୍ତା ନଭେମ୍ବର ମାସ ୪ ତାରିଖରେ ପ୍ରାତ ସମୟ ପ୍ରାୟ ୬ଟା ୪୭ ମିନିଟ୍ ସମୟରେ ଶନିଦେବ କୁମ୍ଭ ରାଶିକୁ ଚଳନ କରିବେ (Shani Gochar)।  ତେବେ, ଶନିଙ୍କ ଏହି ଚଳନ କିଛି ରାଶିକୁ (zodiac sign) ଶୁଭଫଳ ପ୍ରଦାନ କରିବ । ସେମାନଙ୍କ ଭାଗ୍ୟରେ ହାତି ସୁନା କଳସ ଢାଳିବ । କ୍ୟାରିୟରରେ ସଫଳତା ମିଳିବା ସହ ଆର୍ଥିକ ସ୍ଥତି ବି (Astro Tips) ମଜବୁତ୍ ହେବ। ତେବେ, ଆସନ୍ତୁ ଜାଣିବା ସେହି ଚାରୋଟି ରାଶିଙ୍କ ବିଷୟରେ...

ଏହି ରାଶିର ଲୋକେ ହେବେ ମାଲେମାଲ୍:

ବୃଷ ରାଶି: ଶନିଦେବ କୁମ୍ଭ ରାଶିକୁ ଚଳନ କଲେ  ଏହି ରାଶିର ଲୋକେ ମାଲେମାଲ୍ ହେବେ। ନଭେମ୍ବର ମାସରେ ଏହି ରାଶିର ବ୍ୟକ୍ତିଙ୍କ ଚମକିବ । ଏହି ସମୟ ମଧ୍ୟରେ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆସିବା ସହ ଲାଭ ମଧ୍ୟ ଅଧିକ ହେବ।   ଆକସ୍ମିକ୍ ଧନ ଲାଭ ସହ ଆୟ ବୃଦ୍ଧି ସମ୍ଭାବନା ରହିଛି। ଖାସ୍ କରି କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବଧି ମଧ୍ୟରେ ଶୁଭଫଳ ମିଳିବ। ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଆଶାୟୀଙ୍କୁ ସରକାରୀ ଚାକିରି ପାଇଁ ଅଫର ମିଳିପାରେ।  ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦୂରସ୍ଥାନକୁ ଭ୍ରମଣ ଯୋଗ । 

ମିଥୁନ ରାଶି : ପରିବାରରେ ଲାଗି ରହିଥିବା ବିଦାଦର ଅନ୍ତ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ଏହି ଅବଧି ମଧ୍ୟରେ ଆପଣ ନୂତନ ଘର କିମ୍ବା ଗାଡି଼ କ୍ରୟ କରିବାର ସମ୍ଭାବନା ରହିଛି ।  ଏହି ସମୟରେ ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ। ଆୟ ବଢିବା ସହ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ସନ୍ତାନ ସନ୍ତତିଙ୍କ ଠାରୁ ଶୁଭ ସମାଚାର ପାଇ ଖୁସି ହେବେ।  ଚାକିରି କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ଏବଂ ନୂଆ ଚାକିରି ପାଇଁ ବି ଆପଣଙ୍କୁ ଅଫର ମିଳିପାରେ।  ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। 

ସିଂହ ରାଶି:  ଏହି ରାଶି ଲୋକମାନଙ୍କୁ ଏହି ନଭେମ୍ବର ମାସରେ କାର୍ଯ୍ୟ ଆଉ ବାଣିଜ୍ୟରେ ଶୁଭ ଖବର ମିଳିବ । ଏବଂ ଆକସ୍ମିକ ଧନ ଲାଭର ଯୋଗ ରହିଛି । ଏହାସହ ବିଦେଶ ଯାତ୍ରାର ସମ୍ଭାବନା ବି ରହିଛି। ଏବଂ ଅନଲାଇନ କାରବାରରେ ମଧ୍ୟ ଆପଣଙ୍କୁ ସଫଳତା ମିଳିପାରେ। ଯେଉଁମାନେ ଦୀର୍ଘ ସମୟ ଧରି ଚାକିରି ଖୋଜୁଥିଲେ ସେମାନଙ୍କୁ ନଭେମ୍ବର ମାସରେ ଭଲ ଅଫର ଚାକିରି ପାଇଁ ମିଳିପାରେ। ବ୍ୟବସାୟରେ ଏକ ବଡ ଡିଲ୍ ବି ଫାଇନାଲ୍ ହୋଇପାରେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

କନ୍ୟା ରାଶି:  ଶନିଦେବ ଏହି ରାଶିକୁ ମଧ୍ୟ ଶୁଭଫଳ ପ୍ରଦାନ କରିବେ। ଏହି ଅବଧି ମଧ୍ୟରେ ଧନ ବର୍ଷାର ମଧ୍ୟ ସଂଯୋଗ ରହିଛି । ଖାସ୍ କରି,
ଅବିବାହିତ ବ୍ୟକ୍ତିମାନେ ନିଜ ପସନ୍ଦର ଜୀବନ ସାଥୀ ପାଇବାର ଅଧିକ ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଏବଂ ଚାକିରି ବଦଳାଇବାକୁ ଚିନ୍ତା କରୁଥିବା ଲୋକମାନେ ଏହି ସମୟରେ ମଧ୍ୟ ଏକ ଭଲ ଅଫର ପାଇପାରିବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)