Ritesh Deshmukh Birthday: ବଲିଉଡ ଅଭିନେତା ରିତେଶ ଦେଶମୁଖ । ଏହି ନାଁ ପାଇଁ ହୁଏତ କୌଣସି ପରିଚୟର ଆବଶ୍ୟତା ନାହିଁ। କମେଡିଠାରୁ ଆରମ୍ଭ କରି ସରିୟସ୍ ଓ ଭିଲେଆନ୍ ସବୁ ଭୂମିକାରେ ସେ ଫିଟ୍ । ତେବେ ଆଜି ହେଉଛି ରିତେଶଙ୍କ ଜନ୍ମଦିନ । ୪୫ ବର୍ଷରେ ପର୍ଦାପଣ କରିଛନ୍ତି ବଲିଉଡ଼ର ଏହି ଷ୍ଟାର ଅଭିନେତା ।


COMMERCIAL BREAK
SCROLL TO CONTINUE READING

ରିତେଶ 'ତୁଜେ ମେରି କସମ' ଚଳଚ୍ଚିତ୍ର ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ରିତେଶଙ୍କ ସହ ପତ୍ନୀ ଜେନେଲିଆ ଡି’ସୁଜା ମଧ୍ୟ ନଜର ଆସିଥିଲେ। କିନ୍ତୁ ଡେବ୍ୟୁ ଚଳଚ୍ଚିତ୍ରରେ ଏତେଟା ଲୋକପ୍ରିୟତା ହାସଲ କରିପାରିନଥିଲେ ଅଭିନେତା । ପରେ ୨୦୦୪ରେ ମୁକ୍ତିଲାଭ କରିଥିବା କମେଡ଼ି ଫିଲ୍ମ 'ମସ୍ତି' ତାଙ୍କୁ ରାତାରାତି ଷ୍ଟାର ବନାଇଥିଲା । ​​ଏହି ଫିଲ୍ମରେ ରିତେଶଙ୍କ ଦମଦାର ଅଭିନୟ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟକୁ ଛୁଇଁଥିଲା । କେବଳ ହିନ୍ଦୀ ନୁହଁନ୍ତି ମରାଠୀ ସିନେମାରେ ମଧ୍ୟ ସେ ନଜର ଆସିଛନ୍ତି ।


 



ବେଶ ହିଟ୍ ଜେନେଲିଆ ଓ ରିତେଶଙ୍କ ଯୋଡ଼ି


ରିତେଶ-ଜେନେଲିଆଙ୍କ ଯୋଡ଼ି ବି ଟାଉନର ବେଶ ଲୋକପ୍ରିୟ ଅଟେ । ପ୍ରାୟ ୧୦ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଉଭୟ ୨୦୧୨ ମସିହା ଫେବୃଆରୀ ୩ ରେ ବିବାହ କରିଥିଲେ । ଏବେ ତାଙ୍କର ଦୁଇ ପୁଅ ମଧ୍ଯ ରହିଛନ୍ତି ।