Animal Film: ରଣବୀର କପୁର (ranbir kapoor) ଓ ରଶ୍ମିକା ମନ୍ଦନାଙ୍କ (Rashmika Mandanna) ଅଭିନୀତ ଫିଲ୍ମ 'ଆନିମଲ୍' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ରଣବୀର କାପୁରଙ୍କ ଲୁକ୍ ପୂରା ଦମଦାର୍ ରହିଛି। ଏହି ଫିଲ୍ମର ପ୍ରମୋସନ ପାଇଁ ଏବେ ବ୍ୟସ୍ତ ଅଛନ୍ତି ରଣବୀର। ଏହି ଫିଲ୍ମର ପ୍ରମୋସନ୍ କରୁଥିବା ବେଳେ 'ଆନିମଲ୍' କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ରଣବୀର । ଯାହା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ରଣବୀର କପୁର (ranbir kapoor) ଏକ ସାକ୍ଷାତକାରରେ କହିଛନ୍ତି ଯେ,  ଫିଲ୍ମ ନିର୍ଦ୍ଦେଶକ ତଥା ଲେଖକ (Sandeep Reddy Vanga) ସନ୍ଦୀପ୍ ରେଡ୍ଡି ଭଙ୍ଗାଙ୍କ ଠାରୁ  ଯେତେବେଳେ ଫିଲ୍ମର କାହାଣୀ ଶୁଣିଲେ, ସେତେବେଳେ ମୁଁ ବାଥରୁମ୍ ପଳାଇ ଯାଇଥିଲେ।   


COMMERCIAL BREAK
SCROLL TO CONTINUE READING

 



Also Read: World Cup 2023: ୱାର୍ଲଡ କପ୍ ଉପରେ ଗୋଡ଼ ରଖିବା ଘଟଣା, ମିଚେଲଙ୍କୁ ସଭ୍ୟତାର ପାଠ ପଢାଇଲେ ଉର୍ବଶୀ


ରଣବୀର କହିଛନ୍ତି ଯେ, ଯେତେବେଳେ ମୋତେ ନିର୍ଦ୍ଦେଶକ ଫିଲ୍ମ  'ଆନିମଲ୍' ର କାହାଣୀ ଶୁଣାଉଥିଲେ। ସେତେବେଳ ମୋତେ ଫିଲ୍ମର ଟାଇଟେଲ୍ କହି ନଥିଲେ। କାହାଣୀ ଶୁଣିବା ପରେ ମୋତେ ଅଜବ ଲାଗିଲା ପରେ ମଁ ନିର୍ଦ୍ଦେଶକଙ୍କ ଠାରୁ ଅନୁମତି ନେଇ ୫ ମିନିଟ୍ ପାଇଁ ବାଥରୁମ୍  ଯାଇଥିଲି। ଆଉ ବାଥରୁମର ମିରର ଆଗରେ ଠିଆ ହୋଇ ସ୍କ୍ରିପ୍ଟର କାହଣୀ କଥା ଭାବୁଥିଲି । ଆଉ ଚିନ୍ତା କଲି ମୁଁ କଣ ସତରେ ଏହି କାହାଣୀରେ ଥିବା ଚରିତ୍ରଟିକୁ ଠିକ୍ ଭାବେ ନିଭେଇ ପାରିବି। ଯେତିକି ଫିଲ୍ମରେ ଆଜି ପର୍ଯ୍ୟନ୍ତ ଅଭିନୟ କରିଛି ଏହି ଫିଲ୍ମର କାହାଣୀ ସବୁଠାରୁ ଅଲଗା ଥିଲା।  ଏହି ଚରିତ୍ରଟିକୁ ମୁଁ ଭଲ ଭାବରେ ନିଭେଇ ପାରିବି କି ନାହିଁ ସେ ନେଇ ଦ୍ବନ୍ଦରେ ପଡିଥିଲି। 


ସେପଟେ, ଏହି ପ୍ରସଙ୍ଗ ନେଇ ଯେତେବେଳେ  ଆନିମଲ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କୁ ପ୍ରଶ୍ନ କରାଗଲା। ସେତେବେଳେ ସନ୍ଦୀପ ଏହାର ଉତ୍ତର ଦେଇ କହିଛନ୍ତି- 'ମୁଁ ଫିଲ୍ମର କାହାଣୀ ବର୍ଣ୍ଣନା କରିବା ମାତ୍ରେ ସେ ବାଥରୁମକୁ ଯାଇଥିଲେ। ପ୍ରଥମେ ମୁଁ ଭାବିଲି ଏହା ଫିଲ୍ମକୁ ମନା କରିବାର ଏକ ନୂଆ ଉପାୟ । ମୁଁ ଭାବିଲି ବୋଧହୁଏ ହିନ୍ଦୀ ଫିଲ୍ମର ଅଭିନେତାମାନେ ଏମିତି ଢଙ୍ଗରେ ଫିଲ୍ମକୁ ମନା କରନ୍ତି। ମୁଁ ଟେନସନରେ ସିଗାରେଟ ଟାଣିବା ଆରମ୍ଭ କରିଥିଲି । ଏହା ପରେ ରଣବୀର ଆସି କହିଲେ, ସାର ,ଆପଣ ସିଗାରେଟ୍ ଛାଡିଛନ୍ତି କିନ୍ତୁ ଏବେ କଣ ପାଇଁ ଟାଣୁଛନ୍ତି । ଏହାସହ ରଣବୀର ସନ୍ଦୀପଙ୍କୁ କହିଥିଲେ ଯେ, ଏହା ଏକ ଭଲ କାହାଣୀ। ମୁଁ ଏଥିରେ ଅଭିନୟ କରିବାକୁ ଚାହେଁ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, 'ଆନିମଲ' ଡିସେମ୍ବର ୧ରେ  ମୁକ୍ତିଲାଭ କରିବ।