World Cup 2023: ଆଇସିସି ୱାନଡେ ୱାର୍ଲଡ କପ୍ ୨୦୨୩ (ICC ODI Worl Cup 2023)ରେ ବିଜୟର ଟିକା ପିନ୍ଧିଛି ଅଷ୍ଟ୍ରେଲିଆ(Australia )। ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ବକପ୍ ଟ୍ରଫି (Cricket World Cup Trophy) ହାତେଇଛି। କିନ୍ତୁ ଏହି ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆର ଜଣେ ଖେଳାଳି ଯେଉଁପରି ଅସମ୍ମାନ କରିଛନ୍ତି ତାହା ସମସ୍ତ ଜାଣିଥିବେ ଉଣା ଅଧିକେ ଜାଣିଥିବେ ନିଶ୍ଚୟେ। ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ୍‌ ମାର୍ସ (Mitchell Marsh,Australian cricketer) ବିଶ୍ୱକପ ଟ୍ରଫିକୁ ଗୋଡ ତଳେ ରଖି ଉଠାଇଥିବା ଫଟୋ ଉଠାଇଥିଲେ । ଆଉ ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। କପ୍ ଜିତିବା ପରେ ମାର୍ସଙ୍କ ଏପରି ବ୍ୟବହାରକୁ ସୋସିଆଲ ମିଡିଆରେ ୟୁଜର୍ସ ଜୋରଦାର ଟ୍ରୋଲ୍ କରିଥିଲେ।  ତେବେ, ଏହି ଘଟଣା ନେଇ ବଲିଉଡ୍ ଅଭିନେତ୍ରୀ ଉର୍ବଶ୍ରୀ ରୈତେଲା (Urvashi Rautela) ମୁହଁ ଖୋଲିଛନ୍ତି। 


COMMERCIAL BREAK
SCROLL TO CONTINUE READING

 



 



Also Read: Cyclone Update: ଆସୁଛି ୨ଟି ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା !



ଏନେଇ ଉର୍ବଶୀ ରୌତେଲା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ଉର୍ବଶୀ ରୌତେଲା ଓ୍ବାର୍ଲକପ୍ ଟ୍ରଫିକୁ ଚୁମ୍ବନ ଦେଉଛନ୍ତି । ଆଉ ଏହି ଫଟୋ ସହ ସେ ମିଚେଲ୍ ମାର୍ସ ଗୋଡ ତଳେ ରଖିଥିବା ଟ୍ରଫିର ଫଟୋକୁ କୋଲାର୍ଜ କରିଥାଆନ୍ତି। ଏବଂ ଲେଖିଛନ୍ତି,' ମିଚେଲ୍ ମାର୍ସ ଭାଇ ୱାର୍ଲ୍ଡକପ୍ ଟ୍ରଫି ପ୍ରତି ଟିକେ ସମ୍ମାନ କରିବା ଶିଖ , ଆଉ ଟିକେ ସଭ୍ୟତା ଶିଖନ୍ତୁ । ଯାହା ଆପଣଙ୍କ ଭବିଷ୍ୟତ ପାଇଁ କାମରେ ଆସିବ।' ଉର୍ବଶୀଙ୍କ ଏହି ପୋଷ୍ଟ ପରେ ୟୁଜର୍ସମାନେ ମଚେଲ୍ ମାର୍ସଙ୍କୁ ମଜାକ୍ ଉଡାଇବା ସହ ଟ୍ରୋଲ୍ କରିବାରେ ଲାଗି ପଡିଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ମିଚେଲ୍ ମାର୍ସଙ୍କ ଗୋଡ ତଳେ ଟ୍ରଫି ରଖିଥିବା ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। 
 
ଉର୍ବଶୀ ରୌତେଲା, ସନି ଦେଓଲଙ୍କ ସହ  'ସିଂ ସାହେବ ଦି ଗ୍ରେଟ୍' ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ପାଗଲପନ୍ଥି' ଏବଂ  'ହେଟ୍ ଷ୍ଟୋରୀ' ଭଳି ଫିଲ୍ମରେ ଅଭିନୟ କରିଥିଲେ । ଏହା ସହ ସେ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।  ଯଦି ଆମେ ଉର୍ବଶୀ ରୌତେଲାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, 'ଦିଲ୍ ହେ ଗ୍ରେ' (Dil Hai Grey), 'ବ୍ଲାକ୍ ରୋଜ୍' (Black Rose) ଫିଲ୍ମରେ ସେ ନଜର ଆସିବେ।