Parineeti Chopra Raghav chadha Wedding: ଆଉ ଦିନ କେଇଟା ପରେ ପଡ଼ିବ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା (Parineeti Chopra-Raghav Chaddha) ହାତଗଣ୍ଠି । ପରସ୍ପରକୁ ସାତ ଜନ୍ମର ସାଥୀ କରିବେ ରାଜନେତା ଓ ଅଭିନେତ୍ରୀ । ତେବେ ଗତ ମେ ମାସରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଷ୍ଚାର କପଲ । ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ ତାରିଖରେ ଦୁହେଁ ବିବାହ କରିବେ। ରାଜସ୍ଥାନ ଉଦୟପୁରରେ ହେବାକୁ ଥିବା ଏହି ବିବାହ ସଂପୂର୍ଣ୍ଣ ପଞ୍ଜାବୀ ରୀତିନୀତିରେ ହେବ ବୋଲି ଜଣାପଡ଼ିଛି । ତେବେ ବିବାହକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିଛୁ । ପରିଣୀତି ଓ ରାଘବଙ୍କ ବର ବଧୂ ବେଶରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ବିବାହକୁ ନୂଆ ତଥ୍ୟା ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଡଙ୍ଗା ଚଢି ଆସିବେ ରାଘବ ଚଢା


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନ୍ୟ ବରଙ୍କ ପରି ସାଂସଦ ରାଘବ ଚଢା ହାତୀ, ଘୋଡା କିମ୍ବା ରଥରେ ଆସିବେ ନାହିଁ। ବରଂ ଏକ ବିଳାସପୂର୍ଣ୍ଣ ଡ଼ଙ୍ଗାରେ ଆସିବେ ବୋଲି ଜଣାପଡ଼ିଛି । ବିବାହ ପରେ ପରିଣୀତିଙ୍କୁ ରାଘବ ସେହି ଡ଼ଙ୍ଗାରେ ନେବେ ବୋଲି ଚର୍ଚ୍ଚା ହେଉଛି ।  ଏନେଇ ବିବାହ ହେବାକୁ ଥିବା ତାଜ ହୋଟେଲ ଜୋରଦାର ପ୍ରସ୍ତୁତି ଜାରି ଚାଲିଛି ।


 



ଏହି ଦିନ ବିବାହ କରିବେ ପରିଣୀତି -ରାଘବ


ପରିଣୀତି ଓ ରାଘବ ଚଢାଙ୍କ ବିବାହ ତାରିଖକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ନିକଟରେ ଲଭବାର୍ଡ଼ଙ୍କ ବିବାହ ତାରିଖ ସାମ୍ନାକୁ ଆସିଥିଲା । ଦମ୍ପତି ଚଳିତ ବର୍ଷ ସେପ୍ଟେମ୍ବର ୨୪ ତାରିଖରେ ବିବାହ କରିବା ନେଇ ସୂଚନା ମିଳିଛି ।


ସପ୍ତାହ ପୂର୍ବରୁ ଆରମ୍ଭ ହେବ ବିବାହ ପ୍ରସ୍ତୁତି


ରିପୋର୍ଟ ଅନୁଯାୟୀ, ସମସ୍ତ ରୀତିନୀତି ବିବାହର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ । ସେପ୍ଟେମ୍ବର ୨୩ରେ ଉଦୟପୁରରେ ହଳଦୀ-ମେହେନ୍ଦୀ ଓ ସଂଗୀତ ସମାରୋହ ହେବ। ପରିଣୀତି-ରାଘବଙ୍କ ବିବାହ ଲୀଲା ପ୍ୟାଲେସ ହୋଟେଲରେ ହେବ । ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ, ଖାସ୍ ବନ୍ଧୁ, ବି-ଟାଉନ ସେଲିବ୍ରେଟିଙ୍କ ବ୍ୟତୀତ କିଛି ରାଜନେତା ଯୋଗ ଦେବା ନେଇ ସୂଚନା ମିଳିଛି ।  ଅତିଥିମାନଙ୍କ ରହିବା ପାଇଁ ଉଦୟଭିଲା ହୋଟେଲ ବୁକ୍ କରାଯାଇଛି।


ବିବାହ ପରେ ଏହିଠାରେ ହେବ ରିସେପ୍ସନ୍ ପାର୍ଟି 


ବିବାହ ପରେ  ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ । ତେବେ ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଲେଖାଯାଇଛି।