Vijay Sethupati: କିଙ୍ଗ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ୍' (Jawan) ନିକଟରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା।  ଏହି ଫିଲ୍ମରେ କିଙ୍ଗ୍ ଖାନଙ୍କ ସମେତ ନୟନତାରା ଓ  ସାଉଥ୍ ଅଭିନେତା ବିଜୟ ସେତୁପତିଙ୍କୁ (Vijay Sethupati) ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ଭିଲେନ୍ କାଳି ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଏହି ଚମକ୍କାର ଅଭିନୟ ଫ୍ୟାନ୍ସଙ୍କ ମନ କିଣିଥିଲା। ତେବେ, ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜୟ ସେତୁପତି ଆଉ କୌଣସି ଫିଲ୍ମରେ ନେଗେଟିଭ୍ ରୋଲ୍ ବା ଭିଲେନ୍ ରୋଲ୍ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନିକଟରେ, ଗୋଆରେ ହୋଇଥବା ଆନ୍ତର୍ଜାତିୟ ଫିଲ୍ମ ଫେଷ୍ଟିଭାଲରେ (International Film Festival of India (IFFI) in Goa)ବିଜୟ ସେତୁପତି ଯୋଗ ଦେଇ ଏପରି କଥା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

Also Read: Animal: 'ଆନିମଲ' ଫିଲ୍ମର କାହାଣୀ ଶୁଣିବା ପରେ କାହିଁକି ବାଥରୁମ୍ ଯାଇଥିଲେ ରଣବୀର?


ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ,   ଯେତେବେଳେ ସେ ଭିଲେନ୍ ହୁଅନ୍ତି ସେତେବେଳେ ଖାସ୍ କରି ସେ ଗୋଟିଏ ସମସ୍ୟାର ଅଧିକ ସମ୍ମୁଖିନ ହୁଅନ୍ତି। ଫିଲ୍ମରେ ହିରୋମାନଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥାଏ।  ସେଭଳି ସ୍ଥିତିରେ ନିର୍ଦ୍ଦେଶକମାନେ ଫିଲ୍ମ ଗୁଡିକରେ ହିରୋକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଭିଲେନ୍ ଭୂମିକାରେ ଥିବା ବ୍ୟକ୍ତିଙ୍କ ସିନକୁ କାଟି ଦିଅନ୍ତି। ଏହି ଘଟଣା ବାରମ୍ବାର ତାଙ୍କ ସହ ଘଟିଛି ବୋଲି ବିଜୟ ସେତୁପତି କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଜଓ୍ବାନ ଫିଲ୍ମରେ ମଧ୍ୟ ସମାନ ଘଟଣା ତାଙ୍କ ସହ ଘଟିଛି ।  ଫିଲ୍ମରେ ନିର୍ଦ୍ଦେଶକଙ୍କ ଅନୁସାରେ ସିନ୍ ଗୁଡିକୁ କଟା ହେଲା ପରେ ବହୁତ୍ କଷ୍ଟ ଲାଗେ। ସେତେବେଳେ ମୁଁ ନିଜ କଷ୍ଟ ଓ ରାଗକୁ ନିୟନ୍ତ୍ରଣ କରେ।   ଏହି କାରଣ ପାଇଁ ସେ ଭିଲେନ୍ ଭୂମିକାରେ ଆଉ ଅଭିନୟ କରିବେ ନାହିଁ ବୋଲି ନିସ୍ପତି ନେଇଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଫିଲ୍ମ 'ଜଓ୍ବାନ୍' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ବିଜୟ ସେତୁପତି।


କିଙ୍ଗ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ' ଚଳିତ ବର୍ଷ ସେପ୍ଟେମ୍ବର ୭ରେ ରିଲିଜ୍ ହୋଇଥିଲା।  ଦର୍ଶକଙ୍କ ବିଶ୍ବାସ ଜିତିବାରେ ସଫଳ ହୋଇଥିଲା ଏହି ଫିଲ୍ମଟି। ବିଶ୍ବବ୍ୟାପି ଫିଲ୍ମଟି (1,140.5 crore ) ୧,୧୪୦.୫ କୋଟି ବ୍ୟବସାୟ କରିଥିଲା। ସାଉଥର ସିନେମାର ଜଣାଶୁଣା  ନିର୍ଦ୍ଦେଶକ ଆଟଲିଙ୍କ (Atlee) ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହି ଫିଲ୍ମରେ ଶାହରୁଖ ଖାନ(Shah Rukh Khan)ସହ ସାଉଥ ଅଭିନେତ୍ରୀ ନୟନତାରା (Nayanthara )ଙ୍କ ସହ ବିଜୟ ସେଥୁପଥୀ (vijay sethupathi)  ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଦୀପିକା ପାଦୁକୋନ (Deepika Padukone) ଓ ସଞ୍ଜୟ ଦତ୍ତଙ୍କୁ ଏଥିରେ ଏକ ସ୍ୱତନ୍ତ୍ର କେମୋ ଭୂମିକାରେ ଦେଖିବାକୁ ମିଳିଛି।