Yodha Total Collection: ବକ୍ସ ଅଫିସରେ  ଧମାଲ୍ ମଚାଉଛି  'ଯୋଦ୍ଧା'।  ସିଦ୍ଧାର୍ଥ ମଲହୋତ୍ରା, ଦିଶା ପାଟାନି ଏବଂ ରାଶି ଖାନ୍ନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶୁକ୍ରବାର ଦିନ  ରିଲିଜ୍ ହୋଇଛି। ଏହି ଆକ୍ସନ୍ ଥ୍ରୀଲର ଫିଲ୍ମଟି ପ୍ରଥମ ଦିନରେ ହିଁ ଦର୍ଶକଙ୍କ ମନ କିଣିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସିଦ୍ଧାର୍ଥ ଦୁଇ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି। ଶେରଶାହ ଫିଲ୍ମ ପରେ ସିଦ୍ଧାର୍ଥ ମଲହୋତ୍ରା ଯୋଦ୍ଧାରେ ଦେଶଭକ୍ତି ଉପରେ ଆଧାରିତ ପୁଣି ଏକ ଚଳଚ୍ଚିତ୍ର କରିଛନ୍ତି।  ଫିଲ୍ମର ଦ୍ବିତୀୟ ଦିନର କଲେକସନ୍ ବର୍ତ୍ତମାନ ସାମ୍ନାକୁ ଆସିଛି। 


COMMERCIAL BREAK
SCROLL TO CONTINUE READING

 



ALSO READ: Nayanthara: ପଛରେ ପଡି଼ଲେ କିଆରା-ଆଲିଆ, ୫୦ ସେକେଣ୍ତର ବିଜ୍ଞାପନ ପାଇଁ ନୟନତାରା ନେଲେ ଏତେ କୋଟି


ସାକନିକ୍ ରିପୋର୍ଟ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା' ଦ୍ବିତୀୟ ଦିନରେ ୫.୭୫ କୋଟି ଟଙ୍କା ଆୟ କରିଛି ।  ପ୍ରଥମ ଦିନରେ ଜାତୀୟ ବକ୍ସ ଅଫିସରେ ୪.୨୫ କୋଟି ଟଙ୍କା ଆୟ କରିଛି। ପ୍ରଥମ ଦିନର ରୋଜଗାର ଏବଂ ଦ୍ୱିତୀୟ ଦିନର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଫିଲ୍ମଟି ଦୁଇ ଦିନ ମଧ୍ୟରେ ସଂଗ୍ରହ ପ୍ରାୟ 10 କୋଟିରେ ପହଞ୍ଚିଛି। ଯଦିଓ ଏଗୁଡ଼ିକ ପ୍ରାଥମିକ ଆକଳନ। ଚଳଚ୍ଚିତ୍ରଟି ୱିକେଣ୍ଡରେ ଭଲ କଲେକ୍ସନ କରିପାରେ ବୋଲି ନିର୍ମାତା ଆଶାପ୍ରକଟ କରିଛନ୍ତି।



ସୂଚନାଯୋଗ୍ୟ ଯେ ସିଦ୍ଧାର୍ଥ ମଲହୋତ୍ରାଙ୍କ 'ଯୋଦ୍ଧା' ରେ ଅଭିନେତ୍ରୀ ରାଶି ଖାନ୍ନା, ଦିଶା ପଟାନି, ରୋନିତ୍ ରୟ ଏବଂ ତନୁଜ ଭାଇରାନୀ ପ୍ରମୁଖ ଭୂମିକାରେ ଅଛନ୍ତି। ସିଦ୍ଧାର୍ଥ ମଲହୋତ୍ରା ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ଫିଲ୍ମରେ ସ୍କ୍ରିନ୍ ସେୟାର କରିଥିବା ଦେଖିବାକୁ ମିଳିଛି। ଦୁହେଁ ଏହି ଫିଲ୍ମରେ ସ୍ୱାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ତେବେ 'ଯୋଦ୍ଧା' ପରବର୍ତ୍ତୀ ସମୟରେ କିପରି କଲେକ୍ସନ କରୁଛି ତାହା ଦେଖିବାକୁ ବାକି ରହିଲା।